‘ଜୁଡୁୱା-୨’ରେ ନଜରକୁ ଆସିବେ ସଲମାନ

ମୁମ୍ବାଇ: ଭାଇଜାନ ଷ୍ଟାରର ‘ଜୁଡୁୱା’ର ସିକ୍ୱଲ ‘ଜୁଡୂବା-୨’ ଶୀଘ୍ର ପରାଦାକୁ ଆସିବ। ଏଥିରେ ବରୁଣ ଧୱନ ଡବଲ ରୋଲ୍‌ରେ ଧମାଲ ମଚାଇବେ। ତେବେ ଏହାକୁ ନେଇ ଦର୍ଶକଙ୍କ ପାଇଁ ଆସିଛି ଏକ ଖୁସି ଖବର। ଏଥିରେ ସଲମାନ ମଧ୍ୟ ନଜରକୁ ଆସିବେ। ତେବେ ସଲମାନ ଏଥିରେ ଅତିଥି କଳାକାର ଭାବେ ନଜରକୁ ଆସିବେ।

ଏହାସହ ଏହି ଫିଲ୍ମରେ ତାପସୀ ପାନୁ ଓ ଜ୍ୟାକାଲିନ ମଧ୍ୟ ନଜର ଆସିବେ। ‘ଜୁଡୁୱା-୨’ର ପୁରା ଟିମ୍ ସହ ଏକ ଫଟୋ ବରୁଣ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ସଲମାନଙ୍କୁ ଦେଖିବାକୁ ମିଳୁଛି। ଏହାର କ୍ୟାପସ୍‌ନରେ ବରୁଣ ଲେଖିଛନ୍ତି, ଆଜି ମୁଁ ମୋ ପିଲାବେଳ ସୁପରହିରୋ ସଲମାନ ଖାନ୍‌ଙ୍କ ସହ ସୁଟିଂ କଲି।

୧୯୯୭ରେ ରିଲିଜ୍ ହୋଇଥିଲା ‘ଜୁଡୁୱା’। ଯାହା ରାତାରାତି ସଲମାନଙ୍କୁ ସୁପରଷ୍ଟାର ବନାଇ ଦେଇଥିଲା।