ବଲିଉଡର କରଣ-ଅର୍ଜୁନ: ପ୍ରେମ ଏମିତି ଯେ, ଏକ ଛୋଟିଆ ରୋଲ୍ ପାଇଁ ସଲ୍ଲୁଙ୍କୁ କାର୍ ଗିଫ୍ଟ ଦେଲେ କିଙ୍ଗ୍ ଖାନ୍

ନୂଆଦିଲ୍ଲୀ:ବଲିଉଡରେ କିଛି ନା କିଛି କାରଣରୁ ସବୁବେଳେ ଚର୍ଚ୍ଚା ଥାଆନ୍ତି କିଙ୍ଗ୍ ଖାନ୍ ଓ ଦବଙ୍ଗ୍ ଖାନ୍।  ଏ ଦୁହିଁଙ୍କ ଦୋସ୍ତି କାହାକୁ ଅଛପା ନୁହେଁ। ଏମାନଙ୍କୁ କେହି କେହି କହିଥାନ୍ତି ବଲିଉଡର କରଣ ଅର୍ଜୁନ। ବନ୍ଧୁତ୍ୱ ରକ୍ଷା ପାଇଁ ଏ ଦୁହେଁ ମଧ୍ୟ ସବୁକିଛି କରିବାକୁ ପ୍ରସ୍ତୁତ।

ନିକଟରେ ରିଲିଜ ହୋଇଥିବା ଫିଲ୍ମ ଟ୍ୟୁବଲାଇଟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଅର୍ଥାତ ସଲମାନଙ୍କ ଫିଲ୍ମର ପ୍ରମୋସନ୍ ପାଇଁ ଆଗେଇ ଆସିଥିଲେ ଶାହାରୁଖ କେବଳ ବନ୍ଧୁତ୍ୱ ଖାତିରରେ। ଏହାପରେ ପାଳି ସଲମାନଙ୍କ , ସେ ବା କାହିଁକି ବନ୍ଧୁ ଶାହାରୁଖଙ୍କ ପାଖରେ ଋଣି ହୋଇ ରହିବେ। ତେଣୁ ଶାହାରୁଖଙ୍କ ଆଗାମୀ ଫିଲ୍ମରେ ସେ ଏକ ଛୋଟ ଚରିତ୍ରରେ ନଜର ଆସିବେ। କଥା ସେଇଠି ସରିଲାନି , ସଲମାନ୍ ତାଙ୍କ ଫିଲ୍ମରେ ଅଭିନୟ କରିଥିବାରୁ, ଶହାରୁଖ ଏତେ ଖୁସି ହୋଇ ଯାଇଛନ୍ତି ଯେ, ତାଙ୍କ ପାଇଁ ଏକ ସର୍ପରାଇଜ ଗିଫ୍ଟ ଆଣିଥିଲେ। ସେହି ଗିଫ୍ଟ କଣ ତାହା ଆପଣ ଜାଣନ୍ତି କି , ତାହା ହେଉଛି ଏକ କାର।

ସମସ୍ତେ ଜାଣନ୍ତି ସଲମାନ ଖୁବ ବ୍ୟସ୍ତ। କିନ୍ତୁ ବ୍ୟସ୍ତତା ଭିତରୁ ବାହାରି ସେ ଶାହାରୁଖଙ୍କ ଫିଲ୍ମରେ ଅଭିନୟ କରିଥିବାରୁ କିଙ୍ଗ୍ ଖାନ୍ ସତରେ ଖୁସି ହୋଇ ଯାଇଥିଲେ। କୁହାଯାଉଛି, ସଲମାନ ତାଙ୍କ ଫିଲ୍ମର ଏକ ଗୀତରେ ନଜର ଆସିବେ। ସଲ୍ଲୁ ଯେତେବେଳେ ଫିଲ୍ମର ନିର୍ଦେଶକଙ୍କ ସହ ଷ୍ଟୁ଼ଡିଓରେ ବ୍ୟସ୍ତ ଥିଲେ, ସେତେବେଳେ ଶାହାରୁଖ ଗିଫ୍ଟ କାର୍ ଆଣି ସଲମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।  ବର୍ତ୍ତମାନ ସୁଦ୍ଧା ଏହା କେଉଁ ବ୍ରାଣ୍ଡର କାର ତାହା ଜଣାପଡ଼ି ନାହିଁ , କିନ୍ତୁ ସଲମାନ୍ ପୂରା ଖୁସ୍।