ବନ୍ଦ ହେବ ୪୮ବର୍ଷ ପୁରୁଣା ରିଗାଲ ସିନେମା ହଲ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀର ୪୮ବର୍ଷ ପୁରୁଣା ରିଗାଲ ସିନେମା ହଲ୍‌ ହେବ ବନ୍ଦ। ଏହି ଖବର ସିନେମା ହଲର ମାଲିକ ଭିଶାଲ୍‌ ଚୌଧୁରୀ କହିଛନ୍ତି। ଶେଷଥର ପାଇଁ ଦର୍ଶକ ଏହି ହଲରେ ଆମୀର ଖାନ୍‌ଙ୍କ ‘ଦଙ୍ଗଲ’କୁ ଦେଖିବାର ସୁଯୋଗ ପାଇବେ ବୋଲି ସେ କହିଛନ୍ତି। ଦୀର୍ଘ ୧୦ବର୍ଷ ଧରି ସିନେମା ହଲର ବ୍ୟବସାୟ ମାନ୍ଦା ଅବସ୍ଥା ଦେଇ ଗତି କରୁଥିବା ବେଳେ ବିମୁଦ୍ରାକରଣ ପରେ ଏହାର ଅଧିକ ପ୍ରଭାବ ପଡ଼ିଛି ବୋଲି କହିଛନ୍ତି ସିନେମା ହଲର ମାଲିକ। ଗତମାସରେ […]

regal-cinema-hall

Rakesh Mallick
  • Published: Thursday, 22 December 2016
  • , Updated: 22 December 2016, 01:54 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀର ୪୮ବର୍ଷ ପୁରୁଣା ରିଗାଲ ସିନେମା ହଲ୍‌ ହେବ ବନ୍ଦ। ଏହି ଖବର ସିନେମା ହଲର ମାଲିକ ଭିଶାଲ୍‌ ଚୌଧୁରୀ କହିଛନ୍ତି। ଶେଷଥର ପାଇଁ ଦର୍ଶକ ଏହି ହଲରେ ଆମୀର ଖାନ୍‌ଙ୍କ ‘ଦଙ୍ଗଲ’କୁ ଦେଖିବାର ସୁଯୋଗ ପାଇବେ ବୋଲି ସେ କହିଛନ୍ତି।

ଦୀର୍ଘ ୧୦ବର୍ଷ ଧରି ସିନେମା ହଲର ବ୍ୟବସାୟ ମାନ୍ଦା ଅବସ୍ଥା ଦେଇ ଗତି କରୁଥିବା ବେଳେ ବିମୁଦ୍ରାକରଣ ପରେ ଏହାର ଅଧିକ ପ୍ରଭାବ ପଡ଼ିଛି ବୋଲି କହିଛନ୍ତି ସିନେମା ହଲର ମାଲିକ।

ଗତମାସରେ ରିଲିଜ ହୋଇଥିବା ‘ବେଫିକ୍ରେ’ରେ ୧୦ଲକ୍ଷ ଟଙ୍କା ଆୟର ଆଶା କରାଯାଇଥିବା ବେଳେ ୪ଲକ୍ଷ ଟଙ୍କା ରୋଜଗାର କରିଥିଲା ଏହି ରିଗାଲ ସିନେମା ହଲ୍‌। ୧୯୩୨ରେ ନିର୍ମାଣ କରାଯାଇଥିବା ଏହି ସିନେମା ହଲ ସିନେ ପ୍ରେମୀଙ୍କ ପାଇଁ ସବୁଠୁ ଖାସ୍‌ ସ୍ଥାନ ରହିଥିଲା। ଏହି ହଲରେ  ସେ ସମୟରେ ରାଜ କପୁର ଓ ନର୍ଗିସ୍‌ ଫିଲ୍ମ ପ୍ରିମିୟର ଶୋରେ ଯୋଗ ଦେବାକୁ ଆସୁଥିଲେ।

Related story