ସାମ୍ନାକୁ ଆସିଲା “ଶିବାୟ”ରେ ଦିଲ୍ଲୀପ-ସାୟାରାଙ୍କର ନାତୁଣୀ ସାୟେସାଙ୍କ ପ୍ରଥମ ଲୁକ୍

Sayeshaମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ “ଶିବାୟ”ର ଗୋଟିଏ ନୂଆ ପୋଷ୍ଟର ସାମ୍ନାକୁ ଆସିଛି ଯେଉଁଥିରେ ଫିଲ୍ମର ଲିଡିଙ୍ଗ୍ ଅଭିନେତ୍ରୀଙ୍କର ପ୍ରଥମ ଲୁକ୍ ପ୍ରଦର୍ଶିତ ହୋଇଛି। ଏହି ଫିଲ୍ମରେ ଦିଲ୍ଲୀପ କୁମାର ଓ ସାୟାରାବାନୁଙ୍କର ନାତୁଣୀ ସାୟେସା ସହଗଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଜୟ ଟ୍ୱିଟ୍ କରି ଏହି ଫିଲ୍ମର ନୂଆ ପୋଷ୍ଟର ସେୟାର କରି ଏହି ନୂଆ ଚେହେରାକୁ ଉପସ୍ଥାପନ କରିଛନ୍ତି। ଅଜୟ ଏହି ଆକ୍ସନ ଫିଲ୍ମର ଅଧିକାଂଶ ସୁଟିଂ ବୁଲଗେରିଆର ବରଫାବୃତ ଘାଟି ଅଞ୍ଚଳରେ କରିଛନ୍ତି।  ନିର୍ଦ୍ଦେଶକ ଭାବେ ଅଜୟଙ୍କର ଏହା ଦ୍ୱିତୀୟ ଫିଲ୍ମ। ଏହା ଆଗରୁ ମଧ୍ୟ ଏହି ଫିଲ୍ମର କିଛି ପୋଷ୍ଟର ରିଲିଜ୍ ହୋଇଥିଲା ଯେଉଁଥିରେ ତୋଫାନୀ ବରଫ ଓ ବରଫରେ ହାତରେ ତିଆରି ଓଲଟା ତ୍ରିଶୂଳ ଦେଖିବାକୁ ମିଳିଥିଲା। ଅଜୟ ଏହି ଫିଲ୍ମରେ ଭଗବାନ ଶିବଙ୍କ ଦ୍ୱାରା ପ୍ରେରିତ ଏକ ସଂରକ୍ଷକ, ପାଳକ ଓ ବିନାଶକାରୀ ଭୂମିକା ନିର୍ବାହ କରିଛନ୍ତି।

ଏହି ଫିଲ୍ମଟି ଆସନ୍ତା ଦିପାବଳୀରେ ରିଲିଜ୍ ହେବ।

ଆହୁରି ପଢ଼ନ୍ତୁ

ବାହାହେଲେ ଗୌତମ‌-ଉର୍ବଶୀ!

ଛୋଟ ପରଦାରେ ଡେବ୍ୟୁ କରିବେ ଇଶା

ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା

‘ଫେୟାର ଆଣ୍ଡ ଲଭଲି’କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା