ମାଡ଼ି ଚାଲିଛି ଟାଇଗର: ଜାଣିଛନ୍ତି କେତେ ହେଲାଣି ବେପାର ?

ମୁମ୍ବାଇ: ବକ୍ସ ଅଫିସ୍‌ରେ ସୁପର ଡୁପର ହିଟ୍ ସାବ୍ୟସ୍ତ ହେଉଛି ସଲମନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଟାଇଗର ଜିନ୍ଦା ହେ ।’ ରିଲିଜର ପ୍ରଥମ ସପ୍ତାହରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ୍ ହୋଇଛି । ମାତ୍ର ୩ ଦିନରେ ୧୧୪.୯୩ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ। ଚଳିତ ବର୍ଷର ଏହା ହେଉଛି ପ୍ରଥମ ବଲିଉଡ ଫିଲ୍ମ ଯାହା ସପ୍ତାହକ ମଧ୍ୟରେ ସର୍ବାଧିକ ଆୟକରି ରେକର୍ଡ ସୃଷ୍ଟି କରିଛି। ଏହା ପୂର୍ବରୁ ତେଲଗୁ ଫିଲ୍ମ […]

tiger-zinda-hai

Rakesh Mallick
  • Published: Monday, 25 December 2017
  • , Updated: 25 December 2017, 08:53 PM IST

ମୁମ୍ବାଇ: ବକ୍ସ ଅଫିସ୍‌ରେ ସୁପର ଡୁପର ହିଟ୍ ସାବ୍ୟସ୍ତ ହେଉଛି ସଲମନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ 'ଟାଇଗର ଜିନ୍ଦା ହେ ।' ରିଲିଜର ପ୍ରଥମ ସପ୍ତାହରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ୍ ହୋଇଛି । ମାତ୍ର ୩ ଦିନରେ ୧୧୪.୯୩ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ। ଚଳିତ ବର୍ଷର ଏହା ହେଉଛି ପ୍ରଥମ ବଲିଉଡ ଫିଲ୍ମ ଯାହା ସପ୍ତାହକ ମଧ୍ୟରେ ସର୍ବାଧିକ ଆୟକରି ରେକର୍ଡ ସୃଷ୍ଟି କରିଛି। ଏହା ପୂର୍ବରୁ ତେଲଗୁ ଫିଲ୍ମ 'ବାହୁବଲି-ଟୁ'ର ହିନ୍ଦି ଡବିଂ ପ୍ରଥମ ସପ୍ତାହରେ ୧୨୭ କୋଟି ଟଙ୍କା  ଆୟ କରି ରେକର୍ଡର ଶୀର୍ଷ ସ୍ଥାନରେ ରହିଛି।

ଏହାକୁ ମିଶାଇ ସଲମନ ଖାନଙ୍କର ଲଗାତର ୧୨ଟି ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଏହି ସଫଳତା ସହିତ ସଲମନ୍ ପ୍ରଥମ ବଲିଉଡ ଆକ୍ଟର ହୋଇଛନ୍ତି ଯାହାଙ୍କର ସର୍ବାଧିକ ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଛି।

'ଟାଇଗର ଜିନ୍ଦା ହେ'ର ସଫଳତା ପରେ ଲାଗୁଛି ସଲମନଙ୍କ ଫିଲ୍ମରେ ଟାଇଗର ନାମଟି ବେଶ ସୁହାଉଛି। କାରଣ ୨୦୧୨ରେ ରିଲିଜ୍ ହୋଇଥିବା ତାଙ୍କର ଆଉ ଏକ ଫିଲ୍ମ 'ଏକ୍ ଥା ଟାଇଗର' ରିଲିଜ୍‌ ହୋଇ ବକ୍ସ ଅଫିସରେ ଧାମାଲ ମଚାଇଥିଲା। ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ୩୨ କୋଟି ଟଙ୍କା ଆୟ କରି ଭାରତୀୟ ସିନେମା ଜଗତରେ ଇତିହାସ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଫିଲ୍ମଟି ସେହି ବର୍ଷର ସର୍ବାଧିକ ଆୟକାରୀ ଫିଲ୍ମ ହୋଇଥିଲା।

Related story