ସୈଫଙ୍କ ଝିଅଙ୍କ ସହ ରୋମାନ୍ସ କରିବେ ସଲମାନ୍‌ଙ୍କ ଭିଣୋଇ

ମୁମ୍ବାଇ: ଶୀର୍ଷକ ପଢି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ। ସଲମାନ୍‌ଙ୍କ ଭିଣୋଇ ଜଣକୁ ବିବାହ କରିଥିବା ବେଳେ ସେ କାହିଁକି ସୈଫ ଅଲ୍ଲି ଖାନ୍‌ଙ୍କ ଝିଅଙ୍କ ସହ ରୋମାନ୍ସ କରିବେ। ଅବସ୍ୟ ସଂଭ୍ରାନ୍ତ ପରିବାରର ଜଣେ ପୁରୁଷ ଏକାଧିକ ନାରୀଙ୍କ ସହ ସମ୍ପର୍କ ରଖିବା କିଛି ନୂଆ କଥା ନୁହଁ। ତଥାପି ଏଠି ଆଲୋଚନା କରାଯାଉଥିବା ଶୀର୍ଷକର ମୁଖ୍ୟ ଉଦ୍ଦେଶ୍ୟ ସେୟା ନୁହଁ। ପ୍ରକୃତରେ  ରିଏଲ୍‌ ନୁହଁ ରିଲ୍‌ରେ ହେବ ରୋମାନ୍ସ। କଥା ହେଉଛି ସଲମାନ୍‌ ଖାନ୍‌ଙ୍କ  ନିଜ ଭିଣୋଇ […]

saif alli-1

Rakesh Mallick
  • Published: Tuesday, 09 May 2017
  • , Updated: 10 May 2017, 08:10 AM IST

ମୁମ୍ବାଇ: ଶୀର୍ଷକ ପଢି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ। ସଲମାନ୍‌ଙ୍କ ଭିଣୋଇ ଜଣକୁ ବିବାହ କରିଥିବା ବେଳେ ସେ କାହିଁକି ସୈଫ ଅଲ୍ଲି ଖାନ୍‌ଙ୍କ ଝିଅଙ୍କ ସହ ରୋମାନ୍ସ କରିବେ। ଅବସ୍ୟ ସଂଭ୍ରାନ୍ତ ପରିବାରର ଜଣେ ପୁରୁଷ ଏକାଧିକ ନାରୀଙ୍କ ସହ ସମ୍ପର୍କ ରଖିବା କିଛି ନୂଆ କଥା ନୁହଁ। ତଥାପି ଏଠି ଆଲୋଚନା କରାଯାଉଥିବା ଶୀର୍ଷକର ମୁଖ୍ୟ ଉଦ୍ଦେଶ୍ୟ ସେୟା ନୁହଁ। ପ୍ରକୃତରେ  ରିଏଲ୍‌ ନୁହଁ ରିଲ୍‌ରେ ହେବ ରୋମାନ୍ସ। କଥା ହେଉଛି ସଲମାନ୍‌ ଖାନ୍‌ଙ୍କ  ନିଜ ଭିଣୋଇ ଆୟୁଷ ଶର୍ମା ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି। ଆଉ ତାଙ୍କୁ ଚାନ୍ସ ଦେଉଛନ୍ତି ତାଙ୍କ ଶାଳକ ତଥା ସଲ୍‌ମାନ୍‌ ଖାନ୍‌।

ସେପଟେ  ଆୟୁଷଙ୍କ ବିପକ୍ଷରେ ରହିବେ ନବାବ୍‌ ଖାନ୍‌ଦାନିର ଲାଡଲି। ଅର୍ଥାତ  ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌। ଉଭୟେ ନବାଗତ ହୋଇଥିବା ବେଳେ ଆଗାମୀ ଦିନରେ ଉଭୟଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବାର ଯୋଜନା ରହିଛି। ଫିଲ୍ମର ଟାଇଟଲ ସିଲେକ୍ଟ ହୋଇ ନ ଥିଲା ବେଳେ ସଲ୍‌ମାନ୍‌ ଏହି ସିନେମା ନିର୍ମାଣ କରିବାକୁ  ଯୋଜନା କରୁଛନ୍ତି ।  କୁହାଯାଉଛି  ଆୟୁଷଙ୍କୁ ବଲିଉଡ୍‌ ଆଣିବା ପାଇଁ ସ୍ତ୍ରୀ ଅର୍ପିତା ଯଥେଷ୍ଟ ଉଦ୍ୟମ କରୁଛନ୍ତି। ଏପରିକି ଅର୍ପିତା ନିଜ ଭାଇ ସଲ୍‌ମାନଙ୍କୁ ଅନେକ ଥର ଅନୁରୋଧ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ସଲମାନ୍‌ ଖାନ୍‌ଙ୍କ ଭଉଣୀ ଅର୍ପିତା ୨୦୧୫ରେ ହାଇଦ୍ରାବାଦରେ ଆୟୁଷ ଶର୍ମାଙ୍କୁ ବିବାହ କରିଥିଲେ।

 

Related story