ତୃତୀୟ ଥର ବାହା ହେଲେ ରେମୋ !

ମୁମ୍ବାଇ: ଡ୍ୟାନ୍ସର, କୋରିଓଗ୍ରାଫର୍‌ ଓ ନିର୍ଦ୍ଦେଶକ ରେମୋ ଡିସୌଜାଙ୍କୁ କିଏ ଅବା ନ ଜାଣେ ! ତେବେ ୟା ଭିତରେ ସେ ତୃତୀୟ ଥର ବାହା ହୋଇଥିବା ଖବର ଆପଣମାନେ ପାଇଛନ୍ତି କି ? ଯେଉଁମାନେ ଟ୍ୱିଟର୍‌ରେ ବରୁଣ ଧାୱନଙ୍କୁ ଫଲୋ କରୁଥିବେ ସେମାନେ ଅବଶ୍ୟ ଏ ବିଷୟରେ ଜାଣିଥିବେ। ଏବେ ଆମେ ଆପଣଙ୍କୁ କଥାଟିକୁ ଖୋଲିକି କହି ଦେଉଛୁ। ରେମୋ ୧୯୯୯ରେ ଲିଜେଲ୍‌ଙ୍କୁ ବାହା ହୋଇଥିଲେ। ଆଉ ସେମାନଙ୍କ ବାହାଘରକୁ ୨୦ ବର୍ଷ ପୂରି ଯାଇଛି। […]

remo1

Jitendra Garnayak
  • Published: Monday, 07 October 2019
  • , Updated: 07 October 2019, 11:41 AM IST

ମୁମ୍ବାଇ: ଡ୍ୟାନ୍ସର, କୋରିଓଗ୍ରାଫର୍‌ ଓ ନିର୍ଦ୍ଦେଶକ ରେମୋ ଡିସୌଜାଙ୍କୁ କିଏ ଅବା ନ ଜାଣେ ! ତେବେ ୟା ଭିତରେ ସେ ତୃତୀୟ ଥର ବାହା ହୋଇଥିବା ଖବର ଆପଣମାନେ ପାଇଛନ୍ତି କି ? ଯେଉଁମାନେ ଟ୍ୱିଟର୍‌ରେ ବରୁଣ ଧାୱନଙ୍କୁ ଫଲୋ କରୁଥିବେ ସେମାନେ ଅବଶ୍ୟ ଏ ବିଷୟରେ ଜାଣିଥିବେ। ଏବେ ଆମେ ଆପଣଙ୍କୁ କଥାଟିକୁ ଖୋଲିକି କହି ଦେଉଛୁ।

ରେମୋ ୧୯୯୯ରେ ଲିଜେଲ୍‌ଙ୍କୁ ବାହା ହୋଇଥିଲେ। ଆଉ ସେମାନଙ୍କ ବାହାଘରକୁ ୨୦ ବର୍ଷ ପୂରି ଯାଇଛି। ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ସେମାନେ ଖ୍ରୀଷ୍ଟିଆନ୍ ରୀତିନୀତିରେ ପୁଣି ଥରେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ  ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସେମାନେ ପୁଣି ବାହା ହୋଇଥିଲେ। ଏଥିରେ ବରୁଣ ଧାୱନ ଓ ଶ୍ରଦ୍ଧା କପୁର ବି ସାମିଲ ହୋଇଥିଲେ।


ରେମୋଙ୍କ ଏହି ସେଲିବ୍ରେସନ୍‌ର ଏକ ଫଟୋ ବରୁଣ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଏଥିରେ ରେମୋ, ଲିଜେଲ୍, ଶ୍ରଦ୍ଧା କପୁର ଓ ସେ ନିଜେ ଅଛନ୍ତି। ଏହାର କ୍ୟାପ୍‌ସନ୍‌ରେ ସେ ଟିକେ ମଜା କରି ଲେଖିଛନ୍ତି- ଅଭିନନ୍ଦନ ରେମୋ ଡିସୌଜା ଓ ଲିଜେଲ୍‌। ଲୋକେ ଥରେ ବାହା ହୋଇପାରୁ ନାହାନ୍ତି, ଆଉ ଆପଣମାନେ ତିନି ଥର ବାହା ହେଲେଣି।

ସୂଚନାଯୋଗ୍ୟ, ରେମୋଙ୍କ ଆଗାମୀ ଫିଲ୍ମ ‘ଷ୍ଟ୍ରୀଟ୍ ଡ୍ୟାନ୍ସର ଥ୍ରୀଡି’ରେ ବରୁଣ ଓ ଶ୍ରଦ୍ଧା କାମ କରୁଛନ୍ତି। ରେମୋ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଆସନ୍ତାବର୍ଷ ଜାନୁଆରୀ ମାସରେ ଫିଲ୍ମଟି ରିଲିଜ୍ ହେବ।

Related story