ବୃଦ୍ଧ ଦମ୍ପତିଙ୍କୁ ହଇରାଣ କରୁଛନ୍ତି ସଲମାନ୍‌!

ମୁମ୍ବାଇ: ସଲମାନ୍‌ଙ୍କୁ ନେଇ ପୁଣି ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଜଣେ ବୟସ୍କ ଦମ୍ପତି ଜମିଜମାକୁ ନେଇ ସଲମାନ୍‌ ଓ ତାଙ୍କ ପରିବାର ନାଁରେ ଅଭିଯୋଗ ଆଣିଛନ୍ତି। ଏହି ବିବାଦ ଉଠିଛି ମୁମ୍ବାଇ ନିକଟସ୍ଥ ପନଭେଲ୍‌ ଅଞ୍ଚଳରେ ଏକ ଜାଗାକୁ ନେଇ। ସେଠାରେ ସଲମାନ୍‌ଙ୍କ ଫାର୍ମ ହାଉସ୍‌ ଅଛି। ରିପୋର୍ଟ ମୁତାବକ ତିନି ବର୍ଷ ପୂର୍ବରୁ ଆମେରିକାରୁ ମୁମ୍ବାଇ ଫେରିଥିବା ବୟସ୍କ ଦମ୍ପତ୍ତି କେତନ କକ୍କଡ୍‌ ଓ ତାଙ୍କ ପତ୍ନୀ ଅନୀତା କକ୍କଡ୍‌ ପନ୍‌ଭେଲ୍‌ ସ୍ଥିତ […]

salman

Rakesh Mallick
  • Published: Friday, 06 July 2018
  • , Updated: 06 July 2018, 02:03 PM IST

ମୁମ୍ବାଇ: ସଲମାନ୍‌ଙ୍କୁ ନେଇ ପୁଣି ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଜଣେ ବୟସ୍କ ଦମ୍ପତି ଜମିଜମାକୁ ନେଇ ସଲମାନ୍‌ ଓ ତାଙ୍କ ପରିବାର ନାଁରେ ଅଭିଯୋଗ ଆଣିଛନ୍ତି। ଏହି ବିବାଦ ଉଠିଛି ମୁମ୍ବାଇ ନିକଟସ୍ଥ ପନଭେଲ୍‌ ଅଞ୍ଚଳରେ ଏକ ଜାଗାକୁ ନେଇ। ସେଠାରେ ସଲମାନ୍‌ଙ୍କ ଫାର୍ମ ହାଉସ୍‌ ଅଛି। ରିପୋର୍ଟ ମୁତାବକ ତିନି ବର୍ଷ ପୂର୍ବରୁ ଆମେରିକାରୁ ମୁମ୍ବାଇ ଫେରିଥିବା ବୟସ୍କ ଦମ୍ପତ୍ତି କେତନ କକ୍କଡ୍‌ ଓ ତାଙ୍କ ପତ୍ନୀ ଅନୀତା କକ୍କଡ୍‌ ପନ୍‌ଭେଲ୍‌ ସ୍ଥିତ ସଲମାନ୍‌ଙ୍କ ଫାର୍ମ ହାଉସ୍‌କୁ ଲାଗିକି ଥିବା ନିଜ ଜମିରେ ଘର କରିବାକୁ ଚାହୁଁଛନ୍ତି। କିନ୍ତୁ ସଲମାନ ଖାନ୍‌ ଓ ତାଙ୍କ ପରିବାର ସେମାନଙ୍କୁ ହରଇରାଣ କରୁଛନ୍ତି।

୨୭ ଲକ୍ଷ ଟଙ୍କାରେ କିଣିଥିଲେ ଜାଗା

କକ୍କଡ୍‌ ଦମ୍ପତିଙ୍କ କହିବା ଅନୁସାରେ ୧୯୯୬ ମସିହାରେ ସଲମାନ୍‌ଙ୍କ ଫାର୍ମ ହାଉସ୍‌କୁ ଲାଗିକି ରହିଥିବା ଏକ ଜମିକୁ ସେମାନେ ୨୭ ଲକ୍ଷ ଟଙ୍କାରେ କିଣିଥିଲେ। ସେହି ଜମିର ମାଲିକାନା ସେମାନଙ୍କ ନାଁରେ ଥିବା ସତ୍ତ୍ୱେ ସେମାନେ ସେଠାରେ ଘର ତିଆରି କରିପାରୁନାହାନ୍ତି। କାରଣ ସଲମାନ ତାଙ୍କ ଫାର୍ମ ହାଉସ୍ ନିକଟରେ ଏକ ଗେଟ୍ ଲଗାଇଛନ୍ତି। ଏହି ଗେଟ୍ ଯୋଗୁଁ ଏହି ଦମ୍ପତି ସେମାନଙ୍କ ଜମିକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ ବିଭାଗର ଜଣେ ଅଧିକାରୀ ସେମାନଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରି ଖାନ୍ ପରିବାରର ଭୁଲ୍ ଥିବା ଦର୍ଶାଇଥିଲେ। ତେବେ ତାଙ୍କୁ ଅନ୍ୟତ୍ର ବଦଳି କରି ଦିଆଗଲା।

କକ୍କଡ଼ ଦମ୍ପତି କହିଛନ୍ତି ଯେ ସେମାନେ ଯେତେବେଳେ ଆମେରିକାରେ ରହୁଥିଲେ ଭାରତ ଆସିଲେ ସଲମାନଙ୍କ ଏହି ଫାର୍ମହାଉସ୍‌କୁ ବୁଲିବାକୁ ଆସୁଥିଲେ। ସଲମାନଙ୍କ ପରିବାର ସେମାନଙ୍କ ସହିତ ପଡ଼ୋଶୀ ଭଳି ବ୍ୟବହାର କରନ୍ତି। କିନ୍ତୁ ଏବେ ଯେତେବେଳେ ସେମାନେ ନିଜ ଜମିରେ ଘର କରିବାକୁ ଚାହୁଁଛନ୍ତି ସେମାନଙ୍କୁ ହଇରାଣ କରାଯାଉଛି।

 

 

 

 

Related story