ଆସିଲା ଫିଲ୍ମ 'ସାହୋ'ର ଆଉ ଏକ ରୋମାଣ୍ଟିକ୍‌ ଗୀତ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁର ଷ୍ଟାରର୍‌ ଫିଲ୍ମ ‘ସାହୋ’ର ଏକ ନୂଆ ଗୀତ ରିଲିଜ୍‌ ହୋଇଯାଇଛି। ଗୀତଟିର ନାଁ ହେଉଛି ‘ବେବି ୱାଣ୍ଟ ଟୁ ଟେଲ୍‌ ମି’। ଏହି ଗୀତରେ ଦର୍ଶକଙ୍କୁ ପ୍ରଭାସ ଓ ଶ୍ରଦ୍ଧାଙ୍କର ସିଜ୍‌ଲିଙ୍ଗ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏଥିରେ ପ୍ରଭାସ ଓ ଶ୍ରଦ୍ଧାଙ୍କର ଏକ ଛୋଟ ଚୁମ୍ବନ ଦୃଶ୍ୟ ମଧ୍ୟ ରହିଛି। ଗୀତଟି ରିଲିଜ୍‌ ହେବାର କିଛି ସମୟ ମଧ୍ୟରେ ହିଁ ଭାଇରାଲ ହୋଇଯାଇଛି। ଏପର୍ଯ୍ୟନ୍ତ ଏହି ଗୀତଟିକୁ […]

sahoo

Chinmayee Roy
  • Published: Monday, 26 August 2019
  • , Updated: 26 August 2019, 07:25 PM IST

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁର ଷ୍ଟାରର୍‌ ଫିଲ୍ମ ‘ସାହୋ’ର ଏକ ନୂଆ ଗୀତ ରିଲିଜ୍‌ ହୋଇଯାଇଛି। ଗୀତଟିର ନାଁ ହେଉଛି ‘ବେବି ୱାଣ୍ଟ ଟୁ ଟେଲ୍‌ ମି’। ଏହି ଗୀତରେ ଦର୍ଶକଙ୍କୁ ପ୍ରଭାସ ଓ ଶ୍ରଦ୍ଧାଙ୍କର ସିଜ୍‌ଲିଙ୍ଗ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏଥିରେ ପ୍ରଭାସ ଓ ଶ୍ରଦ୍ଧାଙ୍କର ଏକ ଛୋଟ ଚୁମ୍ବନ ଦୃଶ୍ୟ ମଧ୍ୟ ରହିଛି।

ଗୀତଟି ରିଲିଜ୍‌ ହେବାର କିଛି ସମୟ ମଧ୍ୟରେ ହିଁ ଭାଇରାଲ ହୋଇଯାଇଛି। ଏପର୍ଯ୍ୟନ୍ତ ଏହି ଗୀତଟିକୁ ଦେଢ଼ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଗୀତଟିର ସ୍କ୍ରିନ ପ୍ଲେ ଖୁବ୍‌ ସୁନ୍ଦର ହୋଇଥିବାବେଳେ ପ୍ରଭାସ ଓ ଶ୍ରଦ୍ଧାଙ୍କ ଆଉଟ୍‌ଫିଟ୍‌ ମଧ୍ୟ ଜବରଦସ୍ତ ରହିଛି। ଗୀତଟିକୁ ଶଙ୍କର ମହାଦେବନ କମ୍ପୋଜ୍ କରିଥିବାବେଳେ ଗୀତଟିକୁ ଗାଇଛନ୍ତି ନିଜେ ଶଙ୍କର ମହାଦେବନ, ଅଲିସା ମେଁଡୋନଶା ଓ ରବି ମିଶ୍ର।

ଏବା ପୂର୍ବରୁ ଏହି ଫିଲ୍ମର ଆଉ ଏକ ରୋମାଣ୍ଟିକ୍‌ ସଙ୍ଗ ‘ଇନି ସୋନି’ ଏବଂ ଏକ ପାର୍ଟି ସଙ୍ଗ ‘ସାଇକୋ ସୟାଁ’ ରିଲିଜ୍‌ ହୋଇଥିଲା। ଦୁଇଟି ଯାକ ଗୀତରେ ଶ୍ରଦ୍ଧା ଓ ପ୍ରଭାସଙ୍କ ହଟ୍‌ ଅନ୍ଦାଜ ଓ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥିଲା।

ବିଗ୍‌ ବଜେଟ୍‌ ଫିଲ୍ମ ‘ସାହୋ’ରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ, ନୀଲ ନୀତିନ୍‌ ମୁକେଶ ମଧ୍ୟ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଫିଲ୍ମର ନିର୍ମାଣ ଯୁଭି କ୍ରିୟେଶନ୍‌ର ବ୍ୟାନରରେ ହୋଇଛି। ପୂର୍ବରୁ ଏହି ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିଲା। ହେଲେ ଏବେ ଫିଲ୍ମ ରିଲିଜ୍‌ ତାରିଖ ଘୁଞ୍ଚିଯାଇଛି।

ଏହି ଫିଲ୍ମ ଅଗଷ୍ଟ ୩୦ରେ ରିଲିଜ୍‌ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ତେଲୁଗୁ ନିର୍ଦ୍ଦେଶକ ସୁଜିତ୍। ଏହି ଫିଲ୍ମରେ ପ୍ରଭାସଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିବ। ‘ସାହୋ’ରେ ସୁଯୋଗ ପାଇଥିବାରୁ ବିଶେଷ କରି ବାହୁବଳୀ ପ୍ରଭାସଙ୍କ ସହ କାମ କରୁଥିବାରୁ ଶ୍ରଦ୍ଧା ଖୁବ୍ ଉତ୍ସାହିତ ଅଛନ୍ତି।

https://youtu.be/WHkfhbH_980

 

Related story