ପରଦାକୁ ଆସିଲା ସ୍ପାଏ-ଥ୍ରୀଲର ‘ନାମ୍ ଶବାନା’

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ତାପସୀ ପନ୍ନଙ୍କ ସ୍ପାଏ-ଥ୍ରୀଲର ‘ନାମ ଶବାନା’। ଜଣେ ଲେଡି ସ୍ପାଏର ସଂଘର୍ଷପୂର୍ଣ୍ଣ କାହାଣୀକୁ ନେଇ ଆଧାରିତ ହୋଇଛି ଏହି ଫିଲ୍ମ। ୨୦୧୫ର ଅକ୍ଷୟ କୁମାର ଅଭିନୀତ ‘ବେବି’ରେ ଥିବା ତାପସୀ ପନ୍ନଙ୍କ ଭୂମିକାକୁ ଏଥିରେ ମୁଖ୍ୟ କାହାଣୀ କରାଯାଇଛି। ଫିଲ୍ମରେ ଅକ୍ଷୟ କୁମାର, ମନୋଜ ବାଜପେୟୀ, ଅନୁପମ୍‌ ଖେର ଓ ଡେନି ଡେଞ୍ଜୋପାଙ୍କୁ ଦେଖିବାକୁ ମିଳିବ। ପୃଥ୍ୱୀରାଜ ସୁକୁମାରନଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳୁଛି। ଶିବରାମ ନାୟାରଙ୍କ […]

nam sabana

Rakesh Mallick
  • Published: Friday, 31 March 2017
  • , Updated: 31 March 2017, 10:51 AM IST

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ତାପସୀ ପନ୍ନଙ୍କ ସ୍ପାଏ-ଥ୍ରୀଲର ‘ନାମ ଶବାନା’। ଜଣେ ଲେଡି ସ୍ପାଏର ସଂଘର୍ଷପୂର୍ଣ୍ଣ କାହାଣୀକୁ ନେଇ ଆଧାରିତ ହୋଇଛି ଏହି ଫିଲ୍ମ।

୨୦୧୫ର ଅକ୍ଷୟ କୁମାର ଅଭିନୀତ ‘ବେବି’ରେ ଥିବା ତାପସୀ ପନ୍ନଙ୍କ ଭୂମିକାକୁ ଏଥିରେ ମୁଖ୍ୟ କାହାଣୀ କରାଯାଇଛି। ଫିଲ୍ମରେ ଅକ୍ଷୟ କୁମାର, ମନୋଜ ବାଜପେୟୀ, ଅନୁପମ୍‌ ଖେର ଓ ଡେନି ଡେଞ୍ଜୋପାଙ୍କୁ ଦେଖିବାକୁ ମିଳିବ। ପୃଥ୍ୱୀରାଜ ସୁକୁମାରନଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳୁଛି।

ଶିବରାମ ନାୟାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଲେଖିଛନ୍ତି ନିରଜ୍ ପାଣ୍ଡେ। ହିନ୍ଦୀ ସହ ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ଏହା ରିଲିଜ୍‌ ହୋଇଛି।

Related story