ନୂଆ ଅନ୍ଦାଜରେ ସଲମାନ୍‌: ‘ରେସ୍-୩’ରେ ଏମିତି ଦିଶିବେ ଭାଇଜାନ୍‌

ମୁମ୍ବଇ: ଆସୁଛି ସଲମାନ୍‌ ଖାନ୍‌ଙ୍କ ‘ରେସ୍‌ ୩’। ସଲ୍ଲୁ ଭାଇ ଏଥିରେ ନୂଆ ଅନ୍ଦାଜରେ ଆସୁଛନ୍ତି । କୁହାଯାଉଛି କୁଆଡେ ଭାଇଜାନ୍‌ ଏଥିରେ ନେଗେଟିଭ୍‌ ରୋଲ୍‌ରେ ସାମ୍ନାକୁ ଆସୁଛନ୍ତି। ଏ ନେଇ ନିଜ ଟୁଇଟର ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। କଳାକୋର୍ଟ ପରିହିତ ସଲମନ୍‌ଙ୍କ ଛାତିରେ ଲାଗିଛି ଏକ ବ୍ରୋଚ୍ ଓ ହାତରେ ରହିଛି ରିଭରବରର । କହାକୁ ନିଶାନା କରି ବନ୍ଧୁକ ଉଠାଇଥିବର ଏ ଫଟୋର କ୍ୟାପସନ୍‌ ରହିଛି ‘ରେସ୍-୩ ବିଗିନ୍ସ୍’। କିଛି ଦିନ […]

salman

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 07:28 PM IST

ମୁମ୍ବଇ: ଆସୁଛି ସଲମାନ୍‌ ଖାନ୍‌ଙ୍କ ‘ରେସ୍‌ ୩’। ସଲ୍ଲୁ ଭାଇ ଏଥିରେ ନୂଆ ଅନ୍ଦାଜରେ ଆସୁଛନ୍ତି । କୁହାଯାଉଛି କୁଆଡେ ଭାଇଜାନ୍‌ ଏଥିରେ ନେଗେଟିଭ୍‌ ରୋଲ୍‌ରେ ସାମ୍ନାକୁ ଆସୁଛନ୍ତି। ଏ ନେଇ ନିଜ ଟୁଇଟର ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। କଳାକୋର୍ଟ ପରିହିତ ସଲମନ୍‌ଙ୍କ ଛାତିରେ ଲାଗିଛି ଏକ ବ୍ରୋଚ୍ ଓ ହାତରେ ରହିଛି ରିଭରବରର । କହାକୁ ନିଶାନା କରି ବନ୍ଧୁକ ଉଠାଇଥିବର ଏ ଫଟୋର କ୍ୟାପସନ୍‌ ରହିଛି ‘ରେସ୍-୩ ବିଗିନ୍ସ୍’।

କିଛି ଦିନ ପୂର୍ବରୁ ସଲମାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର ସୁଟିଂ ସରିଯାଇଛି ବୋଲି ଲେଖି ଏକ ଫଟୋ ଟ୍ୱିଟର୍‌ରେ ପୋଷ୍ଟ କରିଥିଲେ। ଏଥିରେ ସେ ରେସ୍-୩ର ସୁଟିଂ ଆରମ୍ଭ ହୋଇଯାଇଛି ବୋଲି ମଧ୍ୟ ଲେଖିଥିଲେ।

ଏଥିରୁ ଜଣାପଡ଼ୁଛି ସଲମାନ୍ ‘ଟାଇଗର ଜିନ୍ଦା ହୈ’ର ସୁଟିଂ ସାରିବା ପରେ କୌଣସି ବ୍ରେକ୍ ନ ନେଇ ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିସାରିଛନ୍ତି। ରେସ୍-୩ର ନିର୍ଦ୍ଦେଶନା ରେମୋ ଡିସୁଜା କରୁଛନ୍ତି। ଏଥିରେ ସଲମାନଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାନଡିଜ୍ ମଧ୍ୟ ନଜର ଆସିବେ। ଏହାପୂର୍ବରୁ ସେ ରେସ୍-୨ରେ ନିଜର ଜଲୱା ଦେଖାଇସାରିଛନ୍ତି। ଜ୍ୟାକଲିନ୍‌ଙ୍କ ବ୍ୟତୀତ ଫିଲ୍ମରେ ବବି ଦେୱଲ୍, ଡେଜି ସାହ ଓ ସାକିବ୍ ସଲିମ୍ ନଜର ଆସିବେ। ସବୁଠୁ ମଜାର କଥା ହେଉଛି, ଫିଲ୍ମଟି ଆସନ୍ତା ଇଦ୍‌ରେ ଐଶ୍ୱରୀୟା ରାୟ ଓ ଅନିଲ୍ କପୁରଙ୍କ ଫିଲ୍ମ ‘ଫନ୍ନେ ଖାନ୍’କୁ ଟକ୍କର ଦେବ।

Related story