ରେଟ୍ ଦେଖି ରାଗି ଗଲେ ରିଷି

ନୂଆଦିଲ୍ଲୀ: କ୍ୟାନ୍‌ସର୍‌ରେ ପୀଡ଼ିତ ରିଷି କପୁର ଚିକିତ୍ସା ଶେଷ ହେବା ପରେ ଆଜି ନ୍ୟୁୟର୍କରୁ ମୁମ୍ବାଇ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସେ ସେଠାରେ ବିମାନରେ ବସି ସାରିଛନ୍ତି।  ଏହା ନିଶ୍ଚିତ ଭାବେ ସିନେ ପ୍ରେମୀଙ୍କ ପାଇଁ ଏକ ଭଲ ଖବର। ତେବେ ନ୍ୟୁୟର୍କ ଛାଡ଼ିବା ପୂର୍ବରୁ ଗତକାଲି ରିଷି ଏକ ତିକ୍ତ ଅନୁଭୂତିର ସମ୍ମୁଖୀନ ହୋଇଥିଲେ। ଆପଣମାନେ ତ ଜାଣିଥିବେ, ଗତକାଲି ତାଙ୍କର ୬୭ତମ ଜନ୍ମ ଦିନ ଥିଲା। ଏହି ଦିନଟିକୁ ସ୍ପେଶାଲ୍ କରିବା […]

rishi

Jitendra Garnayak
  • Published: Thursday, 05 September 2019
  • , Updated: 05 September 2019, 06:29 PM IST

ନୂଆଦିଲ୍ଲୀ: କ୍ୟାନ୍‌ସର୍‌ରେ ପୀଡ଼ିତ ରିଷି କପୁର ଚିକିତ୍ସା ଶେଷ ହେବା ପରେ ଆଜି ନ୍ୟୁୟର୍କରୁ ମୁମ୍ବାଇ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସେ ସେଠାରେ ବିମାନରେ ବସି ସାରିଛନ୍ତି।  ଏହା ନିଶ୍ଚିତ ଭାବେ ସିନେ ପ୍ରେମୀଙ୍କ ପାଇଁ ଏକ ଭଲ ଖବର। ତେବେ ନ୍ୟୁୟର୍କ ଛାଡ଼ିବା ପୂର୍ବରୁ ଗତକାଲି ରିଷି ଏକ ତିକ୍ତ ଅନୁଭୂତିର ସମ୍ମୁଖୀନ ହୋଇଥିଲେ। ଆପଣମାନେ ତ ଜାଣିଥିବେ, ଗତକାଲି ତାଙ୍କର ୬୭ତମ ଜନ୍ମ ଦିନ ଥିଲା। ଏହି ଦିନଟିକୁ ସ୍ପେଶାଲ୍ କରିବା ପାଇଁ ପତ୍ନୀ ନୀତୁଙ୍କ ସହିତ ସେ ନ୍ୟୁୟର୍କର ଏକ ହୋଟେଲ୍‌କୁ ଡିନର୍ କରିବାକୁ ଯାଇଥିଲେ। ତେବେ ସେ ହୋଟେଲ୍‌ର ଖାଦ୍ୟ ପଦାର୍ଥର ଦାମ୍ ଶୁଣି ରିଷିଙ୍କ ମୁଣ୍ଡ ଗରମ ହୋଇଯାଇଥିଲା।

ସେ ଆଜି ଏ ସମ୍ପର୍କରେ ଟ୍ୱିଟ୍ କରି କହିଥିଲେ ଯେ ନୀତୁଙ୍କ ସହିତ ସେ ‘Daniel Bouluds flagship restaurant’କୁ ଡିନର କରିବାକୁ ଯାଇଥିଲେ। କିନ୍ତୁ ବହୁତ ନିରାଶ ହେଲେ। ବହୁତ ଉଚ୍ଚା ଦର ଓ ଅହଙ୍କାରୀ। ସେ କେବେ କାହାକୁ ସେଠାକୁ ଯିବାକୁ ପରାମର୍ଶ ଦେବିନି।


ତାଙ୍କ ଟ୍ୱିଟ୍ ପଢ଼ି ଜଣେ ବ୍ୟକ୍ତି ଲେଖିଥିଲେ ଯେ ସେ ତାଙ୍କ ଘରେ ଆସି ଖାଇ ପାରିବେ। ଆଉ ଜଣେ ଲେଖିଛନ୍ତି,‘ଆପଣ ସେ ହୋଟେଲ୍‌କୁ ଟ୍ୟାଗ୍ କରିବା ଉଚିତ୍‌। ଆପଣ ଅତିକମ୍‌ରେ ତାଙ୍କ ମ୍ୟାନେଜର୍‌ଙ୍କୁ ଏ ବିଷୟରେ କହିଥା’ନ୍ତେ।’

ଅନ୍ୟପକ୍ଷରେ ନୀତୁ କପୁର ସେମାନଙ୍କ ଡିନର୍‌ର ଏକ ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଗତକାଲି ବଲିଉଡ୍‌ର ପ୍ରାୟ ସବୁ ଷ୍ଟାର ରିଷି କପୁରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ।

Related story