କାମକୁ ଫେରିଲେ ଋଷି !

ମୁମ୍ବାଇ: କ୍ୟାନ୍‌ସର୍ ଚିକିତ୍ସା ପରେ ଗତମାସରେ ଆମେରିକାରୁ ଫେରିଥିବା ବଲିଉଡ୍‌ର ଅନ୍ୟତମ ଭେଟେରାନ୍ ଅଭିନେତା ଋଷି କପୁର ପୁଣି କାମକୁ ଫେରିଛନ୍ତି। ନିକଟରେ ସେ କ୍ୟାମେରା ସମ୍ମୁଖକୁ ଆସିଥିଲେ। ଜଣାଶୁଣା ଫଟୋଗ୍ରାଫର ଅବିନାଶ ଗୋୱାରିକର ତାଙ୍କର ଫଟୋ ଶୁଟ୍ କରିଥିଲେ। ଅବିନାଶ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଋଷିଙ୍କର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଏହି କଳାଧଳା ଫଟୋରେ ଋଷିଙ୍କର ଦାଢ଼ି ବହୁତ ବଢ଼ି ଯାଇଛି। ସେ ହାଲ୍‌କା ହସୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏ ଫଟୋ ଶେଆର୍ କରି […]

rishi

Jitendra Garnayak
  • Published: Sunday, 06 October 2019
  • , Updated: 07 October 2019, 09:03 AM IST

ମୁମ୍ବାଇ: କ୍ୟାନ୍‌ସର୍ ଚିକିତ୍ସା ପରେ ଗତମାସରେ ଆମେରିକାରୁ ଫେରିଥିବା ବଲିଉଡ୍‌ର ଅନ୍ୟତମ ଭେଟେରାନ୍ ଅଭିନେତା ଋଷି କପୁର ପୁଣି କାମକୁ ଫେରିଛନ୍ତି। ନିକଟରେ ସେ କ୍ୟାମେରା ସମ୍ମୁଖକୁ ଆସିଥିଲେ। ଜଣାଶୁଣା ଫଟୋଗ୍ରାଫର ଅବିନାଶ ଗୋୱାରିକର ତାଙ୍କର ଫଟୋ ଶୁଟ୍ କରିଥିଲେ।

ଅବିନାଶ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଋଷିଙ୍କର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଏହି କଳାଧଳା ଫଟୋରେ ଋଷିଙ୍କର ଦାଢ଼ି ବହୁତ ବଢ଼ି ଯାଇଛି। ସେ ହାଲ୍‌କା ହସୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଏ ଫଟୋ ଶେଆର୍ କରି ଅବିନାଶ ଲେଖିଛନ୍ତି ଯେ ପ୍ୟାକ୍‌ଅପ୍ ପରେ ଋଷିଙ୍କର ଏହି ଫଟୋ ଉଠାଇଥିଲେ। କିଛି ସମୟ ପାଇଁ ସେ ବ୍ରେକ୍ ନେବା ପରେ ପୁଣି ଫେରିଛନ୍ତି। ଲେନ୍‌ସରୁ ଚିଣ୍ଟୁଜୀଙ୍କୁ ଦେଖି କେମିତି ଲାଗିଲା, ତାହା ଶବ୍ଦରେ ପ୍ରକାଶ କରି ହେବ ନାହିଁ।

 

View this post on Instagram

 

#PostPackUpShot with TheLegend #RishiKapoor, who is back in action after a small break... can’t explain how fantastic it felt to see Chintuji through the lens radiating his vintage energy in full flow 🙏🤗❤ . . #shootdiaries #shootmood #shootlife #expression #peopleinframe #moment #perspective #humaneffect #quietthechaos #blacknwhite #bandw #monochromephotography #portrait #portrait_mood #portraitphotography #retrobollywood #bollywoodlife #bollywoodcelebrity #legend #photoshoot #photooftheday #postthepeople #photogram @sonyalphain #sonyalphain #sonya7riii @profotoglobal #profoto #profotoindia

A post shared by Avinash Gowariker (@avigowariker) on


ଋଷି କପୁର ନିଜ ଫଟୋକୁ ରି-ଟ୍ୱିଟ୍ କରି ଅବିନାଶଙ୍କୁ ଧନ୍ୟବାଦ ଦେଇଛନ୍ତି ଓ ଇଟାଲୀରୁ ଫେରିଲେ ଦେଖା କରିବେ ବୋଲି କହିଛନ୍ତି। ଏପରିକି ଉକ୍ତ ଫଟୋ ଶୁଟ୍ ପରେ ସେ ଦାଢ଼ି କାଟି ଦେଇଥିବା କହିଛନ୍ତି। ଏହି ଟ୍ୱିଟ୍ ଅନୁଯାୟୀ ଋଷି ଶନିବାର ଦିନ ଇଟାଲୀ ଯାଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ଋଷି ହଠାତ୍ ନ୍ୟୁୟର୍କ ଚାଲିଯାଇଥିଲେ। ତା’ପରେ ଜଣାପଡ଼ିଥିଲା ଯେ ସେ କ୍ୟାନ୍‌ସର୍‌ରେ ପୀଡ଼ିତ। ତାଙ୍କ ଅବସ୍ଥା ଏମିତି ଥିଲା ଯେ ସେ ତାଙ୍କ ମା’ଙ୍କ ଶେଷ ଦର୍ଶନ କରିପାରି ନଥିଲେ। ସେ ନ୍ୟୁୟର୍କ ଯିବା ପରେ ତାଙ୍କ ମା’ଙ୍କର ପରଲୋକ ହୋଇଥିଲା।

Related story