ଆସନ୍ତା ବର୍ଷ ଇଦ୍‌ରେ ମୁହାଁମୁହିଁ ହେବେ ସଲମାନ ଓ ଐଶ୍

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଇଦ୍‌କୁ ନିଜର ଲକି ଡେ‘ ମାନିଥାନ୍ତି । ସେ କୁହନ୍ତି ସେହି ଦିନ ତାଙ୍କ ଫିଲ୍ମ ରିଲିଜ ହେଲେ ତାହା ହିଟ୍ ହୋଇଥାଏ।  ଆସନ୍ତା ବର୍ଷ ଇଦ୍‌ରେ ମଧ୍ୟ ସଲମାନ ନିଜ ଫିଲ୍ମ ରିଲିଜ୍‌ କରିବାର ଯୋଜନା ରଖିଛନ୍ତି। ଫିଲ୍ମଟି ହେଉଛି ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ‘ରେସ-୩’। ଅନ୍ୟପକ୍ଷରେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ଫନ୍ନେ ଖାନ୍‌’ ମଧ୍ୟ ଆସନ୍ତା ବର୍ଷ ଏପ୍ରିଲରେ ରିଲିଜ ହେବାର […]

salman

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 01:55 PM IST

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଇଦ୍‌କୁ ନିଜର ଲକି ଡେ‘ ମାନିଥାନ୍ତି । ସେ କୁହନ୍ତି ସେହି ଦିନ ତାଙ୍କ ଫିଲ୍ମ ରିଲିଜ ହେଲେ ତାହା ହିଟ୍ ହୋଇଥାଏ।  ଆସନ୍ତା ବର୍ଷ ଇଦ୍‌ରେ ମଧ୍ୟ ସଲମାନ ନିଜ ଫିଲ୍ମ ରିଲିଜ୍‌ କରିବାର ଯୋଜନା ରଖିଛନ୍ତି। ଫିଲ୍ମଟି ହେଉଛି ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ‘ରେସ-୩’।

ଅନ୍ୟପକ୍ଷରେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ଫନ୍ନେ ଖାନ୍‌’ ମଧ୍ୟ ଆସନ୍ତା ବର୍ଷ ଏପ୍ରିଲରେ ରିଲିଜ ହେବାର ଥିଲା। ଏବେ ଏହାର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି। ଫିଲ୍ମଟି ୨୦୧୮ରେ ‘ରେସ -୩’ ସହ ରିଲିଜ ହେବ ବୋଲି ସ୍ଥିର କରାଯାଇଛି। ଐଶ ମଧ୍ୟ ତାଙ୍କ ଫିଲ୍ମର ସୁଟିଂ ଆରମ୍ଭ କରି ଦେଲେଣି। ଉଭୟ ‘ରେସ୍‌-୩’ ଓ ‘ଫନ୍ନେ ଖାନ‘ ଅନୀଲ କପୁର ଅଛନ୍ତି। ତେଣୁ ଦେଖିବାକୁ ବାକି ରହିଲା ଇଦ୍‌ରେ କେଉଁ ଫିଲ୍ମ ବକ୍ସ ଅଫିସ୍‌ରେ ବୋବାଲ କରୁଛି।

Related story