ବିଏମସିର ନିୟମ ଉଲ୍ଲଂଘନ କରି ଅଡ଼ୁଆରେ ରିଷି

ମୁମ୍ବାଇ: ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ରିଷି କପୁର ବିଏମସିର ନିୟମ ଉଲ୍ଲଂଘନ କରି ଅଡୁଆ ପଡ଼ିଯାଇଛନ୍ତି। ରିଷିଙ୍କ ପାଖକୁ ବିଏମସି ପକ୍ଷରୁ ନୋଟିସ୍ ପଠା ଯାଇଛି। ରିଷି ନିଜ ଘର ଆଗରେ ଥିବା ଗଛର ଡାଳକୁ କାଟି  ଦେଇଥିବାରୁ  ବିଏମସି  ପକ୍ଷରୁ ତାଙ୍କ ପାଖକୁ ନୋଟିସ୍‌ ପଠାଇଛି। ରିଷି ମୁମ୍ବାଇର ବାନ୍ଦ୍ରାର ପାଲି ହିଲ୍‌ ସ୍ଥିତ କୃଷ୍ଣରାଜ ବଙ୍ଗଳା ରହନ୍ତି। ଘରର ନିର୍ମାଣ କାମ ପାଇଁ ସେ ଏହା ନିକଟରେ ଥିବା ଗଛଗୁଡ଼ିକର […]

rishi-kapoor,,,

Rakesh Mallick
  • Published: Friday, 21 April 2017
  • , Updated: 21 April 2017, 09:22 AM IST

ମୁମ୍ବାଇ: ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ରିଷି କପୁର ବିଏମସିର ନିୟମ ଉଲ୍ଲଂଘନ କରି ଅଡୁଆ ପଡ଼ିଯାଇଛନ୍ତି। ରିଷିଙ୍କ ପାଖକୁ ବିଏମସି ପକ୍ଷରୁ ନୋଟିସ୍ ପଠା ଯାଇଛି। ରିଷି ନିଜ ଘର ଆଗରେ ଥିବା ଗଛର ଡାଳକୁ କାଟି  ଦେଇଥିବାରୁ  ବିଏମସି  ପକ୍ଷରୁ ତାଙ୍କ ପାଖକୁ ନୋଟିସ୍‌ ପଠାଇଛି।

ରିଷି ମୁମ୍ବାଇର ବାନ୍ଦ୍ରାର ପାଲି ହିଲ୍‌ ସ୍ଥିତ କୃଷ୍ଣରାଜ ବଙ୍ଗଳା ରହନ୍ତି। ଘରର ନିର୍ମାଣ କାମ ପାଇଁ ସେ ଏହା ନିକଟରେ ଥିବା ଗଛଗୁଡ଼ିକର ଶାଖାଗୁଡ଼ିକୁ ଛୋଟ ଛୋଟ କରିବାକୁ ବିଏମ୍‌ସିକୁ ଅନୁମତି ମାଗିଥିଲେ। ବିଏମ୍‌ସି ଅନୁମତି ଦେଇଥିଲା। ତେବେ ରିଷି ଅନୁମତି ମୁତାବକ ନ ଯାଇ ଗଛର ଶାଖାଗୁଡ଼ିକୁ ଛୋଟ କରିବା ପରିବର୍ତ୍ତେ ସେଗୁଡ଼ିକୁ ମୁଳରୁ ଛେଦନ କରି ଦେଇଥିଲେ। ଏହା ଆଇନର ଉଲ୍ଲଂଘନ ବୋଲି କହିଛି ବିଏମ୍‌ସି।  ସେଥିପାଇଁ ତାଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

ବୁଧବାର ରିଷିଙ୍କ ପାଖକୁ ନୋଟିସ୍ ପଠାଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେ ଏହି ସମୟ ମଧ୍ୟରେ ସେ ଜବାବ ଦାଖଲ କରି ନାହାନ୍ତି।

 

 

Related story