ସଂସ୍କାରୀ ବୋହୂଙ୍କ ହଟ୍ ଅନ୍ଦାଜ, ଫଟୋକୁ ନେଇ ପୁଣି ଚର୍ଚ୍ଚାରେ ରୁବୀନା

ଟେଲିଭିଜନର ସଂସ୍କାରୀ ‘ଛୋଟୀ ବୋହୂ’ ପୁଣି ଥରେ ନିଜର ହଟ୍ ଅନ୍ଦାଜ ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି। ଆମେ କହୁଛୁ ଧାରାବାହିକ ‘ଛୋଟୀ ବୋହୂ’ ଜରିଆରେ ଟେଲିଭିଜନ ଦୁନିଆରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ରୁବୀନା ଦିଲୈକଙ୍କ ସଂପର୍କରେ। ନିକଟରେ ସେ ତାଙ୍କର କିଛି ଫଟୋ ଇଣ୍ଟରନେଟ୍‌ରେ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ବୋଲ୍ଡ ଅନ୍ଦାଜ ଦେଖିବାକୁ ମିଳିଛି। ରୁବୀନା ଏବେ କଲର୍ସ ଟିଭିରେ ପ୍ରସାରିତ ହେଉଥିବା ‘ଶକ୍ତି- ଅସ୍ତିତ୍ୱ ଏକ୍ ଏହସାସ […]

rubinaimage

Rakesh Mallick
  • Published: Saturday, 09 December 2017
  • , Updated: 09 December 2017, 09:16 AM IST

ଟେଲିଭିଜନର ସଂସ୍କାରୀ ‘ଛୋଟୀ ବୋହୂ’ ପୁଣି ଥରେ ନିଜର ହଟ୍ ଅନ୍ଦାଜ ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି। ଆମେ କହୁଛୁ ଧାରାବାହିକ ‘ଛୋଟୀ ବୋହୂ’ ଜରିଆରେ ଟେଲିଭିଜନ ଦୁନିଆରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ରୁବୀନା ଦିଲୈକଙ୍କ ସଂପର୍କରେ। ନିକଟରେ ସେ ତାଙ୍କର କିଛି ଫଟୋ ଇଣ୍ଟରନେଟ୍‌ରେ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ବୋଲ୍ଡ ଅନ୍ଦାଜ ଦେଖିବାକୁ ମିଳିଛି।

ରୁବୀନା ଏବେ କଲର୍ସ ଟିଭିରେ ପ୍ରସାରିତ ହେଉଥିବା ‘ଶକ୍ତି- ଅସ୍ତିତ୍ୱ ଏକ୍ ଏହସାସ କୀ’ ଧାରାବାହିକରେ ନଜର ଆସୁଛନ୍ତି। ଏହି ସିରିଏଲ୍‌ରେ ସେ ଲିଡ୍‌ ରୋଲ୍‌ରେ ଅଛନ୍ତି। ଏଥିରେ ବି ସେ ଜଣେ ସଂସ୍କାରୀ ବୋହୂ ଭୂମିକାରେ ଅଭିନୟ କରୁଛନ୍ତି। ପ୍ରାୟ ସବୁ ଶୋ’ରେ ସେ ସଂସ୍କାରୀ ବୋହୂ ଭୂମିକାରେ ନଜର ଆସନ୍ତି। କିନ୍ତୁ ରିୟଲ ଲାଇଫ୍‌ରେ ସେ ପୂରା ବିପରୀତ। ସେ ବହୁତ ମଡର୍ଣ୍ଣ ଓ ଗ୍ଲାମରସ୍‌।

ସିରିଏଲ ଗୁଡ଼ିକରେ ଦର୍ଶକମାନେ ତାଙ୍କୁ ସବୁ ବେଳେ ଶାଢ଼ିରେ ଦେଖି ଆସିଛନ୍ତି। ତେଣୁ ନିକଟରେ ସେ ଇଣ୍ଟରନେଟ୍‌ରେ ସେୟାର କରିଥିବା ବିକିନି ଫଟୋକୁ ଅନେକ ଦର୍ଶକ ଗ୍ରହଣ କରିପାରି ନାହାନ୍ତି। ସେମାନେ ରୁବୀନାଙ୍କ ଏଭଳି ବେଶକୁ ନେଇ ଖରାପ ଖରାପ ପ୍ରତିକ୍ରିୟା ଦେଇଛନ୍ତି।

ଅବଶ୍ୟ ପ୍ରଥମ ଥର ପାଇଁ ସେ ଏଭଳି ବୋଲ୍ଡ ଅନ୍ଦାଜରେ ଆସି ନାହାନ୍ତି। ଏହା ପୂର୍ବରୁ ବିକିନି ପିନ୍ଧି ସେ ତାଙ୍କର ହଟ୍ ଅନ୍ଦାଜ ଦେଖାଇ ସାରିଛନ୍ତି।

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ନିକଟରେ ସେ ଥାଇଲାଣ୍ଡରୁ ଛୁଟି କାଟି ଫେରିଛନ୍ତି।

Related story