ମୁମ୍ବାଇ: ଡ୍ୟାନ୍ସର, କୋରିଓଗ୍ରାଫର୍ ଓ ନିର୍ଦ୍ଦେଶକ ରେମୋ ଡିସୌଜାଙ୍କୁ କିଏ ଅବା ନ ଜାଣେ ! ତେବେ ୟା ଭିତରେ ସେ ତୃତୀୟ ଥର ବାହା ହୋଇଥିବା ଖବର ଆପଣମାନେ ପାଇଛନ୍ତି କି ? ଯେଉଁମାନେ ଟ୍ୱିଟର୍ରେ ବରୁଣ ଧାୱନଙ୍କୁ ଫଲୋ କରୁଥିବେ ସେମାନେ ଅବଶ୍ୟ ଏ ବିଷୟରେ ଜାଣିଥିବେ। ଏବେ ଆମେ ଆପଣଙ୍କୁ କଥାଟିକୁ ଖୋଲିକି କହି ଦେଉଛୁ।
ରେମୋ ୧୯୯୯ରେ ଲିଜେଲ୍ଙ୍କୁ ବାହା ହୋଇଥିଲେ। ଆଉ ସେମାନଙ୍କ ବାହାଘରକୁ ୨୦ ବର୍ଷ ପୂରି ଯାଇଛି। ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ସେମାନେ ଖ୍ରୀଷ୍ଟିଆନ୍ ରୀତିନୀତିରେ ପୁଣି ଥରେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସେମାନେ ପୁଣି ବାହା ହୋଇଥିଲେ। ଏଥିରେ ବରୁଣ ଧାୱନ ଓ ଶ୍ରଦ୍ଧା କପୁର ବି ସାମିଲ ହୋଇଥିଲେ।
Congratulations @remodsouza and @Lizelle1238. Log ek baar nahi karta aap nah teen bar kar li #marriedagain #LoveStory pic.twitter.com/VDr6gYsmEO
— Varun Dhawan (@Varun_dvn) 6 October 2019
ରେମୋଙ୍କ ଏହି ସେଲିବ୍ରେସନ୍ର ଏକ ଫଟୋ ବରୁଣ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଏଥିରେ ରେମୋ, ଲିଜେଲ୍, ଶ୍ରଦ୍ଧା କପୁର ଓ ସେ ନିଜେ ଅଛନ୍ତି। ଏହାର କ୍ୟାପ୍ସନ୍ରେ ସେ ଟିକେ ମଜା କରି ଲେଖିଛନ୍ତି- ଅଭିନନ୍ଦନ ରେମୋ ଡିସୌଜା ଓ ଲିଜେଲ୍। ଲୋକେ ଥରେ ବାହା ହୋଇପାରୁ ନାହାନ୍ତି, ଆଉ ଆପଣମାନେ ତିନି ଥର ବାହା ହେଲେଣି।
ସୂଚନାଯୋଗ୍ୟ, ରେମୋଙ୍କ ଆଗାମୀ ଫିଲ୍ମ ‘ଷ୍ଟ୍ରୀଟ୍ ଡ୍ୟାନ୍ସର ଥ୍ରୀଡି’ରେ ବରୁଣ ଓ ଶ୍ରଦ୍ଧା କାମ କରୁଛନ୍ତି। ରେମୋ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଆସନ୍ତାବର୍ଷ ଜାନୁଆରୀ ମାସରେ ଫିଲ୍ମଟି ରିଲିଜ୍ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।