ଭଣଜା ଆହୀଲଙ୍କ ସହ ଜନ୍ମଦିନ କେକ୍‌ କାଟିଲେ ସଲମାନ

ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ୍‌ ସଲମାନଙ୍କ ଆଜି ୫୧ତମ ଜନ୍ମଦିନ। ନିଜ ଜନ୍ମଦିନ ଅବସରରେ ଗତକାଲି ବିଳମ୍ବିତ ରାତିରେ ସଲମାନ ତାଙ୍କ ଫାର୍ମ ହାଉସରେ ପରିବାର ଓ କିଛି ଖାସ୍‌ ବନ୍ଧୁମାନଙ୍କ ଉପସ୍ଥିତିରେ ପାର୍ଟି କରିଛନ୍ତି। ପାର୍ଟିରେ ସଲମାନ ବ୍ଲାକ୍‌ ସାର୍ଟ ସହ ଟ୍ରାଉଜରରେ ନଜର ଆସିଥିଲେ। ରାତି ୧୨ଟାରେ ସଲମାନ ନିଜ ଭଣଜା ଆହୀଲ ସହ କେକ୍‌ କାଟିଛନ୍ତି। ପାର୍ଟିରେ ୟୁଲିଆ ଭାନ୍ତୁର, ବିପାଶା ବାସୁ, କରନ୍‌ ସିଂ ଗ୍ରୋଭର, ରେମୋ ଡିସୁଜାଙ୍କ ସମେତ ଅନେକ […]

salman

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 05:03 PM IST

ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ୍‌ ସଲମାନଙ୍କ ଆଜି ୫୧ତମ ଜନ୍ମଦିନ। ନିଜ ଜନ୍ମଦିନ ଅବସରରେ ଗତକାଲି ବିଳମ୍ବିତ ରାତିରେ ସଲମାନ ତାଙ୍କ ଫାର୍ମ ହାଉସରେ ପରିବାର ଓ କିଛି ଖାସ୍‌ ବନ୍ଧୁମାନଙ୍କ ଉପସ୍ଥିତିରେ ପାର୍ଟି କରିଛନ୍ତି। ପାର୍ଟିରେ ସଲମାନ ବ୍ଲାକ୍‌ ସାର୍ଟ ସହ ଟ୍ରାଉଜରରେ ନଜର ଆସିଥିଲେ। ରାତି ୧୨ଟାରେ ସଲମାନ ନିଜ ଭଣଜା ଆହୀଲ ସହ କେକ୍‌ କାଟିଛନ୍ତି। ପାର୍ଟିରେ ୟୁଲିଆ ଭାନ୍ତୁର, ବିପାଶା ବାସୁ, କରନ୍‌ ସିଂ ଗ୍ରୋଭର, ରେମୋ ଡିସୁଜାଙ୍କ ସମେତ ଅନେକ କଳାକାର ନଜର ଆସିଥିଲେ।

ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସଲମାନ ‘ବିଙ୍ଗ୍‌ ହ୍ୟୁମାନ’ ବ୍ରାଣ୍ଡର ଜୁଏଲାରୀ ଲଞ୍ଚ କରିଥିଲେ ଓ ତାଙ୍କ ପାର୍ଟିରେ ଆସିଥିବା ଅତିଥିମାନଙ୍କୁ ଏହି ଜୁଏଲାରୀ ଗିଫ୍ଟ ମଧ୍ୟ କରିଥିଲେ।

ଅନ୍ୟପଟେ ମୁମ୍ବାଇରେ ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ରାତି ତମାମ ଫ୍ୟାନ୍ସମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Related story