ପୁଣି ନିକଟତର ହେଉଛନ୍ତି ସଲ୍ଲୁ-କ୍ୟାଟ୍‌!

ମୁମ୍ବାଇ: ପ୍ରଥମେ ପ୍ରେମ, ପରେ ବ୍ରେକଅପ୍‌ ଓ ତା’ପରେ ବନ୍ଧୁତା। ଏହା ହେଉଛି ସଲମାନ ଓ କ୍ୟାଟ୍ରିନାଙ୍କ କାହାଣୀ। ଏ ଦୁହିଁଙ୍କ ମଧ୍ୟରେ କେତେ ବନ୍ଧୁତା ଅଛି ତାହା ସମସ୍ତେ ଜାଣିଛନ୍ତି। ତେବେ ରଣବୀରଙ୍କ ଠାରୁ ଅଲଗା ହେବା ପରେ କ୍ୟାଟ୍ରିନା ଓ ସଲମାନଙ୍କ ମଧ୍ୟରେ ଥିବା ବନ୍ଧୁତା ଆହୁରି ଗଭୀର ହୋଇଯାଇଛି। ଏକ ସାକ୍ଷାତକାରରେ ସଲମାନ ପୁଣି ଥରେ କ୍ୟାଟ୍‌ଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କ୍ୟାଟ୍ରିନା ସବୁଠୁ ପରିଶ୍ରମୀ ଅଭିନେତ୍ରୀ। […]

kat

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 11:36 AM IST

ମୁମ୍ବାଇ: ପ୍ରଥମେ ପ୍ରେମ, ପରେ ବ୍ରେକଅପ୍‌ ଓ ତା’ପରେ ବନ୍ଧୁତା। ଏହା ହେଉଛି ସଲମାନ ଓ କ୍ୟାଟ୍ରିନାଙ୍କ କାହାଣୀ। ଏ ଦୁହିଁଙ୍କ ମଧ୍ୟରେ କେତେ ବନ୍ଧୁତା ଅଛି ତାହା ସମସ୍ତେ ଜାଣିଛନ୍ତି। ତେବେ ରଣବୀରଙ୍କ ଠାରୁ ଅଲଗା ହେବା ପରେ କ୍ୟାଟ୍ରିନା ଓ ସଲମାନଙ୍କ ମଧ୍ୟରେ ଥିବା ବନ୍ଧୁତା ଆହୁରି ଗଭୀର ହୋଇଯାଇଛି। ଏକ ସାକ୍ଷାତକାରରେ ସଲମାନ ପୁଣି ଥରେ କ୍ୟାଟ୍‌ଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କ୍ୟାଟ୍ରିନା ସବୁଠୁ ପରିଶ୍ରମୀ ଅଭିନେତ୍ରୀ। ଏଥିରେ ଆଦୌ ସନ୍ଦେହ ନାହିଁ।

ଏହା ପୂର୍ବରୁ ନ୍ୟୁୟର୍କରେ ଅନୁଷ୍ଠିତ ଆଇଆଇଏଫଏ ପୁରସ୍କାର ଉତ୍ସବରେ ସଲମାନ ସମସ୍ତଙ୍କ ସମ୍ମୁଖରେ କ୍ୟାଟ୍‌ଙ୍କ ପାଇଁ ଗୀତ ଗାଇଥିଲେ। ସେହି ସମୟରେ ସେ କ୍ୟାଟ୍‌ଙ୍କ ଗାଲରେ ଏକ ଚୁମା ମଧ୍ୟ ଦେଇଥିଲେ। ସେ କହିଥିଲେ ଯେ ଯଦି ତାଙ୍କର କୌଣସି ତାରିଖ ମନେ ଅଛି ତା’ହେଲେ ତାହା ହେଉଛି କ୍ୟାଟ୍‌ଙ୍କ ଜନ୍ମ ତାରିଖ।

ଶେଷ ଥର ପାଇଁ ୨୦୧୨ରେ ସଲମାନ ଓ କ୍ୟାଟ୍ରିନା ଏକାଠି ଏକ ଫିଲ୍ମରେ କାମ କରିଥିଲେ। ଫିଲ୍ମଟିର ନାଁ ଥିଲା ‘ଏକ୍ ଥା ଟାଇଗର’। ଖୁବ୍‌ଶୀଘ୍ର ଏ ଦୁଇ ଜଣ ‘ଟାଇଗର ଜିନ୍ଦା ହୈ’ ଏକତ୍ର ନଜର ଆସିବେ।

Related story