ଅତୀତର ଦୁଃଖକୁ ସୁମରିଲେ ସଲମାନ୍‌: କହିଲେ ଶବ୍ଦରେ ବି ବର୍ଣ୍ଣନା କରିହେବନି

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଖାନ୍। ରିଲ୍ ଲାଇଫରେ ବେଶ୍ ଆକ୍ଟିଭ। ଆକ୍ସନ ସହ ନାଚ ଗୀତରେ ଦର୍ଶକଙ୍କୁ ବେଶ୍‌ ବିମୋହିତ କରିଥାନ୍ତି। ସମସ୍ତଙ୍କ ଧାରଣା ଥାଏ ଅଭିନେତା ଓ ଅଭିନେତ୍ରୀଙ୍କ ଜୀବନରେ ଦୁଃଖ ଓ ଅଭାବ ଅନଟନ ନ ଥାଏ। ହେଲେ ଏହା ସବୁବେଳେ ସତ ନୁହେଁ। ସେମାନେ ବି ମଣିଷ। ଅନ୍ୟମାନଙ୍କ ଭଳି ତାଙ୍କ ଜୀବନରେ ମଧ୍ୟ ଦୁଃଖ ଓ ଅଭାବ ରହିଛି। ଦବଙ୍ଗ ଖାନ୍‌ ସଲମାନ ନିଜ ସଂପର୍କରେ ଖୋଲିଛନ୍ତି ଏକ ଗୁମର। […]

salman

salman

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 12:50 PM IST

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଖାନ୍। ରିଲ୍ ଲାଇଫରେ ବେଶ୍ ଆକ୍ଟିଭ। ଆକ୍ସନ ସହ ନାଚ ଗୀତରେ ଦର୍ଶକଙ୍କୁ ବେଶ୍‌ ବିମୋହିତ କରିଥାନ୍ତି। ସମସ୍ତଙ୍କ ଧାରଣା ଥାଏ ଅଭିନେତା ଓ ଅଭିନେତ୍ରୀଙ୍କ ଜୀବନରେ ଦୁଃଖ ଓ ଅଭାବ ଅନଟନ ନ ଥାଏ। ହେଲେ ଏହା ସବୁବେଳେ ସତ ନୁହେଁ। ସେମାନେ ବି ମଣିଷ। ଅନ୍ୟମାନଙ୍କ ଭଳି ତାଙ୍କ ଜୀବନରେ ମଧ୍ୟ ଦୁଃଖ ଓ ଅଭାବ ରହିଛି। ଦବଙ୍ଗ ଖାନ୍‌ ସଲମାନ ନିଜ ସଂପର୍କରେ ଖୋଲିଛନ୍ତି ଏକ ଗୁମର।

ସେ କହିଛନ୍ତି,“ ମୋ ନାଁରେ କୋର୍ଟରେ ହିଟ ଆଣ୍ଡ ରନ୍ ଓ କୃଷ୍ଣସାର ମୃଗ ଶିକାର କରିବା ଅଭିଯୋଗରେ ମାମଲା ଚାଲିଥିଲା ବେଳେ ଲୋକମାନେ ମୋ ଉପରକୁ ଆଙ୍ଗୁଳି ଉଠାଇଥିଲେ। ଫଳରେ ମୋ ପରିବାର ଲୋକଙ୍କୁ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡ଼ିଥିଲା। ଯାହା ଶବ୍ଦରେ ବର୍ଣ୍ଣନା କରିହେବନି। ବହୁତ ଲମ୍ବା ସମୟ ଧରି ଏହି ମାମଲା ଚାଲିଥିଲା। ଏହି ସମୟରେ ମୋ ପରିବାରର ଆର୍ଥିକ ସ୍ଥିତି ଖରାପ ଥିଲା। ସେଥିରୁ ମୁକୁଳିବା ପାଇଁ ମୋତେ କମେଡି ଶୋ ଓ ଫିଲ୍ମରେ ପୁଣି କାମ ଆରମ୍ଭ କରିବାକୁ ପଡ଼ିଥିଲା। ପଇସା ରୋଜଗାର କରି ମୋ ପାଇଁ କେସ୍‌ଲଢ଼ୁଥିବା ଓକିଲକୁ ପଇସା ଦେବାକୁ ପଡ଼ୁଥିଲା।

ସଲମାନ ଆହୁରି କହିଛନ୍ତି,“ ସମସ୍ତଙ୍କର ଏମିତି କିଛି ଅତୀତ ଥାଏ, ଯାହା  ପୁରା ଜୀବନ ପାଇଁ ଏକ ଦାଗ ହୋଇ ରହିଯାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos