ଷ୍ଟ୍ରଗଲ କଲା ବେଳେ କାହାଠାରୁ ଜିନ୍ସ ପିନ୍ଧୁଥିଲେ ଭାଇଜାନ

ଭାଇଜାନ ସଲମାନ ଖାନ୍‌, ଅଚଳାଚଳ ସମ୍ପତ୍ତିର ମାଲିକ। ବଲିଉଡରେ ଅଧିକ ପାରିଶ୍ରମିକ ଡିମାଣ୍ଡ କରୁଥିବା ଷ୍ଟାରଙ୍କ ମଧ୍ୟରେ ଜଣେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦିନ ଥିଲା ସଲ୍ଲୁ ମିଆଁ ମାଗିକି  ଜିନ୍ସ ପିନ୍ଧୁଥିଲେ। ତାହା ପୁଣି ନିଜର ଘନିଷ୍ଟ ବନ୍ଧୁ ଆଦିତ୍ୟ ପାଞ୍ଚୋଲିଙ୍କଠାରୁ। ତେବେ ଏମିତି କ’ଣ କାରଣ ଥିଲା ଭାଇଜାନଙ୍କୁ କୌଣସି ପାର୍ଟି କି ଅଡିସନ୍‌କୁ ଯିବାକୁ ବନ୍ଧୁଙ୍କ ପାଖରୁ ଜିନ୍ସ ମାଗିବାକୁ ପଡୁଥିଲା। ଯେତେବେଳେ ସଲମାନ ଷ୍ଟ୍ରଗଲ କରୁଥିଲେ ସେ ସମୟରେ ତାଙ୍କ ପାଖରେ […]

Salman-Khan

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 10:26 AM IST

ଭାଇଜାନ ସଲମାନ ଖାନ୍‌, ଅଚଳାଚଳ ସମ୍ପତ୍ତିର ମାଲିକ। ବଲିଉଡରେ ଅଧିକ ପାରିଶ୍ରମିକ ଡିମାଣ୍ଡ କରୁଥିବା ଷ୍ଟାରଙ୍କ ମଧ୍ୟରେ ଜଣେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦିନ ଥିଲା ସଲ୍ଲୁ ମିଆଁ ମାଗିକି  ଜିନ୍ସ ପିନ୍ଧୁଥିଲେ। ତାହା ପୁଣି ନିଜର ଘନିଷ୍ଟ ବନ୍ଧୁ ଆଦିତ୍ୟ ପାଞ୍ଚୋଲିଙ୍କଠାରୁ। ତେବେ ଏମିତି କ’ଣ କାରଣ ଥିଲା ଭାଇଜାନଙ୍କୁ କୌଣସି ପାର୍ଟି କି ଅଡିସନ୍‌କୁ ଯିବାକୁ ବନ୍ଧୁଙ୍କ ପାଖରୁ ଜିନ୍ସ ମାଗିବାକୁ ପଡୁଥିଲା।

ଯେତେବେଳେ ସଲମାନ ଷ୍ଟ୍ରଗଲ କରୁଥିଲେ ସେ ସମୟରେ ତାଙ୍କ ପାଖରେ ପଇସା ନ ଥିଲା। ଏପରି ସ୍ଥିତିରେ ଭଲ ଡ୍ରେସ୍‌, ଖାସ୍‌ କରି ଜିନ୍ସ କିଣି ପାରୁ ନ ଥିଲେ। ପାର୍ଟି ହେଉ କି ଅଡିସନ ଯେଉଁଠିକୁ ଯାଉଥିଲେ ଆଦିତ୍ୟଙ୍କ ଜିନ୍ସ ପିନ୍ଧୁ ଥିଲେ।

ସଲ୍ଲୁ କହିଛନ୍ତି, ଆଦିତ୍ୟ ମୋର ଭଲ ବନ୍ଧୁ। ସୁଖଦୁଃଖରେ ସବୁ ବେଳେ ମୋ ସହ ଛିଡା ହୋଇଛନ୍ତି। ମୋ ପାଖରେ ଭଲ ଜିନ୍ସ ନ ଥିବାରୁ  କୁଆଡେ ଗଲେ ତାଙ୍କ ଜିନ୍ସ ପିନ୍ଧୁ ପକାଉ ଥିଲି। ସେ ସମୟରେ ଆଦିତ୍ୟ ଭଲ ରୋଜଗାର କରୁଥିଲେ। ତାଙ୍କ ପାଖରେ ୧୦୦ରୁ ଅଧିକ ଜିନ୍ସ ଥିଲା। ମୁଁ ତାଙ୍କ ଘରକୁ ଯାଉଥିଲି, ଯେଉଁ ଜିନ୍ସ ଭଲ ଲାଗୁଥିଲା ତାକୁ ପିନ୍ଧି ପକାଉଥିଲି। ବେଳେ ବେଳେ ସବୁଦିନ ପାଇଁ ବି ରଖି ଦେଉଥିଲି। ଆଦିତ୍ୟ କେବେ କିଛି କହୁ ନ ଥିଲେ। ଏପରି କି ଆଦିତ୍ୟ ମୋତେ ବହୁତ ସମୟରେ ଖର୍ଚ୍ଚ ପାଇଁ ଟଙ୍କା ବି ଦେଉଥିଲେ।

ଆଦିତ୍ୟ ଓ ସଲମାନଙ୍କ ସମ୍ପର୍କ କଥା ସମସ୍ତେ ଜାଣନ୍ତି। ଯେତେବେଳେ ଆଦିତ୍ୟଙ୍କ ଖରାପ ସମୟ ଚାଲିଥିଲା ସମସ୍ତେ ତାଙ୍କୁ ମଦୁଆ କହି ଦୂରେଇ ଯାଇଥିଲେ। ହେଲେ ସେ ସମୟରେ ସଲମାନ ଓ ତାଙ୍କ ପରିବାର ଆଦିତ୍ୟଙ୍କ ସାଙ୍ଗରେ ଥିଲେ। ଆଦିତ୍ୟଙ୍କ ପୁଅକୁ ବଲିଉଡ ଏଣ୍ଟ୍ରି ପାଇଁ ଭାଇଜାନ ଦିନରତି ଏକ କରି ଦେଇଥିଲେ। ଏପରିକି ନିଜେ ଆଦିତ୍ୟଙ୍କ ପୁଅକୁ ଟ୍ରେନିଂ ଦେଇଥିଲେ।

Related story