ଝିଅର ଗୋଡ଼ ଭାଙ୍ଗି ଦେବାକୁ ଚାହୁଁଥିଲେ ସଞ୍ଜୟ; କିନ୍ତୁ କାହିଁକି ଏତେ ରାଗ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଝିଅ ତ୍ରିଶାଳାଙ୍କ ଗୋଡ଼ ଭାଙ୍ଗି ଦେବାକୁ ଚାହୁଁଥିଲେ। ସଞ୍ଜୟ ନିଜେ ଏ କଥା କହିଛନ୍ତି? କିନ୍ତୁ କାହିଁକି ତାଙ୍କ ମନରେ ଆସିଲା ଏ ଅଦ୍ଭୁତ ଭାବନା? କାରଣ ତ୍ରିଶାଳା ଅଭିନେତ୍ରୀ ହେବାକୁ ଚାହୁଁଥିଲେ। ଆଉ ସଞ୍ଜୟ ଏହା ଚାହୁଁ ନ ଥିଲେ। ତାଙ୍କ କହିବା ହେଲା,“କଳାକାର ହେବା ଏତେ ସହଜ ନୁହେଁ। ଏହା କେବଳ ସହଜ ଓ ଚକ୍‌ଚକ୍‌ ଦେଖାଯାଏ। ପିନ୍ତୁ ବାସ୍ତବରେ ଏହା ଏକ କଠିନ କାମ।” […]

sanjay

Rakesh Mallick
  • Published: Sunday, 05 March 2017
  • , Updated: 05 March 2017, 10:36 AM IST

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଝିଅ ତ୍ରିଶାଳାଙ୍କ ଗୋଡ଼ ଭାଙ୍ଗି ଦେବାକୁ ଚାହୁଁଥିଲେ। ସଞ୍ଜୟ ନିଜେ ଏ କଥା କହିଛନ୍ତି? କିନ୍ତୁ କାହିଁକି ତାଙ୍କ ମନରେ ଆସିଲା ଏ ଅଦ୍ଭୁତ ଭାବନା? କାରଣ ତ୍ରିଶାଳା ଅଭିନେତ୍ରୀ ହେବାକୁ ଚାହୁଁଥିଲେ। ଆଉ ସଞ୍ଜୟ ଏହା ଚାହୁଁ ନ ଥିଲେ। ତାଙ୍କ କହିବା ହେଲା,“କଳାକାର ହେବା ଏତେ ସହଜ ନୁହେଁ। ଏହା କେବଳ ସହଜ ଓ ଚକ୍‌ଚକ୍‌ ଦେଖାଯାଏ। ପିନ୍ତୁ ବାସ୍ତବରେ ଏହା ଏକ କଠିନ କାମ।”

ସଞ୍ଜୟଙ୍କ ଇଚ୍ଛା ଥିଲା ତ୍ରିଶାଳା ଯେଉଁଥିରେ ପାଠ ପଢୁଛନ୍ତି ସେଥିରେ କିଛି କରି ଦେଖାନ୍ତୁ। ସେ କହିଛନ୍ତି,“ମୁଁ ତାକୁ ଏକ ବଢ଼ିଆ କଲେଜରେ ପଢ଼ାଇ ଥିଲା। କ୍ରିମିନାଲ୍ କଲେଜ୍ ଅଫ୍ ଜଷ୍ଟିସ୍‌ କଲେଜରେ ସେ ପଢୁଥିଲା। ଏଥିପାଇଁ ସେ ଖୁବ୍ ପରିଶ୍ରମ କରିଥିଲା ଓ ଭଲ ରେଜଲ୍ଟ ମଧ୍ୟ କରିଛି। ଫୋରେନ୍‌ସିକ୍ ସାଇନ୍ସରେ ସେ ଡିଗ୍ରୀ ହାସଲ କରିଛି। ଏବେ ସେ ଆମେରିକାର ଏଫ୍‌ବିଆଇରେ କାମ କରୁଛି ଓ ତା’ସହିତ ଫେସନ୍ ଡିଜାଇନିଂର କୋର୍ସ ବି କରୁଛି।”

ସଞ୍ଜୟ ଏବେ ନିର୍ଦ୍ଦେଶକ ଉମଙ୍ଗ କୁମାରଙ୍କ ଫିଲ୍ମ ‘ଭୂମି’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ବାପ-ଝିଅଙ୍କ ସଂପର୍କ ଉପରେ ଏ ଫିଲ୍ମଟି ଆଧାରିତ। ଏଥିରେ ତାଙ୍କ ଝିଅ ଭୂମିକାରେ ଅଛନ୍ତି ଅଦିତି ରାଓ ହୈଦରୀ।

Related story