ସଲମାନଙ୍କ ବଡିଗାର୍ଡର ଦବଙ୍ଗଗିରି: ମହିଳାଙ୍କୁ ଦେଲେ ଗ୍ୟାଙ୍ଗରେପ୍‌ର ଧମକ

ମୁମ୍ବାଇ: ଭାଇଜାନ୍‌ ସଲମାନ୍‌ ଖାନ୍‌, ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ପୂର୍ବରୁ ବିଗ୍‌ ବସ୍‌ ପ୍ରତିଯୋଗୀ ଜୁବେର ଖାନଙ୍କ ସଲମାନଙ୍କ ନାଁରେ ଏକ ମାମଲା କରିଥିଲେ। ଏହି ମାମଲା ଶାନ୍ତ ପଡ଼ି ନଥିବା ବେଳେ ପୁଣି ତାଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ଏହି ଚର୍ଚ୍ଚାରେ ସାଲମନ ସିଧାସଳଖ ସମ୍ପୃକ୍ତ ନାହଁନ୍ତି। ତାଙ୍କ ବଡ଼ିଗାର୍ଡ  ଶେରାଙ୍କ ପାଇଁ ଏବେ ଚର୍ଚ୍ଚା। ଜଣେ ମହିଳାଙ୍କ ଗଣ ଦୁଷ୍କର୍ମ କରିବାକୁ ଶେରା […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 03:06 PM IST

ମୁମ୍ବାଇ: ଭାଇଜାନ୍‌ ସଲମାନ୍‌ ଖାନ୍‌, ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ପୂର୍ବରୁ ବିଗ୍‌ ବସ୍‌ ପ୍ରତିଯୋଗୀ ଜୁବେର ଖାନଙ୍କ ସଲମାନଙ୍କ ନାଁରେ ଏକ ମାମଲା କରିଥିଲେ। ଏହି ମାମଲା ଶାନ୍ତ ପଡ଼ି ନଥିବା ବେଳେ ପୁଣି ତାଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ଏହି ଚର୍ଚ୍ଚାରେ ସାଲମନ ସିଧାସଳଖ ସମ୍ପୃକ୍ତ ନାହଁନ୍ତି। ତାଙ୍କ ବଡ଼ିଗାର୍ଡ  ଶେରାଙ୍କ ପାଇଁ ଏବେ ଚର୍ଚ୍ଚା। ଜଣେ ମହିଳାଙ୍କ ଗଣ ଦୁଷ୍କର୍ମ କରିବାକୁ ଶେରା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ମୁମ୍ବାଇର ଖାରା ପୋଲିସ୍‌ ଷ୍ଟେସନ୍‌ରେ ଏନେଇ ମହିଳା ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି, “ଜୁବେର ଖାନ୍‌ଙ୍କ ମାମଲାରେ ସେଣ୍ଟଲମେଣ୍ଟ କରିବାକୁ ଶେରା କହିଥିଲେ। ଏଥିରେ ରାଜି ନହେବାରୁ ସେ ଗଣ ଦୁଷ୍କର୍ମର ଧମକ ଦେଇଥିଲେ।

ଅନ୍ୟପକ୍ଷରେ ଶେରା ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଅଭିଯୋଗ ଆଣିଥିବା ମହିଳାଙ୍କୁ ମୁଁ ଜାଣିନାହିଁ। ମୁଁ କେବେ ବି ତାଙ୍କ ସହ କଥା ହୋଇନାହିଁ।”

Related story