ପ୍ରିୟଙ୍କାଙ୍କ ସହିତ କାମ କରିବାକୁ ମନା କଲେ ସଲ୍‌ମାନ୍‌ !

ମୁମ୍ବାଇ: ଆପଣମାନେ ପୂର୍ବରୁ ଖବର ପାଇଥିବେ ଯେ ଦବଙ୍ଗ୍ ଖାନ୍ ସଲ୍‌ମାନ୍‌ ‘ରାଧେ’ ନାଁରେ ଏକ ଫିଲ୍ମରେ ଅଭିନୟ କରିବେ। ଏଥିରେ ତାଙ୍କ ସହିତ କ୍ୟାଟ୍ରିନା କୈଫ୍‌ଙ୍କୁ ବି ଦେଖିବାକୁ ମିଳିବ। ସେହିଭଳି ଏ ଫିଲ୍ମଟିକୁ ଆସନ୍ତାବର୍ଷ ଇଦ୍‌କୁ ଦୃଷ୍ଟିରେ ରଖି ତିଆରି କରାଯିବ। ତେବେ ୟା ଭିତରେ ଏ ଫିଲ୍ମକୁ ନେଇ ଦୁଇଟି କଥା ଜଣାପଡ଼ିଛି। ଗୋଟିଏ ହେଲା- ଏ ଫିଲ୍ମର ନାଁ ‘ରାଧେ’ ରଖାଯିବ ନାହିଁ। ଏହାର ନାଁ ଆଉ କିଛି ରଖାଯିବ। ଏ […]

salman1

salman1

Jitendra Garnayak
  • Published: Friday, 04 October 2019
  • Updated: 04 October 2019, 10:24 AM IST

Sports

Latest News

ମୁମ୍ବାଇ: ଆପଣମାନେ ପୂର୍ବରୁ ଖବର ପାଇଥିବେ ଯେ ଦବଙ୍ଗ୍ ଖାନ୍ ସଲ୍‌ମାନ୍‌ ‘ରାଧେ’ ନାଁରେ ଏକ ଫିଲ୍ମରେ ଅଭିନୟ କରିବେ। ଏଥିରେ ତାଙ୍କ ସହିତ କ୍ୟାଟ୍ରିନା କୈଫ୍‌ଙ୍କୁ ବି ଦେଖିବାକୁ ମିଳିବ। ସେହିଭଳି ଏ ଫିଲ୍ମଟିକୁ ଆସନ୍ତାବର୍ଷ ଇଦ୍‌କୁ ଦୃଷ୍ଟିରେ ରଖି ତିଆରି କରାଯିବ। ତେବେ ୟା ଭିତରେ ଏ ଫିଲ୍ମକୁ ନେଇ ଦୁଇଟି କଥା ଜଣାପଡ଼ିଛି। ଗୋଟିଏ ହେଲା- ଏ ଫିଲ୍ମର ନାଁ ‘ରାଧେ’ ରଖାଯିବ ନାହିଁ। ଏହାର ନାଁ ଆଉ କିଛି ରଖାଯିବ। ଏ କଥା ନିଜେ ସଲ୍‌ମାନ୍ ସ୍ପଷ୍ଟ କରିଛନ୍ତି।

ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ପ୍ରଭୁଦେବା ଓ ସେ ମିଶି ଏକ ଫିଲ୍ମ କରୁଛନ୍ତି। ଫିଲ୍ମଟି ଇଦ୍‌ରେ ରିଲିଜ୍ ହେବ। ତେବେ ଏହାର ନାଁ ‘ରାଧେ’ ରଖାଯିବ ନାହିଁ।

ଏ ଫିଲ୍ମକୁ ନେଇ ଜଣାପଡ଼ିଥିବା ଅନ୍ୟ କଥାଟି ହେଉଛି, ପ୍ରଥମେ ଏଥିରେ ପ୍ରିୟଙ୍କାଙ୍କୁ ନେବାକୁ ଯୋଜନା କରାଯାଇଥିଲା। ହେଲେ ସଲ୍‌ମାନ୍ ତାଙ୍କ ସହିତ କାମ କରିବେ ନାହିଁ ବୋଲି କୁଆଡ଼େ ସଫାସଫା କହି ଦେଇଥିଲେ। ତା’ପରେ ଏଥିରେ କ୍ୟାଟ୍ରିନାଙ୍କୁ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଅବଶ୍ୟ ଜ୍ୟାକ୍‌ଲିନ୍‌ଙ୍କ ନାଁ ଉପରେ ବି ବିଚାର କରାଯାଇଥିଲା। ହେଲେ ଶେଷରେ କ୍ୟାଟ୍ରିନାଙ୍କ ନାଁରେ ମୋହର ବାଜିଥିଲା। ଅବଶ୍ୟ ଏ ନେଇ ସଲ୍‌ମାନ୍ ମୁହଁ ଖୋଲି ନାହାନ୍ତି।

ପ୍ରିୟଙ୍କା ସହିତ କାମ କରିବାକୁ କାହିଁକି ସଲ୍‌ମାନ୍ ମନା କଲେ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଲାଗୁଛି ସଲ୍‌ମାନ୍ ଗତବର୍ଷର ସେହି କଥାକୁ ଭୁଲି ନାହାନ୍ତି। ‘ଭାରତ’ ଫିଲ୍ମ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ନିଆଯାଇଥିଲା। ଏକ ଲମ୍ବା ବ୍ୟବଧାନ ପରେ ତାଙ୍କୁ ଏଥିରେ ସଲ୍‌ମାନ୍‌ଙ୍କ ସହ ଦେଖିବାକୁ ମିଳିଥା’ନ୍ତା। ତେବେ ପରେ ପ୍ରିୟଙ୍କା ଏଥିରେ ଅଭିନୟ କରିବାକୁ ମନା କରି ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତେବେ ସେତେବେଳେ ଏକ ଟ୍ୱିଟ୍‌ କରି ‘ଭାରତ’ର ନିର୍ଦ୍ଦେଶକ ଅଲି ଆବାସ୍ ଜାଫର୍ କହିଥିଲେ ଯେ ନିଜ ବାହାଘର ପାଇଁ ପ୍ରିୟଙ୍କା ଏ ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଛନ୍ତି। ଯଦିଓ ସେ ନିଜେ ଏହା ସ୍ପଷ୍ଟ ଭାବେ କହି ନାହାନ୍ତି, ତେବେ ତାଙ୍କ କଥାରୁ ଏହା ହିଁ ବୁଝାପଡ଼ୁଛି। ଅବଶ୍ୟ ପ୍ରିୟଙ୍କାଙ୍କ ଏ ନିଷ୍ପତ୍ତକୁ ଫିଲ୍ମର ଅନ୍ୟତମ ପ୍ରଯୋଜକ ନିଖିଲ୍ ନମିତ୍ ପସନ୍ଦ କରି ନଥିଲେ। ସଲ୍‌ମାନ୍ ସେମିତି କିଛି ପ୍ରତିକ୍ରିୟା ଦେଇ ନଥିଲେ ବି ପ୍ରିୟଙ୍କାଙ୍କ ଉପରେ ରାଗି ଥିଲେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story