ସଲ୍‌ମାନଙ୍କୁ ହତ୍ୟା ଧମକ୍

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ୧୯୯୮ ମସିହା ଯୋଧ୍‌ପୁର କୃଷ୍ଣସାର ମୃଗ ମାମଲାର ଅଭିଯୁକ୍ତ ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ। ସୋଶାଲ୍ ମିଡିଆ ମାଧ୍ୟମରେ ଜଣେ ଦୁର୍ବୃତ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ନାମରେ ସଲ୍‌ମାନଙ୍କୁ ଏହି ହତ୍ୟା ଧମକ ଆସିଛି। ଗ୍ୟାରି ଶୁଟର୍‌(Gary Shooter) ନାମକ ଜଣେ ଦୁର୍ବୃତ୍ତ ଏହି ପୋଷ୍ଟ୍ କରିଛନ୍ତି। ଫେସ୍‌ବୁକ୍‌ ପେଜ୍‌ରେ ସଲ୍‌ମାନ ଖାନ୍‌ଙ୍କର ଏକ ଫଟୋ ଉପରେ ଲାଲ୍‌ ରଙ୍ଗର୍‌ କ୍ରସ ଚିହ୍ନ ବୁଲା […]

salman

Chinmayee Roy
  • Published: Tuesday, 24 September 2019
  • , Updated: 24 September 2019, 09:10 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ୧୯୯୮ ମସିହା ଯୋଧ୍‌ପୁର କୃଷ୍ଣସାର ମୃଗ ମାମଲାର ଅଭିଯୁକ୍ତ ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ। ସୋଶାଲ୍ ମିଡିଆ ମାଧ୍ୟମରେ ଜଣେ ଦୁର୍ବୃତ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ନାମରେ ସଲ୍‌ମାନଙ୍କୁ ଏହି ହତ୍ୟା ଧମକ ଆସିଛି। ଗ୍ୟାରି ଶୁଟର୍‌(Gary Shooter) ନାମକ ଜଣେ ଦୁର୍ବୃତ୍ତ ଏହି ପୋଷ୍ଟ୍ କରିଛନ୍ତି।

ଫେସ୍‌ବୁକ୍‌ ପେଜ୍‌ରେ ସଲ୍‌ମାନ ଖାନ୍‌ଙ୍କର ଏକ ଫଟୋ ଉପରେ ଲାଲ୍‌ ରଙ୍ଗର୍‌ କ୍ରସ ଚିହ୍ନ ବୁଲା ଯାଇଥିବା ଏକ ଫଟୋ ଅପ୍‌ଲୋଡ୍‌ କରାଯାଇ ହତ୍ୟା ଧମକ ଦିଆଯାଇଛି। ପୋଷ୍ଟରେ ଲେକାଯାଇଛି “ସଲମାନ ତୁ ଭାରତୀୟ ଆଇନରୁ ବଞ୍ଚିଯାଇପାରୁ। କିନ୍ତୁ ବିଷ୍ଣୋଇ ସମାଜ ଓ sopu partyର ଆଇନ୍‌ ତୋତେ ମୃତ୍ୟୁର ଦଣ୍ଡ ଶୁଣାଇ ସାରିଛି। sopu ଅଦାଲତରେ ତୁ ଦୋଷୀ”। ସୋପୁର ଫୁଲଫର୍ମ ହେଉଛି ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ। 

ତେବେ ପୂର୍ବରୁ ମଧ୍ୟ ସଲମାନ ଖାନଙ୍କୁ ଏମିତ ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ନାମକ ଜଣେ ଗ୍ୟାଙ୍ଗଷ୍ଟାର୍ ତାଙ୍କୁ କିଛି ଏପରି ଧମକ୍‌ ଦେଇଥିଲା। ଯାହାଫଳରେ ସଲମାନଙ୍କ ସିକ୍ୟୁରିଟିକୁ ବଢ଼ାଇ ଦିଆଯିଥିଲା।

ସୂଚନା ଅନୁଯାୟୀ କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ ସେପ୍ଟେମ୍ବର ୨୭ରେ ଯୋଧପୁର କୋର୍ଟରେ ହାଜର ହେବେ। ଆଉ ଯଦି ସେହି ଦିନ ସଲମାନ କୋର୍ଟରେ ନପହଞ୍ଚନ୍ତି ତେବେ ତାଙ୍କ ବେଲ୍ ଖାରଜ ହୋଇଯିବ।

୧୯୯୮ ମସିହାରେ ଯୋଧ୍‌ପୁରର କଙ୍କଣୀ ଅଞ୍ଚଳରେ ହିନ୍ଦି ଫିଲ୍ମ “ହମ୍‌ ସାଥ୍‌ ସାଥ୍‌ ହେ”ର ଶୁଟିଂ ଚାଲୁଥିବା ବେଳେ ସଲ୍‌ମାନ ଖାନ୍‌ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ଅଛି। ଆଉ ବିଷ୍ଣୋଇ ସମାଜ କୃଷ୍ଣସାର ମୃଗଙ୍କୁ ପୂଜା କରୁଥିବାରୁ ସେମାନେ ସଲମାନଙ୍କୁ ଘୋର ବିରୋଧ କରୁଛନ୍ତି। ତେବେ ସଲମାନଙ୍କ ସହିତ ଏହି ଫିଲ୍ମରେ ଅଭିନୟ କରୁଥିବା ସୋନାଲି ବେନ୍ଦ୍ରେ, ସେଫ୍ ଆଲୀ ଖାନ୍, ତବୁ ଓ ନୀଲମ୍‌ ମଧ୍ୟ ଏହି ଘଟଣାରେ ଅଭିଯୁକ୍ତ ଅଛନ୍ତି।

Related story