କୌଣସି ଫିଲ୍ମଠୁ କମ୍‌ ନୁହେଁ ସାଇରାଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବିଗତ ଦିନର ବଲିଉଡ୍‌ ଅଭିନେତ୍ରୀ ସାଇରା ବାନୁ (ସାଇରା ବାନୋ ନାଁରେ ବି ପରିଚିତ)  ଅନେକ ଭଲ ଭଲ ଫିଲ୍ମ ଦେଇଛନ୍ତି। ତାଙ୍କ ସମୟରେ ସେ ଜଣେ ଦକ୍ଷ ଓ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ସାଇରା ମାତ୍ର ୧୭ ବର୍ଷ ବୟସରେ ଫିଲ୍ମ ‘ଜଙ୍ଗ୍‌ଲି’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ହିରୋ ଥିଲେ ଶମି କପୁର। ଡେବ୍ୟୁ ଫିଲ୍ମରେ ସାଇରାଙ୍କ ଅଭିନୟକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ ଓ ସେ ରାତାରାତି ଷ୍ଟାର୍‌ […]

dillip

Chinmayee Roy
  • Published: Friday, 23 August 2019
  • , Updated: 24 August 2019, 05:29 PM IST

ମୁମ୍ବାଇ: ବିଗତ ଦିନର ବଲିଉଡ୍‌ ଅଭିନେତ୍ରୀ ସାଇରା ବାନୁ (ସାଇରା ବାନୋ ନାଁରେ ବି ପରିଚିତ)  ଅନେକ ଭଲ ଭଲ ଫିଲ୍ମ ଦେଇଛନ୍ତି। ତାଙ୍କ ସମୟରେ ସେ ଜଣେ ଦକ୍ଷ ଓ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ସାଇରା ମାତ୍ର ୧୭ ବର୍ଷ ବୟସରେ ଫିଲ୍ମ ‘ଜଙ୍ଗ୍‌ଲି’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ହିରୋ ଥିଲେ ଶମି କପୁର। ଡେବ୍ୟୁ ଫିଲ୍ମରେ ସାଇରାଙ୍କ ଅଭିନୟକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ ଓ ସେ ରାତାରାତି ଷ୍ଟାର୍‌ ପାଲଟି ଯାଇଥିଲେ। ଆଜି ହେଉଛି ତାଙ୍କ ଜନ୍ମ ଦିନ। ସେ ଆଜି ୭୫ ବର୍ଷରେ ପାଦ ଥାପିଛନ୍ତି। ତା’ହେଲେ ଆସନ୍ତୁ ତାଙ୍କ ଜନ୍ମଦିନରେ ତାଙ୍କ ବିଷୟରେ ଜାଣିବା କିଛି ଜଣାଅଜଣା କଥା।

ସା‌ଇରାଙ୍କ ବ୍ୟକ୍ତିଗତ ଜୀବନ କୁହନ୍ତୁ ବା ତାଙ୍କ ପ୍ରେମ କାହାଣୀ କୁହନ୍ତୁ, ତାହା କୌଣସି ଫିଲ୍ମଠୁ କମ୍‌ ନୁହେଁ। ସେ ଯେବେ ଦିଲୀପ୍‌ କୁମାରଙ୍କୁ ବିବାହ କରିଥିଲେ ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ଆଉ ସେତେବେଳେ ଦିଲୀପ୍‌ କୁମାରଙ୍କୁ ହୋଇଥିଲା ୪୪ ବର୍ଷ। ମାନେ ୨୨ ବର୍ଷରେ ବଡ଼ ଜଣେ ଅଭିନେତାଙ୍କୁ ସେ ବାହା ହୋଇଥିଲେ।

ବାହାଘର ପୂର୍ବରୁ ସାଇରା ଥିଲେ ଦିଲୀପ୍‌ଙ୍କର ବହୁତ ବଡ଼ ଫ୍ୟାନ୍‌। ସେ ପାଗଳ ପରି ତାଙ୍କୁ ଭଲ ପାଇ ବସିଥିଲେ। ହେଲେ ଦିଲୀପ୍‌ କୁମାର ଏହାକୁ ଏତେ ଗୁରୁତ୍ୱ ଦେଇ ନଥିଲେ। କାରଣ ସେ ପୂର୍ବରୁ ଦୁଇ ଥର ପ୍ରେମରେ ବିଫଳ ହୋଇଥିଲେ। ଅବଶ୍ୟ ଏହା ବି କୁହାଯାଏ ଯେ, ବୟସରେ ଅଧିକ ପାର୍ଥକ୍ୟ ଯୋଗୁ ଦିଲୀପ୍‌ ତାଙ୍କ ପ୍ରେମକୁ ଗ୍ରହଣ କରିବାକୁ କୁନ୍ଥକୁନ୍ଥ ହେଉଥିଲେ। ତେବେ ସାଇରା ହାର୍‌ ମାନି ନ ଥିଲେ। ଦିଲୀପ୍‌ଙ୍କ ହୃଦୟ ଜିତିବା ପାଇଁ ସେ ଊର୍ଦ୍ଦୁ ଓ ପାର୍ସୀ ଭାଷା ବି ଶିଖିଥିଲେ। ଏହା ବ୍ୟତୀତ ଦିଲୀପ୍‌ଙ୍କୁ ପସନ୍ଦ ଲାଗୁଥିବା ସମସ୍ତ କଥା ଶିଖିବାରେ ସେ ଲାଗିପଡ଼ିଥିଲେ। ଏମିତି କରି ସେ ଦିଲୀପ୍‌ଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିଲେ। ଆଉ ଶେଷରେ ସାଇରା ବାଜି ମାରିଥିଲେ। ଦୀଲିପ୍‌ ତାଙ୍କ ପ୍ରେମକୁ ଗ୍ରହଣ କରିଥିଲେ ଓ ୧୯୬୬ରେ ଦୁହେଁ ବିବାହ କରିଥିଲେ।

ଇତିମଧ୍ୟରେ ଦିଲୀପ୍‌ ଓ ସାଇରାଙ୍କ ବାହାଘରକୁ ୫୦ରୁ ଅଧିକ ବର୍ଷ ବିତି ସାରିଲାଣି। ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅନେକ ବିବାଦ। ସେମାନଙ୍କ ସଂପର୍କରେ ସୃଷ୍ଟି ହୋଇଛି ଫାଟ। ଏସବୁର କାରଣ ଥିଲା ଅନ୍ୟ ଜଣେ ମହିଳାଙ୍କ ସହ ଦିଲୀପଙ୍କ ସଂପର୍କ। ସାଇରାଙ୍କୁ ବାହା ହେବା ପରେ ଦିଲୀପ୍‌ଙ୍କ ଜୀବନରରେ ଆସିଥିଲେ ପାକିସ୍ତାନୀ ଯୁବତୀ ଆସମା। ହାଇଦ୍ରାବାଦ୍‌ରେ ଏକ କ୍ରିକେଟ୍‌ ମ୍ୟାଚ୍‌ ବେଳେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁହେଁ ବାହା ମଧ୍ୟ ହୋଇଥିଲେ। ହେଲେ ସେ ଦିଲୀପଙ୍କୁ ଧୋକା ଦେଇଥିଲେ। ପରେ ଦିଲୀପ ତାଙ୍କୁ ଛାଡ଼ପତ୍ର ଦେଇ ପୁଣି ସାଇରାଙ୍କ ପାଖକୁ ଫେରି ଆସିଥିଲେ। ଏହି ଆଫେୟାର ସମ୍ପର୍କରେ ଦିଲୀପ୍‌ ତାଙ୍କ ଜୀବନୀ ‘ଦ ସବ୍‌ଷ୍ଟାନ୍ସ ଆଣ୍ଡ ଦ ଶ୍ୟାଡୋ’ରେ ଉଲ୍ଲେଖ କରିଛନ୍ତି।

ଦିଲୀପ ବୟସରେ ୨୨ ବର୍ଷ ବଡ଼ ହୋଇଥିଲେ ବି ସାଇରା ତାଙ୍କୁ ଜଣେ ଛୋଟ ପିଲା ପରି ଭଲ ପାଆନ୍ତି। ଏକ ସାକ୍ଷାତକାରରେ ସାଇରା କହିଥିଲେ,‘ଦିଲୀପ ପିଲା ବେଳୁ ଦେଖିବାକୁ ବେଶ୍‌ ସୁନ୍ଦର। ଆଜି ମଧ୍ୟ ତାଙ୍କୁ  ଅନେକ ଲୋକ ବେଶ୍ ପସନ୍ଦ କରନ୍ତି। ତେଣୁ ତାଙ୍କୁ ଶୀଘ୍ର ନଜର ଲାଗିଯାଏ। ସେଥିପାଇଁ ମୁଁ ନଜର ଛଡ଼ାଇବାକୁ ଗରିବଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରେ।’

 

Related story