କାହିଁକି ଗାଏବ୍‌ ହୋଇଯିବେ ସଲମାନ: କ’ଣ ରହିଛି ରହସ୍ୟ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ସବୁବେଳେ ନିଜ ଜନ୍ମଦିନରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥାନ୍ତି। ଏଥିରେ ସେ ନିଜର ବନ୍ଧୁ ଓ ପରିବାର ସହ ଜନ୍ମଦିନ ସେଲିବ୍ରେଟ୍‌ କରନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସଲମାନ ତାଙ୍କ ଜନ୍ମଦିନ କେମିତି ବନେଇବେ ତାହା ଜାଣିବା ପାଇଁ ତାଙ୍କ ଫ୍ୟାନ୍‌ମାନେ ଅପେକ୍ଷା କରିଛନ୍ତି। ଡିସେମ୍ବର ୨୭ରେ ସଲମାନଙ୍କ ଜନ୍ମ ଦିନ। ତେଣୁ ନିକଟରେ ଏକ ସାକ୍ଷତକାରରେ ସଲମାନଙ୍କୁ ତାଙ୍କ ଜନ୍ମଦିନର ପ୍ଲାନ୍‌ ବିଷୟରେ ପଚାରାଗଲା। ସେ […]

salman-khan

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 11:14 AM IST

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ସବୁବେଳେ ନିଜ ଜନ୍ମଦିନରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥାନ୍ତି। ଏଥିରେ ସେ ନିଜର ବନ୍ଧୁ ଓ ପରିବାର ସହ ଜନ୍ମଦିନ ସେଲିବ୍ରେଟ୍‌ କରନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସଲମାନ ତାଙ୍କ ଜନ୍ମଦିନ କେମିତି ବନେଇବେ ତାହା ଜାଣିବା ପାଇଁ ତାଙ୍କ ଫ୍ୟାନ୍‌ମାନେ ଅପେକ୍ଷା କରିଛନ୍ତି।

ଡିସେମ୍ବର ୨୭ରେ ସଲମାନଙ୍କ ଜନ୍ମ ଦିନ। ତେଣୁ ନିକଟରେ ଏକ ସାକ୍ଷତକାରରେ ସଲମାନଙ୍କୁ ତାଙ୍କ ଜନ୍ମଦିନର ପ୍ଲାନ୍‌ ବିଷୟରେ ପଚାରାଗଲା। ସେ କହିଥିରଲେ,‘‘ଏଇ ଥର କୌଣସି ପାର୍ଟିର ପ୍ଲାନ୍‌ ନାହିଁ। ଖାଲି ମୁଁ ନିଜ ପରିବାର ସହ ବାହାରକୁ ବୁଲିବାକୁ ଯିବାକୁ ପ୍ଲାନ୍‌ କରିଛି।’’ କିନ୍ତୁ ସେ ନିଜ ପରିବାର ସହ କେଉଁଠି କି ବୁଲିବାକୁ ଯିବେ ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

କିନ୍ତୁ ଏତିକି ସ୍ପଷ୍ଟ ହୋଇଛି ଯେ ସୁଲତାନ୍‌ ନିଜ ଜନ୍ମଦିନ ସହ ନ୍ୟୁୟରର ପ୍ଲାନ୍‌ ମଧ୍ୟ  କରିସାରିଛନ୍ତି। ଏମିତିରେ ବିଦେଶରେ  ନିଜ ଜନ୍ମଦିନ ମନାଇବାର ଖାସ୍‌ କାରଣ ହେଉଛି, ସେ ନିଜ ଫିଲ୍ମ ‘ରେସ୍‌-୩’ର ସୁଟିଂ ପାଇଁ ଶୀଘ୍ର ବାହାରକୁ ଯିବାର ଅଛି। ତାଙ୍କର ଆଗାମୀ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ଆସନ୍ତା ୨୨ ଡିସେମ୍ବରକୁ ରିଲିଜ ହେବ। ହୁଏତ ରିଲିଜ୍‌ ପରେ ସଲମାନ ଆଉ ମୁମ୍ବାଇରେ ନୁହେଁ ବିଦେଶରେ ଦେଖିବାକୁ ମିଳିପାରନ୍ତି।

Related story