ଏହି ନାୟିକାମାନେ ଉଭୟ ବାପ-ପୁଅଙ୍କ ସହ କରିଛନ୍ତି ରୋମାନ୍ସ

ମୁମ୍ବାଇ: ବଲିଡ୍‌ରେ ନାୟିକାଙ୍କ ତୁଳନାରେ ନାୟକଙ୍କ କ୍ୟାରିଅର ବେଶ୍ ଲମ୍ବା ହୋଇଥାଏ। ଏମିତି କି ଜଣେ ଜଣେ ଅଭିନେତା ୨୦ରୁ  ଅଧିକ ବର୍ଷ ଧରି  ହିରୋ ଭାବେ ଅଭିନୟ କରିଛନ୍ତି। ସେ ପୁଣି ନିଜ ବୟସଠୁ ଅଧା ବୟସ କମ୍‌ ଅଭିନେତ୍ରୀଙ୍କ ସହ। ଅନେକଥର ଏମିତି ବି ହୋଇଛି ବାପା ଓ ପୁଅ ଦୁହେଁ ହିରୋ ଭାବେ ଗୋଟିଏ ହିରୋଇନ୍‌ ସହ ରୋମାନ୍ସ କରିଛନ୍ତି ।  ଖାସ୍‌ କରି ସନି ଦେୱଲ ଓ ଧର୍ମେନ୍ଦ୍ର ଦୀର୍ଘ ସମୟ […]

romance copy

romance copy

Ordigital Desk
  • Published: Saturday, 02 December 2017
  • Updated: 02 December 2017, 02:20 PM IST

Sports

Latest News

ମୁମ୍ବାଇ: ବଲିଡ୍‌ରେ ନାୟିକାଙ୍କ ତୁଳନାରେ ନାୟକଙ୍କ କ୍ୟାରିଅର ବେଶ୍ ଲମ୍ବା ହୋଇଥାଏ। ଏମିତି କି ଜଣେ ଜଣେ ଅଭିନେତା ୨୦ରୁ  ଅଧିକ ବର୍ଷ ଧରି  ହିରୋ ଭାବେ ଅଭିନୟ କରିଛନ୍ତି। ସେ ପୁଣି ନିଜ ବୟସଠୁ ଅଧା ବୟସ କମ୍‌ ଅଭିନେତ୍ରୀଙ୍କ ସହ। ଅନେକଥର ଏମିତି ବି ହୋଇଛି ବାପା ଓ ପୁଅ ଦୁହେଁ ହିରୋ ଭାବେ ଗୋଟିଏ ହିରୋଇନ୍‌ ସହ ରୋମାନ୍ସ କରିଛନ୍ତି ।  ଖାସ୍‌ କରି ସନି ଦେୱଲ ଓ ଧର୍ମେନ୍ଦ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ହିରୋଇନ୍‌ମାନଙ୍କ ସହ ଅଭିନୟ କରିଛନ୍ତି। ଏମିତି ହୋଇଛି ସନିଙ୍କ ସମୟରେ ଧର୍ମେନ୍ଦ୍ର ହିରୋ ଭାବେ  ଅଭିନୟ କରି ସନିଙ୍କ ଠାରୁ ଅଧିକ ଟଙ୍କା ନେଇଥାଆନ୍ତି।

ଏମାନଙ୍କ ତୁଳନାରେ ହିରୋଇନ୍‌ଙ୍କ କ୍ୟାରିଅର ଖୁବ୍‌ କମ୍‌ ହୋଇଥାଏ। କିନ୍ତୁ ହିରୋଙ୍କ ପରି ଏମିତି କିଛି ହିରୋଇନ୍‌ ଅଛନ୍ତି ଯେଉଁମାନେ ବାପା ଓ ପୁଅ ଦୁହିଁଙ୍କ ସହ ରୋମାନ୍ସ କରିବାର ନଜର ଆସିଛନ୍ତି।

madhuri

ମାଧୁରୀ ଦିକ୍ଷୀତ-  ଫିଲ୍ମ ‘ଦୟାବାନ’ରେ ମାଧୁରୀ ଦିକ୍ଷୀତ ବିନୋଦ ଖନ୍ନାଙ୍କ ସହ ରୋମାନ୍ସ କରିଥିଲେ। ସେହି ଫିଲ୍ମରେ ମାଧୁରୀ ଓ ବିନୋଦଙ୍କ ମଧ୍ୟରେ  ହୋଇଥିବା ହଟ୍‌ କିସ୍‌ ଖୁବ୍‌ ଚର୍ଚ୍ଚିତ ହୋଇ ଥିଲା। ଅନ୍ୟପଟେ  ମାଧୁରୀ  ଫିଲ୍ମ ‘ମହୋବତ୍‌’ରେ ସେ ବିନୋଦଙ୍କ ପୁଅ ଅକ୍ଷୟ ଖନ୍ନାଙ୍କ ସହ ମଧ୍ୟ  ଅଭିନୟ କରିଥିଲେ।

ଡିମ୍ପଲ କପାଡିଆ- ଡିମ୍ପଲ କପାଡିଆଙ୍କ ନାଁରେ ଅନେକ୍ ବଡ ବଡ ରେକର୍ଡ। ସେ ଧର୍ମେନ୍ଦ୍ର ଓ ସନ୍ନିଙ୍କ ସହ ଅଭିନୟ କରିବା ସହ ବିନୋଦ ଓ ଅକ୍ଷୟଙ୍କ ସହ ମଧ୍ୟ ସ୍କ୍ରିନ୍‌ ସେୟାର କରିଛନ୍ତି। ଡିମ୍ପଲ ଧର୍ମେନ୍ଦ୍ରଙ୍କ ସହ ‘ବଟୱାରା’ ଓ ‘ସେହେଜାଦେ’ ଭଳି ଫିଲ୍ମ କରିଛନ୍ତି।  ସନିଙ୍କ ସହ ସେ ‘ଅର୍ଜୁନ୍‌’, ‘ଗୁନ୍‌ହା’, ‘ଆଗ୍‌ କା ଗୋଲା ଭଳି ଫିଲ୍ମରେ ନଜର ଆସିଛନ୍ତି। ଡିମ୍ପଲ ମଧ୍ୟ ବିନୋଦ ଖାନ୍ନାଙ୍କ ସହ ‘ଖୁନ୍‌ କା କର୍ଜ’, ‘ଇନ୍‌ସାଫ’ ଭଳି ଚଳଚ୍ଚିତ୍ରରେ ରୋମାଣ୍ଟିକ୍‌ ସିନ୍‌ କରିଛନ୍ତି। ଯେଉଁଥିରେ ଜଣେ କମ୍‌ ବୟସର ମହିଳା ଅଧିକ ବର୍ଷର ପୁରୁଷଙ୍କ ପ୍ରତି କେମିତି ଆକର୍ଷିତ ହୋଇଛନ୍ତି ତାହା ଦର୍ଶାଯାଇଥିଲା।

ହେମାମାଳିନୀ- ହେମାମାଳିନୀଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ‘ସପ୍ନୋ କା ସୌଦାଗର’। ସେଥିରେ ସେ ରାଜ କପୁରଙ୍କ ନାୟିକା ଥିଲେ। ଏହା ପରେ ହେମା ରାଜ କପୁରଙ୍କ ପୁଅ ରଣଧିର କପୁରଙ୍କ ସହ ‘ହାଥ କି ସଫାଇ’ରେ ଅଭିନୟ କରିଥିଲେ। ରାଜ କପୁରଙ୍କ ମଝିଆ ପୁଅ ରିଶି କପୁରଙ୍କ ସହ ମଧ୍ୟ ସେ ‘ଏକ ଚାଦର ମୈଲି ସି’ ଫିଲ୍ମରେ ନଜର ଆସିଛନ୍ତି।

sridevi

ଶ୍ରୀଦେବୀ- ଶ୍ରୀଦେବୀ, ଧର୍ମେନ୍ଦ୍ର ଓ ସନ୍ନିଦେୱଲ ଦୁହିଁଙ୍କ ସହ ଅଭିନୟ କରିଥିଲେ। ଧର୍ମେନ୍ଦ୍ରଙ୍କ ସହ ସେ  ‘ନାକାବନ୍ଦୀ’ରେ ଅଭିନୟ କରିଥିଲେ। ସନିଙ୍କ ସହ ସେ  ‘ଚାଲବାଜ’ ଓ ‘ନିଗାହୈଁ’  ଭଳି ଫିଲ୍ମରେ ନଜର ଆସିଛନ୍ତି।

Amrita-Singh

ଅମ୍ରିତା ସିଂ- ଅମ୍ରିତା ସିଂ ‘ବେତାବ’ରେ ସନ୍ନିଙ୍କ ବିପକ୍ଷରେ ଅଭିନୟ କରିଥିଲେ। କେହି ଭାବି ନ ଥିଲେ ପରେ ସେ ଧର୍ମେନ୍ଦ୍ରଙ୍କ ଅଭିନୟ କରିବେ ବୋଲି। କିନ୍ତୁ ଫିଲ୍ମ ‘ସଚ୍ଚାଇ କି ତାକତ’ରେ ଧର୍ମେନ୍ଦ୍ରଙ୍କ ହିରୋଇନ୍‌ ଭାବେ ନଜର ଆସିଥିଲେ।

ଜୟା ପ୍ରଦା- ଜୟା ପ୍ରଦା ଧର୍ମେନ୍ଦ୍ରଙ୍କ ସହ ‘ଗଙ୍ଗା ତେରି ଦେଶ ମୈ’, ‘କୁନ୍ଦନ’, ‘କୟାମତ’ ଓ ‘ଫରିସ୍ତେ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ଅନ୍ୟପଟେ ସନି ଦେୱଲଙ୍କ ସହ ‘ବିରତା’ ଓ ‘ଜବରଦସ୍ତ’ରେ ଜୟା ତାଙ୍କ ହିରୋଇନ୍‌ ଭାବେ ନଜର ଆସିଥିଲେ।

shilpa-shetty

ଶିଳ୍ପା ସେଟ୍ଟୀ- ଫିଲ୍ମ ‘ଲାଲ ବାଦ୍‌ଶହା’ରେ ଶିଳ୍ପା ସେଟ୍ଟୀ ଅମିତାଭ ବଚ୍ଚନଙ୍କ ନାୟିକା ଭେବେ ଅଭିନୟ କରିଥିରଲେ।ଅଭିଷେକଙ୍କ ସହ ଶିଳ୍ପା  ‘ଫିଲ୍ ମିଲେଙ୍ଗେ’ରେ ଅଭିନୟ କରିଥିଲେ। ସେ ତାଙ୍କ ମୁଖ୍ୟ ନାୟିକା ହୋଇ ନ ଥିଲେ ବି ଅନେକ ଦୃଶ୍ୟରେ ଦୁହିଁଙ୍କ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା।

aish

ଐଶ୍ୱର୍ଯ୍ୟା ରାୟ ବଚ୍ଚନ- ଐଶ୍ୱର୍ଯ୍ୟା ଅଭିଷେକଙ୍କ ସହ ‘କୁଛ ନା କହୋ’, ‘ଗୁରୁ’ ଓ ‘ବଣ୍ଟି ଓର ବବଲୀ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ସେ ଅମିତାଭ ବଚ୍ଚନଙ୍କ ସହ ମଧ୍ୟ ଅନେକ ଫିଲ୍ମ କରିଛନ୍ତି। ତାଙ୍କ ନାୟିକା ଭାବେ ନହେଲେବି ତାଙ୍କ ସହ ‘କଜରା’ ଗୀତରେ ଠୁମ୍‌କା ଲଗେଇବା ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos