ପଦ୍ମାବତୀକୁ ମିଳିଲା ସଲମାନଙ୍କ ସମର୍ଥନ: କହିଲେ ଭଂଶାଲୀଙ୍କ ଫିଲ୍ମରେ ଭୁଲ ନଥାଏ

ମୁମ୍ବାଇ: ସଞ୍ଜୟଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ପଦ୍ମାବତୀକୁ ନେଇ ବିବାଦ ପିଛା ଛାଡୁନି। ରିଲିଜ କରେଇ ନଦେବାକୁ କରଣୀ ସେନା ସମେତ ବିଭିନ୍ନ ସଂଗଠନ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ  ନିକଟରେ ସଲମାନ ପଦ୍ମାବତୀର ରିଲିଜ୍‌କୁ ନେଇ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭଂଶାଲୀଙ୍କ ଫିଲ୍ମରେ କିଛି ଭୁଲ ନଥାଏ। ସେ ଖୁବ୍‌ ଭଲ ଫିଲ୍ମ ବନେଇଥାନ୍ତି। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସଲମାନ୍‌ କହିଛନ୍ତି ସେନ୍‌ସର୍‌ ବୋର୍ଡ ଏହି ମାମଲାରେ ହସ୍ତକ୍ଷେପ କରିବା […]

salu

Rakesh Mallick
  • Published: Tuesday, 14 November 2017
  • , Updated: 14 November 2017, 01:01 PM IST

ମୁମ୍ବାଇ: ସଞ୍ଜୟଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ପଦ୍ମାବତୀକୁ ନେଇ ବିବାଦ ପିଛା ଛାଡୁନି। ରିଲିଜ କରେଇ ନଦେବାକୁ କରଣୀ ସେନା ସମେତ ବିଭିନ୍ନ ସଂଗଠନ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ  ନିକଟରେ ସଲମାନ ପଦ୍ମାବତୀର ରିଲିଜ୍‌କୁ ନେଇ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭଂଶାଲୀଙ୍କ ଫିଲ୍ମରେ କିଛି ଭୁଲ ନଥାଏ। ସେ ଖୁବ୍‌ ଭଲ ଫିଲ୍ମ ବନେଇଥାନ୍ତି। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସଲମାନ୍‌ କହିଛନ୍ତି ସେନ୍‌ସର୍‌ ବୋର୍ଡ ଏହି ମାମଲାରେ ହସ୍ତକ୍ଷେପ କରିବା କଥା। ଫିଲ୍ମ ନଦେଖି କାହାକୁ ନିଷ୍ପତ୍ତି ନେବାର ଅଧିକାର ନାହିଁ। ଶୁଣିବାକୁ ମିଳୁଛି କେବଳ ସଲମାନ ନୁହଁନ୍ତି  ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟମାନେ ସଞ୍ଜୟଙ୍କ ସାଥ୍ ଦେଇଛନ୍ତି। ଡାଏରେକ୍ଟର ଆସୋସିଏସନ୍‌ ସହ ପାଞ୍ଚଟି ଫିଲ୍ମ ସଂଗଠନ ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କୁ ଫିଲ୍ମ ରିଲିଜରେ ଦଖଲ୍ ଦେବାକୁ ଅପିଲ କରିଛନ୍ତି।

ଡାଏରେକ୍ଟର ଆସୋସିଏସନ୍‌କୁ ଛାଡ଼ିଦେଲେ କଳାକାର ଆସୋସିଏସନ୍‌, ସିନେ ଅଟୋଗ୍ରାଫର୍ସ ଆସୋସିଏସନ୍‌ ,ସ୍କ୍ରିନ୍‌ ପ୍ଲେ ଆସୋସିଏସନ୍‌ ଓ ଆର୍ଟ ବା କଷ୍ଟ୍ୟୁମ୍‌ ଡିଜାଇନର୍‌ ଆସୋସିଏସନ୍‌ ମଧ୍ୟ ଭଂଶାଲୀଙ୍କୁ ସମର୍ଥନ କରିଛନ୍ତି। ଡାଏରେକ୍ଟର ଆସୋସିଏସନ୍‌ର ଅଧ୍ୟକ୍ଷ ବିପି ସିଂହ କହିଛନ୍ତି ସଞ୍ଜୟଲୀଲା ଭଂଶାଲୀ ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ। ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ଭିନ୍ନ ସ୍ତରକୁ ନେଇଛନ୍ତି।

Related story