କୋର୍ଟରୁମ୍‌ରେ କାନ୍ଦି ପକେଇଲେ ସଲମାନ୍‌

ମୁମ୍ବାଇ: ବହୁଚର୍ଚ୍ଚିତ କଳା ହରିଣ ଶିକାର ମାମଲାରେ ଅଭିଯୁକ୍ତ ଅଭିନେତା ସଲମାନ ଖାନ୍‌ ଗତକାଲି ଯୋଧପୁରର ସିଜିଏମ୍‌ ରୁରାଲ କୋର୍ଟରେ ହାଜର ହୋଇଥିଲେ। ଗତକାଲି ପ୍ରତିପକ୍ଷ ଓକିଲ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ। ସଲମାନଙ୍କ ଉପସ୍ଥିତିରେ ସେ କୋର୍ଟ ରୁମରେ ଏକ ସିଡି ଚଲେଇଥିଲେ। ଏଥିରେ ସାକ୍ଷୀ ପୁନମ ଚାନ୍ଦଙ୍କ ବୟାନ୍‌ ରହିଥିଲା। କୋର୍ଟରୁମ୍‌ରେ ସିଡି ଚାଲିଥିବା ବେଳେ ସଲମାନ ଭାବୁକ ହୋଇପଡିଥିଲେ ଓ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଗତକାଲି କୋର୍ଟରେ ହାଜର ବେଳେ ସଲମାନ୍‌ […]

Salman

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 12:32 PM IST

ମୁମ୍ବାଇ: ବହୁଚର୍ଚ୍ଚିତ କଳା ହରିଣ ଶିକାର ମାମଲାରେ ଅଭିଯୁକ୍ତ ଅଭିନେତା ସଲମାନ ଖାନ୍‌ ଗତକାଲି ଯୋଧପୁରର ସିଜିଏମ୍‌ ରୁରାଲ କୋର୍ଟରେ ହାଜର ହୋଇଥିଲେ। ଗତକାଲି ପ୍ରତିପକ୍ଷ ଓକିଲ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ। ସଲମାନଙ୍କ ଉପସ୍ଥିତିରେ ସେ କୋର୍ଟ ରୁମରେ ଏକ ସିଡି ଚଲେଇଥିଲେ। ଏଥିରେ ସାକ୍ଷୀ ପୁନମ ଚାନ୍ଦଙ୍କ ବୟାନ୍‌ ରହିଥିଲା। କୋର୍ଟରୁମ୍‌ରେ ସିଡି ଚାଲିଥିବା ବେଳେ ସଲମାନ ଭାବୁକ ହୋଇପଡିଥିଲେ ଓ ତାଙ୍କ ଆଖିରେ ଲୁହ ଆସିଯାଇଥିଲା।

ଗତକାଲି କୋର୍ଟରେ ହାଜର ବେଳେ ସଲମାନ୍‌ ଉଦାସ ଦେଖାଯାଉଥିଲେ। ସେ କୋର୍ଟରେ ପାଖାପାଖି ୩୫ ମିନିଟ୍‌ ରହିଥିଲେ। ଏହି ମାମଲା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶେଷ ଯୁକ୍ତି ପରେ ଚଳିତମାସ ଶେଷ ଆଡ଼କୁ କୋର୍ଟ ରାୟ ଶୁଣାଇ ପାରନ୍ତି।

୧୯୯୬  ମସିହା ଅକ୍ଟୋବର ମାସ ୨ ତାରିଖରେ ଯୋଧପୁରର କନକାନି ଅଞ୍ଚଳରେ ସଲମାନ୍‌ ଦୁଇଟି ହରିଣ ଶିକାର କରିଥିଲେ।

Related story