ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଓ ସଫଳ ଯୋଡିମାନଙ୍କ ମଧ୍ୟରୁ ନିତୁ ସିଂ ଓ ରିଷିକପୁରଙ୍କ ଜୋଡି ଅନ୍ୟତମ। ଦୁହିଁଙ୍କର ବିବାହକୁ ପୁରିଛି 37 ବର୍ଷ। ସେମାନେ ତାଙ୍କ ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି। ନିତୁ ସିଂ ତାଙ୍କ କ୍ୟାରିଅରର ଆରମ୍ଭ 1937ରେ ରିଶି କପୁରଙ୍କ ସହ କରିଥିଲେ। ସେହି ଫିଲ୍ମର ନା ଥିଲା ସ୍ୱାବି। କିନ୍ତୁ ଆପଣ ଜାଣିଛନ୍ତି କି ରିଷି କପୁରଙ୍କ ଜୀବନରେ ନିତୁଙ୍କ ପୂର୍ବରୁ ଆଉ ଜଣେ ମହିଳା ଥିଲେ ଯାହାକୁ ସେ ବହୁତ ଭଲପାଉଥିଲେ। ସେ ମହିଳାଜଣଙ୍କ ହେଉଛନ୍ତି ଡିମ୍ପଲ କପାଡିଆ। ସେ ସମୟର ରିଷି ତାଙ୍କୁ ପ୍ରପୋଜ କରିବାପାଇଁ ଚାହୁଁଥିଲେ, କିନ୍ତୁ ରିଷିଙ୍କ ପିତା ରାଜ କପୁର ଏଥିରେ ରାଜି ହୋଇନଥିଲେ। ଶେଷରେ ରିଷି ଡିମ୍ପଲଙ୍କୁ ଭୁଲିଯିବାକୁ ବାଧ୍ୟ ହୋଇଥିଲେ। ଏହାପରେ ତାଙ୍କ ଜୀବନରେ ନିତୁ ସିଂ ଆସିଥିଲେ। ନିତୁ ସିଂ ତାଙ୍କ ଜୀବନରେ ରହିବା ସତ୍ୱେ ସେ ଅନ୍ୟ ଝିଅ ମାନଙ୍କ ସହ ଫ୍ଲଟିଂ କରିବାର କିଛି ମଉକା ଛାଡୁନଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମହାପ୍ରଭୁଙ୍କୁ ତାଚ୍ଛଲ୍ୟ...; ଯାତ୍ରା ଷ୍ଟେଜକୁ ଚେୟାର ଫିଙ୍ଗିଲେ ଦର୍ଶକ
ଖଳ ଚରିତ୍ରରେ ଥିବା ନବ ଘୋଷ କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ କଡା ଭାଷାରେ ଆକ୍ଷେପ କଲା ପରି ସଂଳାପ କହିଥିଲେ। ନବ ଘୋଷଙ୍କ ସେହି ସଂଳାପ ଶୁଣିବା ପରେ ତାତି ଯାଇଥିଲେ ଷ୍ଟେଜ୍ ସମ୍ମୁଖରେ ବସିଥିବା ଦର୍ଶକ।
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?