ଘର ଛାଡି ହୋଟେଲ୍‌ରେ ରହୁଛନ୍ତି ଶାହିଦ୍ କପୁର

ମୁମ୍ୱାଇ: ଘର ଛାଡ଼ି ଏବେ ହୋଟେଲରେ ରହୁଛନ୍ତି ବଲିଉଡ୍ ଅଭିନେତା ଶାହିଦ୍ କପୁର। ତାଙ୍କ ଆଗାମୀ ଫିଲ୍ମ ‘ପଦ୍ମାବତୀ’ ସୁଟିଂରେ କୌଣସି ଅସୁବିଧା ନ ହୁଏ ତେଣୁ ଶାହିଦ୍ ତାଙ୍କ ଜୁହୁ ସ୍ଥିତ ଘର ଛାଡି ଗୁରୁଗାଁଓ ସ୍ଥିତ ଏକ ପଞ୍ଚ ତରକା ହୋଟେଲରେ ରହୁଛନ୍ତି। ସୁଟିଂ ସେଟ୍‌କୁ ଯିବାରେ ବିଳମ୍ୱ ହେଉଥିବାରୁ ସମୟ ନଷ୍ଟ କରିବାକୁ ସେ ଚାହୁଁନଥିଲେ। ତେଣୁ ସେ ଏହି ଘର ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ। ସୁଟିଂ ଶେଷ ହେବା ଯାଏଁ […]

sssss

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 10:19 PM IST

ମୁମ୍ୱାଇ: ଘର ଛାଡ଼ି ଏବେ ହୋଟେଲରେ ରହୁଛନ୍ତି ବଲିଉଡ୍ ଅଭିନେତା ଶାହିଦ୍ କପୁର। ତାଙ୍କ ଆଗାମୀ ଫିଲ୍ମ ‘ପଦ୍ମାବତୀ’ ସୁଟିଂରେ କୌଣସି ଅସୁବିଧା ନ ହୁଏ ତେଣୁ ଶାହିଦ୍ ତାଙ୍କ ଜୁହୁ ସ୍ଥିତ ଘର ଛାଡି ଗୁରୁଗାଁଓ ସ୍ଥିତ ଏକ ପଞ୍ଚ ତରକା ହୋଟେଲରେ ରହୁଛନ୍ତି। ସୁଟିଂ ସେଟ୍‌କୁ ଯିବାରେ ବିଳମ୍ୱ ହେଉଥିବାରୁ ସମୟ ନଷ୍ଟ କରିବାକୁ ସେ ଚାହୁଁନଥିଲେ। ତେଣୁ ସେ ଏହି ଘର ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ। ସୁଟିଂ ଶେଷ ହେବା ଯାଏଁ ଶାହିଦ୍ ଏବେ ଏହି ହୋଟେଲରେ ରହିବେ।

ସୁଟିଂ ସେଟ୍‌ରୁ ଘରକୁ ଯିବା ଆସିବାରେ ଶାହିଦ୍‌ଙ୍କ ୪ ଘଣ୍ଟା ସମୟ ନଷ୍ଟ ହେଉଥିଲା। ପ୍ରତିଦିନ ସେ ସକାଳୁ ସୁଟିଂ କରିବା ସହ ବିଳମ୍ୱିତ ରାତି ଯାଏଁ ତାଙ୍କୁ ସୁଟିଂ ସେଟ୍‌ରେ ରହିବାକୁ ପଡିଥାଏ। ଫିଲ୍ମରେ ତାଙ୍କୁ ୨ଟି ଲୁକ୍ସ୍‌ରେ ଦେଖିବାକୁ ମିଳିବ। ତେଣୁ ତାଙ୍କୁ  ୱାକ୍ ଆଉଟ୍ କରିବା ମଧ୍ୟ ଜରୁରୀ। ଆଉ କିଛି ସପ୍ତାହ ଯାଏଁ ସେ ଏହି ହୋଟେଲରେ ରହିବେ। ଏହି ଫିଲ୍ମ ନଭେମ୍ୱର ୧୭ରେ ପରଦାକୁ ଆସିବ।

Related story