‘ସୁଲତାନ’ର ସ୍କ୍ରିନିଙ୍ଗ୍‌କୁ ଏକାଠି ଗଲେ ସଲମାନ୍-ଲୁଲିଆ

ମୁମ୍ବାଇ : ‘ସୁଲତାନ’ର ସ୍କ୍ରିନିଂରେ ଦବଙ୍ଗ ଷ୍ଟାର ସଲମାନଙ୍କୁ ଲୁଲିଆ ଭାଣ୍ଟୁରଙ୍କ ସହ ଦେଖିବାକୁ ମିଳିଥିଲା । ଉଭୟ ଗୋଟିଏ କାରରେ ୟଶରାଜ ଷ୍ଡୁଡିଓରେ ସ୍କ୍ରିନିଂ ପାଇଁ ପହଞ୍ଚିଥିଲେ। ଦୁଇଜଣଙ୍କ ରୋମାନ୍ସକୁ ନେଇ ଚର୍ଚ୍ଚା ଲାଗିରହିଛି । ଏପରକି ଚଳିତ ବର୍ଷ ଶେଷ ଆଡକୁ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଲୁଲିଆଙ୍କ ସହ ନିଜ ସମ୍ପର୍କକୁ ସ୍ୱୀକାର କରୁନଥିଲେ ମଧ୍ୟ ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି ।