‘ରେସ୍‌-୩’ରୁ ଜନ୍‌ ଆଉଟ୍‌ ସଲମାନ ଇନ୍‌: ଲାଭର ୭୦ ପ୍ରତିଶତ ଦାବି କଲେ ଭାଇଜାନ୍‌

ମୁମ୍ବାଇ: ‘ରେସ୍‌-୩’ ପାଇଁ ଭାଇଜାନ ସଲମାନଙ୍କୁ ସାଇନ୍‌ କରାଯାଇଛି। ‘ରେସ୍‌’ ସିରିଜରୁ ଜନ୍‌ ଇବ୍ରାହିମଙ୍କୁ ହଟାଯିବା ପରେ ସେ ଏହି ଫିଲ୍ମ ପାଇଁ ସାଇନ କରିଛନ୍ତି। ଏଥିରେ ସେ ଖଳନାୟକ ଭୂମିକାରେ ଆସିବେ। ତେବେ ଫିଲ୍‌ରେ ସାଇନ୍‌ କରିବା ପୂର୍ବରୁ ଜନ୍‌ଙ୍କୁ ଆଉଟ୍‌ କରିବାକୁ ସେ ସର୍ତ୍ତ ରଖିଥିଲେ। ଏବେ ତାଙ୍କର ଆଉ ଏକ ଦାବିକୁ ନେଇ ‘ରେସ-୩’ ଚର୍ଚ୍ଚାକୁ ଆସିଛି। ଫିଲ୍ମ ଯାହା ଲାଭ କରିବ ସେଥିରୁ ୭୦ ପ୍ରତିଶତ ନେବାକୁ ସଲମାନ ଦାବି କରିଛନ୍ତି। […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 06:28 PM IST

ମୁମ୍ବାଇ: ‘ରେସ୍‌-୩’ ପାଇଁ ଭାଇଜାନ ସଲମାନଙ୍କୁ ସାଇନ୍‌ କରାଯାଇଛି। ‘ରେସ୍‌’ ସିରିଜରୁ ଜନ୍‌ ଇବ୍ରାହିମଙ୍କୁ ହଟାଯିବା ପରେ ସେ ଏହି ଫିଲ୍ମ ପାଇଁ ସାଇନ କରିଛନ୍ତି। ଏଥିରେ ସେ ଖଳନାୟକ ଭୂମିକାରେ ଆସିବେ। ତେବେ ଫିଲ୍‌ରେ ସାଇନ୍‌ କରିବା ପୂର୍ବରୁ ଜନ୍‌ଙ୍କୁ ଆଉଟ୍‌ କରିବାକୁ ସେ ସର୍ତ୍ତ ରଖିଥିଲେ। ଏବେ ତାଙ୍କର ଆଉ ଏକ ଦାବିକୁ ନେଇ ‘ରେସ-୩’ ଚର୍ଚ୍ଚାକୁ ଆସିଛି। ଫିଲ୍ମ ଯାହା ଲାଭ କରିବ ସେଥିରୁ ୭୦ ପ୍ରତିଶତ ନେବାକୁ ସଲମାନ ଦାବି କରିଛନ୍ତି।

ଫିଲ୍ମର ଲାଭରୁ କଳାକାର ଭାଗ ନେବା କିଛି ନୂଆ କଥା ନୁହେଁ। ପୂର୍ବରୁ କିଛି କଳାକାର ଫିଲ୍ମ ଲାଭର ୫୦ ପ୍ରତିଶତ ପର୍ଯ୍ୟନ୍ତ ନେଇଛନ୍ତି। ଫିଲ୍ମ ଭଲ ରୋଜଗାର କଲେ ଏପରି ଦାବି କରାଯିବ କିଛି ଭୁଲ ନୁହେଁ ବୋଲି ମଧ୍ୟ କୁହାଯାଉଛି। ତେବେ ସଲମାନ ଯେଉଁ ୭୦ ପ୍ରତିଶତ ଲାଭ ମାଗୁଛନ୍ତି ତାହା ବହୁତ ହୋଇଯାଉଛି। ଏପରି ସ୍ଥଳେ ପ୍ରଡ୍ୟୁସର ଏହାକୁ କେତେଦୂର ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା।

Related story