ବାହା ନହୋଇ ବି ବାପା ହେବେ ସଲମାନ !

ମୁମ୍ବାଇ: ହିରୋ ଆସୁଛନ୍ତି ଆଉ ଯାଉଛନ୍ତି । କିନ୍ତୁ କୋଟିଏ ଯୁବତୀଙ୍କ ଛାତିରେ ଘର କରିଥିବା ହିନ୍ଦୀ ଫିଲ୍ମ ଦୁନିଆରେ ଜଣେ ହିରୋ ହେଲେ ସଲ୍ଲୁ ମିଆଁ ଓରଫ ସଲମାନ ଖାନ୍। ଖାଁ ପୁଅ ଏବେବି ବାହା ହୋଇ ନାହାଁନ୍ତି । ତେଣୁ ତାଙ୍କୁ କୁହାଯାଉଛି ଭାରତର ଅନ୍ୟତମ ମୋଷ୍ଟ ଏଲିଜିବୁଲ୍ ବ୍ୟାଚେଲର। ତାଙ୍କ ଫିଲ୍ମ ଆସିଲେ ଝିଅମାନେ ପାଗଳ ପରି ଦେଖନ୍ତି। ତାଙ୍କ ପର୍ସନାଲ ଲାଇଫ୍ ବିଷୟରେ ଗସିପ୍ କରିବାକୁ ସମସ୍ତଙ୍କର ଇଚ୍ଛା। ଭାରତର ଅନେକ ଟିନ୍ […]

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 12:56 PM IST

ମୁମ୍ବାଇ: ହିରୋ ଆସୁଛନ୍ତି ଆଉ ଯାଉଛନ୍ତି । କିନ୍ତୁ କୋଟିଏ ଯୁବତୀଙ୍କ ଛାତିରେ ଘର କରିଥିବା ହିନ୍ଦୀ ଫିଲ୍ମ ଦୁନିଆରେ ଜଣେ ହିରୋ ହେଲେ ସଲ୍ଲୁ ମିଆଁ ଓରଫ ସଲମାନ ଖାନ୍। ଖାଁ ପୁଅ ଏବେବି ବାହା ହୋଇ ନାହାଁନ୍ତି । ତେଣୁ ତାଙ୍କୁ କୁହାଯାଉଛି ଭାରତର ଅନ୍ୟତମ ମୋଷ୍ଟ ଏଲିଜିବୁଲ୍ ବ୍ୟାଚେଲର। ତାଙ୍କ ଫିଲ୍ମ ଆସିଲେ ଝିଅମାନେ ପାଗଳ ପରି ଦେଖନ୍ତି। ତାଙ୍କ ପର୍ସନାଲ ଲାଇଫ୍ ବିଷୟରେ ଗସିପ୍ କରିବାକୁ ସମସ୍ତଙ୍କର ଇଚ୍ଛା। ଭାରତର ଅନେକ ଟିନ୍ ଏଜ୍ ଝିଅଙ୍କର ସ୍ୱପ୍ନ ସଲମାନଙ୍କ ପରି ହ୍ୟାଣ୍ଡସମ୍ ବରଟିଏ ପାଇବା। ତେବେ ସଲମାନଙ୍କୁ ସ୍ୱାମୀ ଭାବେ ପାଇବାକୁ ସ୍ୱପ୍ନ ଦେଖୁଥିବା ଝିଅ ଫ୍ୟାନଙ୍କ ପାଇଁ ଝଟକା ଖବର ଆସିଛି । ବାହା ହୋଇ ନଥିବା ସଲ୍ଲୁ ମିଆଁ ଏବେ ବାପା ହେବାକୁ ଯାଉଛନ୍ତି। ଲାଗିଲା ନା ଝଟକା? ଏଥର ପଢ଼ନ୍ତୁ ପୂରା ଖବରଟି

ଆସନ୍ତା ଡିସେମ୍ବରରେ ସଲମାନ ଭାଇ ୫୩ ବର୍ଷରେ ପାଦ ଦେବେ। ଅର୍ଥାତ୍ ମିଆଁଙ୍କୁ ୫୩ ପୂରିବ। ଦେଶର ମୋଷ୍ଟ ଏଲିଜିବୁଲ ବ୍ୟାଚଲର ହେବା ସତ୍ତ୍ୱେ ବି ସେ ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ତେବେ ବଲିଉଡ ହଙ୍ଗାମା ନାମକ ପତ୍ରିକାରେ ଛପା ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ସଲମାନ ଖାନ୍ ବିବାହ ନକରି ବି ବାପା ହେବାକୁ ଚାହୁଁଛନ୍ତି। ତାଙ୍କର ଇଚ୍ଛା ସେ ଆଗାମୀ ୨ ରୁ ୩ ବର୍ଷ ଭିତରେ ବାପା ହେବେ।

ଆପଣ ହୁଏତ ଏକଥା ଭାବି ଆଶ୍ଚର୍ଯ୍ୟ ହେଉଥିବେ। ସଲମାନ କଣ ଲୁଚେଇ ଲୁଚେଇ କେଉଁଠି ବାହା ହୋଇଛନ୍ତି କି ? ନା ନା ଏମିତି ଭାବିବା ଠିକ୍ ନୁହେଁ , ବାସ୍ତବ କଥା ହେଲା ସଲମାନ ଖାନ ଆଉ ବାହା ହେବାକୁ ଚାହୁଁ ନାହାଁନ୍ତି । କିନ୍ତୁ ସରୋଗେସୀ ମାଧ୍ୟମରେ ପିଲାଟିର ଜନକ ହେବାକୁ ଚାହୁଁଛନ୍ତି। ବୟସ ଗଡି ଯାଉଥିବାରୁ ତାଙ୍କ ବାପା ମାଆ ବି ଚାହୁଁଛନ୍ତି ସଲମାନଙ୍କର ନିଜର ଏକ ପିଲା ରହୁ। ଏବେ ହୁଏତ ଏହି ପଦକ୍ଷପ ନେଲେ ସଲମାନ ଯେବେ ସେ ୭୦ ବର୍ଷର ହେବେ ତାଙ୍କ ପିଲା ହୋଇଥିବ ମାତ୍ର ୨୦ ବର୍ଷର।

ସଲମାନଙ୍କ କହିବା ଅନୁସାରେ ଏହି ପଦକ୍ଷେପ ନେବାର ମୂଳ କାରଣ ହେଉଛନ୍ତି ତାଙ୍କ ବାପା ମାଆ ସଲିମ୍ ଖାନ୍ ଓ ସଲମା ଖାନ୍ । ଏମାନଙ୍କର ଏକ ନାତି କିମ୍ବା ନାତୁଣୀ ଦରକାର ବୋଲି ସଫା ସଫା କହି ଦେଇଛନ୍ତି । ତେଣୁ ସଲମାନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏବେ ସଲମାନ୍ ତାଙ୍କର ଆଗାମୀ ଫିଲ୍ମ ଟାଇଗର ଜିନ୍ଦା ହେରେ ବ୍ୟସ୍ତ ଅଛନ୍ତି। ଯାହାକି ଆସନ୍ତା ବର୍ଷ ଇଦରେ ରିଲିଜ ହେବାକୁ ଯାଉଛି।

Related story