ମହାସୁରର ସଂହାର କରିବେ ରାମଚରଣ ଓ ଜୁନିଅର ଏନ୍‌ଟିଆର୍‌

ହାଇଦ୍ରାବାଦ: ମହାସୁରର ସଂହାର କରିବେ ସାଉଥସୁପର ଷ୍ଟାର ରାମଚରଣ ଓ ଜୁନିଅର ଏନ୍‌ଟିଆର୍‌। ଏଦୁହେଁ ମିଶି ଲଢ଼ିବେ, ଶତ୍ରୁକୁ ଦେବେ ମାତ୍‌। ବ୍ରିଟିଶ ସେନାକୁ ଚଟାଇବେ ଧୂଳି। ଜଣେ ରାମ ସାଜି ଶତ୍ରୁର ବିନାଶ କରିବେ ତ ଆଉ ଜଣେ ଭୀମ ସାଜି ଦେଖାଇବେ ଶକ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ବହୁପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଟ୍ରେଲରରେ। ନିର୍ଦ୍ଦେଶକ ଏସ୍.ଏସ୍ ରାଜାମ ମୌଲି ଫିଲ୍ମ ‘RRR’ ଘୋଷଣା କରିବା ଦିନଠାରୁ ପ୍ରଶଂସକମାନେ ଉତ୍ସାହର […]

Ram charan and JrNTR

Madhupriya Mistry
  • Published: Thursday, 09 December 2021
  • , Updated: 09 December 2021, 12:51 PM IST

ହାଇଦ୍ରାବାଦ: ମହାସୁରର ସଂହାର କରିବେ ସାଉଥସୁପର ଷ୍ଟାର ରାମଚରଣ ଓ ଜୁନିଅର ଏନ୍‌ଟିଆର୍‌। ଏଦୁହେଁ ମିଶି ଲଢ଼ିବେ, ଶତ୍ରୁକୁ ଦେବେ ମାତ୍‌। ବ୍ରିଟିଶ ସେନାକୁ ଚଟାଇବେ ଧୂଳି। ଜଣେ ରାମ ସାଜି ଶତ୍ରୁର ବିନାଶ କରିବେ ତ ଆଉ ଜଣେ ଭୀମ ସାଜି ଦେଖାଇବେ ଶକ୍ତି।

ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ବହୁପ୍ରତିକ୍ଷିତ ଫିଲ୍ମ 'ଆର୍‌ଆର୍‌ଆର୍‌'ର ଟ୍ରେଲରରେ। ନିର୍ଦ୍ଦେଶକ ଏସ୍.ଏସ୍ ରାଜାମ ମୌଲି ଫିଲ୍ମ 'RRR' ଘୋଷଣା କରିବା ଦିନଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ରିଲିଜ୍ ତାରିଖ ଘୋଷଣା କରିବା ପରେ ନିର୍ମାତାମାନେ ଗୋଟିଏ ପରେ ଗୋଟିଏ ଫିଲ୍ମର ଚରିତ୍ରକୁ ନେଇ ପୋଷ୍ଟର ରିଲିଜ୍ କରିଥିଲେ। ଏବେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି।

ଫିଲ୍ମ 'RRR' ର ଟ୍ରେଲରରେ, ରାମଚରଣଙ୍କ ସହିତ ଜୁନିଆର ଏନ୍‌ଟିଆର୍ ବେଶ୍‌ ଦମ୍‌ଦାର୍‌ ଲୁକ୍‌ରେ ନଜର ଆସିଛନ୍ତି। ଉଭୟର ଜବରଦସ୍ତ ଆକ୍ସନ ମଧ୍ୟ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଭାରି ଡାଏଲଗ୍‌ ମଧ୍ୟ ଶୁଣିବାକୁ ମିଳିଛି, ଯାହା ଦର୍ଶକଙ୍କୁ ଫିଲ୍ମ ଦେଖିବାକୁ ବାଧ୍ୟ କରିଦେଇଛି।

ଟ୍ରେଲରରେ ରାମଚରଣ ଓ ଜୁନିଆର ଏନ୍‌ଟିଆର୍‌ଙ୍କ ବନ୍ଧୁତା ସ୍ପଷ୍ଟ ଭାବେ ବାରି ହୋଇପଡିଛି। ଦୁହେଁ ନିଜ ବନ୍ଧୁତ୍ୱ ପାଇଁ ଜୀବନ ଦେବାକୁ ମଧ୍ୟ ପଛାଉ ନାହାନ୍ତି। ଅନ୍ୟପଟେ ଆଲିଆ ଭଟ୍ଟ ଓ ଅଜୟ ଦେବଗାନଙ୍କ ଝଲକ ମଧ୍ୟ ଟ୍ରେଲରରେ ନଜର ଆସିଛି।

ଭାରତୀୟ ବିପ୍ଲବୀ ଆଲୁରି ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ କାଳ୍ପନିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ। ଯେଉଁମାନେ ଯଥାକ୍ରମେ ବ୍ରିଟିଶ ରାଜ ଏବଂ ହାଇଦ୍ରାବାଦର ନିଜାମ ବିରୁଦ୍ଧରେ ଲଢ଼େଇ କରିଥିଲେ।

ଫିଲ୍ମରେ ଇମୋସନାଲ ସିନ୍‌ର ସହ ଆକ୍ସନ ଏବଂ ଡ୍ରାମା ମଧ୍ୟ ଭରପୁର ରହିଛି। ଏହା ଏକ ବିଗ୍‌ ବଜେଟ୍‌ ଫିଲ୍ମ।  ଟ୍ରେଲର ପୂର୍ବରୁ ଫିଲ୍ମର ଦୁଇଟି ଗୀତ ମଧ୍ୟ ରିଲିଜ ହୋଇସାରିଛି, ଯାହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି।  ଆସନ୍ତା ବର୍ଷ ଜାନୁଆରୀ ୭ ତାରିଖରେ ଏହି ଫିଲ୍ମଟି ବହୁ ଭାଷା ଯେପରିକି ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲୟାଲମରେ ବଡ ପରଦାରେ ରିଲିଜ ହେବ।

https://youtu.be/f_vbAtFSEc0

Related story