ମୁମ୍ବାଇ: କିଛି ଦିନ ତଳେ ହୃଦ୍ଘାତର ଶିକାର ହୋଇଥିଲେ ଅଭିନେତା ଦଧୀ ପାଣ୍ଡେ। ଆଉ ଏହି ସମୟରେ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ ଚୁଲ୍ବୁଲ୍ ପାଣ୍ଡେ ଅର୍ଥାତ୍ ସଲ୍ମାନ୍ ଖାନ୍। ସଲ୍ମାନ୍ ତାଙ୍କର ସମସ୍ତ ମେଡିକାଲ୍ ଖର୍ଚ୍ଚ ବହନ କରିଥିଲେ।
ଦଧୀ ପାଣ୍ଡେ ‘ଦବଙ୍ଗ ୩’ ଫିଲ୍ମରେ ଅଭିନୟ କରୁଛନ୍ତି। ସେ ଏହି ଫିଲ୍ମରେ ଜଣେ ପୁଲିସ୍ କର୍ମଚାରୀ ଭାବେ ଅଭିନୟ କରୁଛନ୍ତି। ସେ ‘ଦବଙ୍ଗ’ ସିରିଜ୍ର ପ୍ରଥମ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।
ସଲ୍ମାନ୍ କହିଛନ୍ତି, ଦଧୀ ପାଣ୍ଡେ ଜଣେ ବଢ଼ିଆ ଲୋକ। ସେ ଭାରି ଖୋଲା ହୃଦୟର ବ୍ୟକ୍ତି। ତାଙ୍କ ବିଷୟରେ ଯେତେ କହିଲେ ବି କମ୍ ପଡ଼ିବ।
ସୂଚନାଯୋଗ୍ୟ, ସଲ୍ମାନ୍ ଖାନ୍ ଏଭଳି ଅନେକ ସାହାଯ୍ୟ କରିଛନ୍ତି। ଗତବର୍ଷ ଟେଲିଭିଜନ ଜଗତର ବିଶିଷ୍ଟ ଅଭିନେତା କବି କୁମାର ଆଜାଦ୍ଙ୍କ ପରଲୋକ ହୋଇଯାଇଥିଲା। ସେତେବେଳେ ତାଙ୍କର ସମସ୍ତ ମେଡିକାଲ୍ ଖର୍ଚ୍ଚ ସଲ୍ମାନ୍ ଉଠାଇଥିଲେ। ଚିକିତ୍ସା ବେଳେ ସ୍ୱର୍ଗତ ଆଜାଦଙ୍କର ଅପରେସନ୍ ହୋଇଥିଲା। ସେ ଖର୍ଚ୍ଚ ବି ସଲ୍ମାନ୍ ଉଠାଇଥିଲେ। ତାଙ୍କର ଏକ ଚ୍ୟାରିଟି ସଂସ୍ଥା ଅଛି, ଯାହା ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ କାମ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।