ଟିନ୍‌ଏଜର ଲୁକ୍‌ରେ ଆସୁଛନ୍ତି ସଲମନ ଖାନ୍‌

ମୁମ୍ବାଇ: ସଲମନ୍‌ ଖାନ୍‌ଙ୍କୁ ଆପଣ ପୁଣି ଥରେ ସେଇ ଯୁବ ସୁଲଭ ସ୍ୱରୁପରେ ଦେଖିବାକୁ ପାଇବେ। କାରଣ ସେ ଏବେ ୧୮ ବର୍ଷର ଜଣେ ସୌମ୍ୟ ସୁଦର୍ଶନ ଯୁବକ ଭାବେ ଆପଣଙ୍କ ସମ୍ମୁଖରେ ଉଭା ହେବାକୁ ଯାଉଛନ୍ତି। ଆଜ୍ଞା ହଁ, କଥାଟା ସତ। ବଲିଉଡ୍‌ର ଆଗଧାଡିର ଅଭିନତା ସଲମନ ଖାନ୍‌ଙ୍କ ଏମିତି ଏକ ଚଳଚ୍ଚିତ୍ର ଏବେ ପରଦାକୁ ଆସିବାକୁ ଯାଉଛି ଯେଉଁଥିରେ ଟିନ୍‌ ଏଜର ସଲମନଙ୍କୁ ଦେଖିବାକୁ ମିଳିବ। ସଲମନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟାଇଗର୍‌ ଜିନ୍ଦା ହୈ’ […]

dc-Cover-mr3mab3bchb3l4a4osjktlujk4-20180116210005.Medi

Rakesh Mallick
  • Published: Wednesday, 17 January 2018
  • , Updated: 17 January 2018, 02:12 PM IST

ମୁମ୍ବାଇ: ସଲମନ୍‌ ଖାନ୍‌ଙ୍କୁ ଆପଣ ପୁଣି ଥରେ ସେଇ ଯୁବ ସୁଲଭ ସ୍ୱରୁପରେ ଦେଖିବାକୁ ପାଇବେ। କାରଣ ସେ ଏବେ ୧୮ ବର୍ଷର ଜଣେ ସୌମ୍ୟ ସୁଦର୍ଶନ ଯୁବକ ଭାବେ ଆପଣଙ୍କ ସମ୍ମୁଖରେ ଉଭା ହେବାକୁ ଯାଉଛନ୍ତି। ଆଜ୍ଞା ହଁ, କଥାଟା ସତ। ବଲିଉଡ୍‌ର ଆଗଧାଡିର ଅଭିନତା ସଲମନ ଖାନ୍‌ଙ୍କ ଏମିତି ଏକ ଚଳଚ୍ଚିତ୍ର ଏବେ ପରଦାକୁ ଆସିବାକୁ ଯାଉଛି ଯେଉଁଥିରେ ଟିନ୍‌ ଏଜର ସଲମନଙ୍କୁ ଦେଖିବାକୁ ମିଳିବ।

ସଲମନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟାଇଗର୍‌ ଜିନ୍ଦା ହୈ’ ୩୨୦ କୋଟି ଟଙ୍କାର ବ୍ୟବସାୟ କରିସାରିବା ପରେ ଏବେ ଭାଇଜାନ୍‌ଙ୍କ ହାତରେ ଅଛି ଗୋଟାଏ ବଢ଼ିଆ ଚଳଚ୍ଚିତ୍ର। ଫିଲ୍ମଟି ହେଉଛି ‘ଭରତ’। ଏଥିରେ ସଲ୍‌ମନ୍‌ ଜଣେ ୧୮ ବର୍ଷ ବୟସ୍କ ବାଳକ ଭାବେ ପରଦାକୁ ଆସୁଛନ୍ତି। ପୂରା ଚଳଚ୍ଚିତ୍ରରେ ତାଙ୍କର ୧୮ରୁ ନେଇ ୭୦ ବର୍ଷ ପର୍ଯ୍ୟନ୍ତର ଯାତ୍ରା ଦୃଶ୍ୟମାନ ହେବ। ଚଳଚ୍ଚିତ୍ରଟି କୋରିଆନ୍‌ ଚଳଚ୍ଚିତ୍ର ‘ଓଡେ ଟୁ ମାଇଁ ଫାଦର୍‌’ ଚଳଚ୍ଚିତ୍ର ଦ୍ୱାରା ପ୍ରେତ୍ସାହିତ ହୋଇ ନିର୍ମାଣ କରାଯିବ। ଫ୍ୟାନ୍‌ ଚଳଚ୍ଚିତ୍ରରେ ଯେପରି ଶାହାରୁଖ୍‌ଙ୍କୁ ଜଣେ ଟିନ୍‌ ଏଜ୍‌ ଯୁବକ ଭାବରେ ଦୃଶ୍ୟମାନ କରାଇବା ପାଇଁ ଅତ୍ୟାଧୁନିକ ମେକ୍‌ଅପ୍‌ ବ୍ୟବହାର ହୋଇଥିଲା ଏହି ଚଳଚ୍ଚିତ୍ରଟିରେ ମଧ୍ୟ ସେହି ମେକ୍‌ଅପ୍‌ ବ୍ୟବହାର କରାଯିବ ବୋଲି ସୂଚନା ରହିଛି। ‘ଭରତ’ର ସୁଟିଂ କାର୍ଯ୍ୟ ଚଳିତବର୍ଷ ଆରମ୍ଭ ହେବ।

Related story