ରାଗି ଗଲେ ରିଷି: କହିଲେ, ପୁଅ ବଡ଼ ହେଲାଣି, କାହା ସହ ବି ବୁଲିପାରେ

ମୁମ୍ବାଇ: ହ୍ୟାଣ୍ଡସମ ବୟ ରଣବୀର କପୁର ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହନ୍ତି। ନିକଟରେ ରଣବୀର ଓ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ସ୍ମୋକ୍ କରୁଥିବାର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏହି ଫଟୋଟି ଗୋଟେ ହୋଟେଲରେ ଉଠିଥିବା ଜଣାପଡ଼ୁଛି ଯେଉଁଠି ମାହିରା ଛୋଟ ଡ୍ରେସ୍ ପିନ୍ଧି ରଣବୀର କପୁରଙ୍କ ସହ ଚିଲ୍ଡ ଆଉଟ୍‌ କରୁଛନ୍ତି। ଫଟୋଟି ଲୋକଲୋଚନକୁ ଆସିବା ପରେ ବିଭିନ୍ନ ପ୍ରକାର କମେଣ୍ଟ ଆସିଥିଲା। କିଛି ଲୋକ ମାହିରାଙ୍କ […]

RANBIR

Rakesh Mallick
  • Published: Saturday, 23 September 2017
  • , Updated: 23 September 2017, 02:22 PM IST

ମୁମ୍ବାଇ: ହ୍ୟାଣ୍ଡସମ ବୟ ରଣବୀର କପୁର ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହନ୍ତି। ନିକଟରେ ରଣବୀର ଓ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ସ୍ମୋକ୍ କରୁଥିବାର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏହି ଫଟୋଟି ଗୋଟେ ହୋଟେଲରେ ଉଠିଥିବା ଜଣାପଡ଼ୁଛି ଯେଉଁଠି ମାହିରା ଛୋଟ ଡ୍ରେସ୍ ପିନ୍ଧି ରଣବୀର କପୁରଙ୍କ ସହ ଚିଲ୍ଡ ଆଉଟ୍‌ କରୁଛନ୍ତି। ଫଟୋଟି ଲୋକଲୋଚନକୁ ଆସିବା ପରେ ବିଭିନ୍ନ ପ୍ରକାର କମେଣ୍ଟ ଆସିଥିଲା। କିଛି ଲୋକ ମାହିରାଙ୍କ ଛୋଟ ଡ୍ରେସକୁ ନେଇ ଆପତ୍ତି ଉଠାଇଥିଲେ। ଆଉ କିଛି ଲୋକ ରଣବୀର ଓ ମାହିରାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବାର ମଧ୍ୟ ଚର୍ଚ୍ଚା ହେଉଛି। ତେବେ ରଣବୀରଙ୍କ ସଂପର୍କରେ ଏମିତି ସବୁ ଆଲୋଚନାକୁ ନାପସନ୍ଦ କରିଛନ୍ତି ବାପା ରିଷି କପୁର।

ସେ କହିଛନ୍ତି,“ଲୋକମାନେ ମୋ ପୁଅ ବିଷୟରେ ମୁଣ୍ଡ ଖେଳାଇବା ବନ୍ଦ କରନ୍ତୁ। ମୁଁ ଉକ୍ତ ଫଟୋଟିକୁ ଦେଖିଛି। କିନ୍ତୁ ମୁଁ ଏଥିରେ ଆଦୌ ଚିନ୍ତିତ ନୁହେଁ। ଅନ୍ୟମାନେ ମଧ୍ୟ ଚିନ୍ତା କରିବା ଦରକାର ନାହିଁ।”

ରିଷି ଆହୁରି କହିଛନ୍ତି,“ରଣବୀର ଜଣେ ୟଙ୍ଗ ଷ୍ଟାର। ସେ ସିଙ୍ଗଲ ଅଛନ୍ତି। ସେ କାହାସହ ଭେଟ କରିପାରିବେ ଓ ବୁଲି ପାରିବେ। କେହିବି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମୁଣ୍ଡ ଖେଳାଇବା ଠିକ୍ ନୁହେଁ।  ମୁଁ ମଧ୍ୟ ସେଥିରେ ଦଖଲ ଦେବାକୁ ଚାହୁଁନି।”

ରିଷିଙ୍କ କହିବା ଅନୁସାରେ ରଣବୀର ୟୁଏସଏରେ ଅଛନ୍ତି। ମାହିରାଙ୍କ ସହ ରେଷ୍ଟୁରାଣ୍ଟକୁ ଯାଇଥିବେ। ପବ୍ଲିକ ପ୍ଲେସ୍‌ରେ ସ୍ମୋକ୍ କରିବା ଠିକ୍‌ ନୁହେଁ ବୋଲି ସେ ବାହାରକୁ ଯାଇ ସ୍ମୋକ୍ କରିଥିବେ।

ଦୁହେଁ ଡେଟ୍ କରୁଥିବା ଖବରକୁ ରିଷି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଏହା ଏକ ଗୁଜବ।

Related story