୨୫ ବର୍ଷ ପରେ ପୁଣି ପରଦାକୁ ଆସିବେ ସଞ୍ଜୟ-ଶ୍ରୀଦେବୀ

ମୁମ୍ବାଇ: ୯୦ ଦଶକର ସୁରପହିଟ୍‌ ଯୋଡ଼ି ସଞ୍ଜୟ ଦତ୍ତ ଓ ଶ୍ରୀଦେବୀ ପୁଣି ଏକାଠି ଆସୁଛନ୍ତି ସୁନେଲୀ ପରଦାକୁ। ୧୯୯୩ରେ ଶେଷଥର ପାଇଁ ‘ଗୁମରାହ’ ଫିଲ୍ମରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ୨୫ ବର୍ଷର ଦୀର୍ଘ ବ୍ୟବଧାନ ପରେ ଏବେ ପୁଣି ଥରେ ଉଭୟଙ୍କୁ ଦେଖିବାକୁ ମିଳିବ।  ଶୁଣିବାକୁ ମିଳୁଛି  ନିର୍ଦ୍ଦେଶକ ଅଭିଷେକ ବର୍ମନ ତାଙ୍କ ଅପକମିଂ ଫିଲ୍ମ ପାଇଁ ଉଭୟଙ୍କୁ ସାଇନ କରାଇଛନ୍ତି। ତେବେ ଏ ନେଇ ଦୁହିଁଙ୍କର କିଛି ପ୍ରତିକ୍ରିୟା ମିଳିପାରି ନାହିଁ । ଫିଲ୍ମରେ […]

shridevi

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 03:34 PM IST

ମୁମ୍ବାଇ: ୯୦ ଦଶକର ସୁରପହିଟ୍‌ ଯୋଡ଼ି ସଞ୍ଜୟ ଦତ୍ତ ଓ ଶ୍ରୀଦେବୀ ପୁଣି ଏକାଠି ଆସୁଛନ୍ତି ସୁନେଲୀ ପରଦାକୁ। ୧୯୯୩ରେ ଶେଷଥର ପାଇଁ ‘ଗୁମରାହ’ ଫିଲ୍ମରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ୨୫ ବର୍ଷର ଦୀର୍ଘ ବ୍ୟବଧାନ ପରେ ଏବେ ପୁଣି ଥରେ ଉଭୟଙ୍କୁ ଦେଖିବାକୁ ମିଳିବ।  ଶୁଣିବାକୁ ମିଳୁଛି  ନିର୍ଦ୍ଦେଶକ ଅଭିଷେକ ବର୍ମନ ତାଙ୍କ ଅପକମିଂ ଫିଲ୍ମ ପାଇଁ ଉଭୟଙ୍କୁ ସାଇନ କରାଇଛନ୍ତି। ତେବେ ଏ ନେଇ ଦୁହିଁଙ୍କର କିଛି ପ୍ରତିକ୍ରିୟା ମିଳିପାରି ନାହିଁ ।

ଫିଲ୍ମରେ ସଞ୍ଜୟ ଏବଂ ଶ୍ରୀଦେବୀଙ୍କ ସହ ବରୁଣ ଧୱନ, ଆଲିଆ ଭଟ୍ଟ ଏବଂ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିବ। ବରୁଣ-ଆଲିଆଙ୍କ ଯୋଡ଼ି ବଲିଉଡରେ ସୁପରହିଟ୍‌ ହୋଇସାରିଛି। ତେବେ ବରୁଣ ସୋନାକ୍ଷୀଙ୍କ ଯୋଡିକୁ ଦର୍ଶକ ପ୍ରଥମ ଥର ପରଦାରେ ଦେଖିବେ। ଏବେ ନିର୍ଦ୍ଦେଶକ ଫିଲ୍ମଟିର ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି।

Related story