ଭାଙ୍ଗି ଯାଇଥାଆନ୍ତା ବିରାଟ-ଅନୁଷ୍କାଙ୍କ ସଂପର୍କ, ବଞ୍ଚାଇ ଦେଲେ ସଲମାନ!

ମୁମ୍ବାଇ: କିଛି ଦିନ ହେବ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ବିବାହକୁ ନେଇ ଚାରିଆଡ଼େ ଜୋରସୋର ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଆଜି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ସେମାନଙ୍କ ବାହାଘର ସତରେ ହେବାକୁ ଯାଉଛି, ଏହା ଉଡ଼ା କଥା ନୁହେଁ। ସେମାନେ ଇଟାଲୀରେ ଡିସେମ୍ବର ୧୨ ତାରିଖରେ ବାହା ହେବେ। ଏଥିପାଇଁ ବାହାଘର ରୀତି ବି ଆରମ୍ଭ ହୋଇଯାଇଛି। ଗତ ୪ ବର୍ଷ ହେଲାଣି ସେମାନେ ରିଲେସନ୍‌ସିପ୍‌ରେ […]

ViratandAnushk

Rakesh Mallick
  • Published: Sunday, 10 December 2017
  • , Updated: 10 December 2017, 02:34 PM IST

ମୁମ୍ବାଇ: କିଛି ଦିନ ହେବ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ବିବାହକୁ ନେଇ ଚାରିଆଡ଼େ ଜୋରସୋର ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଆଜି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ସେମାନଙ୍କ ବାହାଘର ସତରେ ହେବାକୁ ଯାଉଛି, ଏହା ଉଡ଼ା କଥା ନୁହେଁ। ସେମାନେ ଇଟାଲୀରେ ଡିସେମ୍ବର ୧୨ ତାରିଖରେ ବାହା ହେବେ। ଏଥିପାଇଁ ବାହାଘର ରୀତି ବି ଆରମ୍ଭ ହୋଇଯାଇଛି।

ଗତ ୪ ବର୍ଷ ହେଲାଣି ସେମାନେ ରିଲେସନ୍‌ସିପ୍‌ରେ ଥିଲେ। ଏକ ବିଜ୍ଞାପନର ସୁଟିଂ ବେଳେ ଉଭୟଙ୍କ ମଧ୍ୟରେ ପ୍ରଥମେ ସାକ୍ଷାତ ହୋଇଥିଲା। ପରେ ଦୁହେଁ ପ୍ରେମରେ ପଡ଼ି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରେ ମଧ୍ୟ ସୃଷ୍ଟି ହୋଇଥିଲା ଫାଟ। ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହେଲା ଭଳି ସ୍ଥିତି ଆସି ଯାଇଥିଲା। ତେବେ ଏଥିରୁ ଦୁହିଁଙ୍କୁ ଉଦ୍ଧାର କରି ଥିଲେ ବଲିଉଡ୍‌ର ଦବଙ୍ଗ ଖାନ୍ ସଲମାନ। ସେ ବଞ୍ଚାଇ ଦେଇଥିଲେ ଦୁହିଁଙ୍କ ସଂପର୍କକୁ।

ଅନୁଷ୍କା-ବିରାଟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି ସେତେବେଳେ ଜଣାପଡ଼ିଲା ଯେତେବେଳେ ଦୁହେଁ ପରସ୍ପରକୁ ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍‌ଫୋଲୋ କରି ଦେଇଥିଲେ। ବିରାଟ ଶୀଘ୍ର ବାହା ହେବାକୁ ଚାହୁଁଥିଲେ। କିନ୍ତୁ ଅନୁଷ୍କା କ୍ୟାରିୟର ଉପରେ ଫୋକସ୍ କରିବାକୁ ଚାହୁଁଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ସଂପର୍କ ଖଟା ହୋଇଥିଲା। ପୁଣି ସେହି ସମୟରେ ଅନୁଷ୍କା ‘ସୁଲତାନ’ ଫିଲ୍ମ ସାଇନ୍ କରିଥିଲେ। ଏହା ବି କୁହାଯାଏ ଯେ ବିରାଟ ଚାହୁଁ ନଥିଲେ ଅନୁଷ୍କା ସଲମାନଙ୍କ ସହ ସେହି ଫିଲ୍ମରେ ଅଭିନୟ କରନ୍ତୁ। କିନ୍ତୁ ପରେ ସଲମାନ ସେମାନଙ୍କ ମଧ୍ୟରେ ପ୍ୟାଚ୍‌ଅପ୍ କରିଥିଲେ। ଦୁହେଁ ସଲମାନଙ୍କ ଘରକୁ ଯାଇଥିଲେ। ସେଠାରେ ସଲମାନ ଉଭୟଙ୍କ ସହ ଆଲୋଚନା କରି ଥିଲେ ଓ ସେମାନଙ୍କ ମଧ୍ୟରେ ଦେଖାଯାଇଥିବା ମତାନ୍ତରକୁ ଦୂର କରିଥିଲେ।

Related story