ନିଜ ସିକ୍ରେଟ୍ ନିଜେ ଖୋଲିଲେ ସଞ୍ଜୟ; ଏକ ସମୟରେ ତିନି ଜଣଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ

ମୁମ୍ବାଇ: ଆଗାମୀ ଫିଲ୍ମ ‘ଭୂମି’ ପାଇଁ ଏବେ ଭାରି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ। ଫିଲ୍ମର ପ୍ରମୋସନ ଜୋରସୋରରେ ଚାଲିଛି। ଏଥିପାଇଁ ସଞ୍ଜୟ ନିଜେ ବି ବହୁତ ବ୍ୟସ୍ତ ରହୁଛନ୍ତି। ନିକଟରେ ‘ଭୂମି’ର ପ୍ରମୋସନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ନିଜର ସିକ୍ରେଟ୍ ରିଲେସନ୍‌ସିପ୍‌କୁ ନେଇ ଅନେକ ଗୁଡ଼ିଏ ଖୁଲାସା କରିଥିଲେ। ସଞ୍ଜୁ ବାବା କହିଥିଲେ ଯେ ଏକ ସମୟରେ ସେ ତିନି ଜଣଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। ସେମାନଙ୍କ ମଧ୍ୟରୁ କେହି […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 10:25 AM IST

ମୁମ୍ବାଇ: ଆଗାମୀ ଫିଲ୍ମ ‘ଭୂମି’ ପାଇଁ ଏବେ ଭାରି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ। ଫିଲ୍ମର ପ୍ରମୋସନ ଜୋରସୋରରେ ଚାଲିଛି। ଏଥିପାଇଁ ସଞ୍ଜୟ ନିଜେ ବି ବହୁତ ବ୍ୟସ୍ତ ରହୁଛନ୍ତି। ନିକଟରେ ‘ଭୂମି’ର ପ୍ରମୋସନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ନିଜର ସିକ୍ରେଟ୍ ରିଲେସନ୍‌ସିପ୍‌କୁ ନେଇ ଅନେକ ଗୁଡ଼ିଏ ଖୁଲାସା କରିଥିଲେ। ସଞ୍ଜୁ ବାବା କହିଥିଲେ ଯେ ଏକ ସମୟରେ ସେ ତିନି ଜଣଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। ସେମାନଙ୍କ ମଧ୍ୟରୁ କେହି ଏ ବିଷୟରେ ଜାଣି ନଥିଲେ। ତେବେ ସେ ସେମାନଙ୍କ ନାଁ କହି ନାହାନ୍ତି।

ସେ ସ୍ୱୀକାର କରିଥିଲେ ଯେ ଏକଦା ତାଙ୍କ ଜୀବନରେ ସେକ୍ସ ଓ ଡ୍ରଗ୍ସ ସାମିଲ ଥିଲା। ଯୁବାବସ୍ଥାରେ ସେ ଯାହା ଇଚ୍ଛା ହେଉ ଥିଲା ତାହା କରୁଥିଲେ। ତେବେ ଯୁବାବସ୍ଥାରେ ବୁଦ୍ଧିର ପ୍ରୟୋଗ ବି କରିବା ଉଚିତ ବୋଲି ସେ କହିଥିଲେ।

ସଞ୍ଜୟ କହିଥିଲେ ଯେ କଲେଜ ସମୟରେ ସେ ଡ୍ରଗ୍ସ ସେବନ କରୁଥିଲେ। ଏଥିରୁ ମୁକ୍ତ ହେବାକୁ ତାଙ୍କୁ ୧୦ ବର୍ଷ ଲାଗି ଯାଇଥିଲା। ପରିବାର ଓ କାମଠାରୁ ବଡ଼ କିଛି ନାହିଁ ବୋଲି ସେ କହିଥିଲେ।

‘ଭୂମି’ର ନିର୍ଦ୍ଦେଶନା ଦେଇଛନ୍ତି ଉମଙ୍ଗ କୁମାର। ଏଥିରେ ସଞ୍ଜୟଙ୍କ ସହ ଆଦିତି ରାଓ ହଇଦରି ମୁଖ୍ୟ ଭୂମିକାରେ ଅଛନ୍ତି।

Related story