ହଳ କରୁଛନ୍ତି ସଲୁ ମିଆଁ

ସୁଶାନ୍ତ ସିଂହ ରାଜପୁତ ମାମଲାରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ନାମ ଆସିବା ପରେ ଏବେ କିଛି ତାଙ୍କୁ ସମାଲୋଚନା କରୁଛନ୍ତି, ଆଉ କିଛି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଏହାକୁ ନେଇ ସଲମାନ କିନ୍ତୁ ନିରବ ରହିଛନ୍ତି। ଏହାରି ଭିତରେ କିନ୍ତୁ ସଲମାନ ଖାନ କିଛି ଫଟୋ ଟୁଇଟରରେ ଶେୟାର କରିଥିଲେ। ଯେଉଁଥିରେ ସେ ଚାଷ କରୁଥିବାର ଦେଖିବାକୁ ମିଳିଛି।

ଜୁଲାଇ ୧୯ରେ ସଲମାନ ଖାନ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପାଲଭେନ ସ୍ଥିତ ଚାଷ ଜମିରେ ଟ୍ରାକ୍ଟରରେ ହଳ କରୁଥିବାର ନଜିର ରହିଛି। ଭିଡିଓରେ ସେ ନିଜେ ଚାଷ କରୁଥିବାର ମଧ୍ୟ ନଜିର ରହିଛି। ଯେଉଁଥିରେ ସେ ଏକ ପିଙ୍କ ଶାର୍ଟ ଏବଂ ହାଫ ପ୍ୟାଣ୍ଟ ପିନ୍ଧି ଚାଷ କାମରେ ନିୟୋଜିତ ଥିବା ଦେଖିବାକି ମିଳିଛି।

ତେବେ ସୋଶାଲ ମିଡିଆରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି କହିଛନ୍ତି, ଲକଡାଉନ୍ ବେଳେ ସଲମାନଙ୍କ ଏହି ପ୍ରୟାସ ଅନ୍ୟ ମାନଙ୍କୁ ଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇବ। ସେହିପରି ଆଉ ଜଣେ ଲେଖିଛନ୍ତି ଏହା ଏକ ପିଆର ଷ୍ଟଣ୍ଚ। ଫିଲ୍ମରେ ସୁଟିଂ ପାଇଁ ଏଭଳି ବେଶ ନା ସତରେ ବୋଲି ଜାଣିବା ପାଇଁ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ପଜିଟିଭ୍ କହି ଗାଏବ ହୋଇଯାଇଥିଲେ ସ୍ୱାମୀ, ଦେଢ଼ ମାସ ପରେ ପ୍ରେମିକାଙ୍କ ଘରୁ ଉଦ୍ଧାର କଲା ପୁଲିସ୍

ଆଇପିଏଲ୍ ପାଇଁ ଦୁବାଇ ପହଞ୍ଚିଲେ ଇଂଲିଶ ଓ ଅଷ୍ଟ୍ରେଲୀୟ ଖେଳାଳି

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ, କରଣ ଜୋହରଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍

କରାେନା ବଦଳାଇ ଦେଲା ଲୋକଙ୍କ କିଣିବା ରୁଚି

ପଡ଼ିଆରେ ବଜ୍ରପାତ, ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ

ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍

ଉର୍ମିଳାଙ୍କ ପାଇଁ ଆଗେଇ ଆସିଲେ ଫ୍ୟାନ୍ସ, କଙ୍ଗନାଙ୍କୁ ଟାର୍ଗେଟ୍

ଟ୍ୱିଟର ଛାଡ଼ି ଦେବେ କଙ୍ଗନା, ଯଦି…

ଘରେ ସିବିଆଇ ରେଡ୍ ନେଇ କ’ଣ କହିଲେ ଦେବୀ ମିଶ୍ର

ଜୟାଙ୍କ ଉପରେ ବର୍ଷିଲେ ମୁକେଶ

ଚଷମା ପିନ୍ଧିଲେ କରୋନାରେ ସଂକ୍ରମିତ ହେବାର ସମ୍ଭାବନା କମ୍: ରିପୋର୍ଟ

କୋଭିଡରେ ଚାଲିଗଲେ ବିଜେପି ସାଂସଦ