ବାଦ୍‌ଶାହାଙ୍କ ପ୍ରେରଣା ମାଷ୍ଟରବ୍ଲାଷ୍ଟର: ବଲିଉଡରେ ସଚିନ କ୍ରେଜ୍‌

ମୁମ୍ବାଇ: ସେ ଯେତେବେଳେ ବ୍ୟାଟ ଧରି ମଇଦାନକୁ ଓହ୍ଲାନ୍ତି ବୋଲରଙ୍କ ନିଦ ହଜିଯାଇଥାଏ। କେମିତି ବଲ ଫିଙ୍ଗିବେ ତାକୁ ନେଇ ଜଣେ ବୋଲର ଶହେ ଥର ଚିନ୍ତା କରିଥାଏ। ଆପଣ ବୁଝି ପାରୁଥିବେ ଆମେ କାହା କଥା କହୁଛୁ। ସେ ଆଉ କେହି ନୁହେଁ ମାଷ୍ଟରବ୍ଲାଷ୍ଟର ତଥା କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର। କେବଳ କ୍ରିକେଟ୍‌ ଜଗତରେ ନୁହେଁ ସବୁ କ୍ଷେତ୍ରରେ ସଚିନ୍‌ଙ୍କ ଲୋକପ୍ରିୟତା କାହିଁରେ କ’ଣ। ବିଶେଷ କରି ବଲିଉଡର ସଚିନ୍‌ କ୍ରେଜ୍‌ କିଛି […]

Shah-Sachin

Rakesh Mallick
  • Published: Thursday, 20 April 2017
  • , Updated: 20 April 2017, 05:01 PM IST

ମୁମ୍ବାଇ: ସେ ଯେତେବେଳେ ବ୍ୟାଟ ଧରି ମଇଦାନକୁ ଓହ୍ଲାନ୍ତି ବୋଲରଙ୍କ ନିଦ ହଜିଯାଇଥାଏ। କେମିତି ବଲ ଫିଙ୍ଗିବେ ତାକୁ ନେଇ ଜଣେ ବୋଲର ଶହେ ଥର ଚିନ୍ତା କରିଥାଏ। ଆପଣ ବୁଝି ପାରୁଥିବେ ଆମେ କାହା କଥା କହୁଛୁ। ସେ ଆଉ କେହି ନୁହେଁ ମାଷ୍ଟରବ୍ଲାଷ୍ଟର ତଥା କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର। କେବଳ କ୍ରିକେଟ୍‌ ଜଗତରେ ନୁହେଁ ସବୁ କ୍ଷେତ୍ରରେ ସଚିନ୍‌ଙ୍କ ଲୋକପ୍ରିୟତା କାହିଁରେ କ’ଣ। ବିଶେଷ କରି ବଲିଉଡର ସଚିନ୍‌ କ୍ରେଜ୍‌ କିଛି କମ ନୁହେଁ।। ଏବେ ସଚିନ୍‌ଙ୍କ ବାୟୋପିକ୍‌ “ସଚିନ: ଏ ବିଲିୟନ ଡ୍ରିମ୍ସ” ପରଦାକୁ ଆସିବ। ଏହି ଫିଲ୍ମର ସଫଳତା ପାଇଁ ଏବେ ବଡିଲଉ ଷ୍ଟାରଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। କିଙ୍ଗଖାନ୍‌ ଶାହାରୁଖଙ୍କ ଶୁଭେଚ୍ଛା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ବାଦ୍‌ଶାହା ନୁହନ୍ତି ଅନ୍ୟ ବହୁ ସେଲିବ୍ରିଟି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ଶାହାରୁଖ ତାଙ୍କ ଟ୍ୱିଟର ପେଜ୍‌ରେ ସଚିନଙ୍କୁ ନିଜର ପ୍ରେରଣାର ଉତ୍ସ କହିଛନ୍ତି। ତା’ସହିତ ନିଜର ସଫଳତା ଓ ବିଫଳତାକୁ ମଧ୍ୟ ସଚିନଙ୍କ ସଫଳତା ସହ ତୁଳନା କରିଛନ୍ତି। ଶାହାରୁଖଙ୍କ ଶୁଭେଚ୍ଛା ବାର୍ତ୍ତାର ପ୍ରତିଉତ୍ତର ମଧ୍ୟ ସଚିନ ଦେଇଛନ୍ତି।

‘ସଚିନ: ଏ ବିଲିୟନ ଡ୍ରିମ୍ସ’ ମେ ୨୬ରେ ପରଦାକୁ ଆସୁଛି।

Related story