’ସିକ୍ରେଟ୍ ଏଜେଣ୍ଟ୍’ ଲିସା

ମୁମ୍ବାଇ: ଗ୍ଲାମର କୁଇନ୍ ତଥା ବଲିଉଡ୍ ଅଭିନେତ୍ରୀ ଲିସା ରାୟଙ୍କୁ ଦେଖିବାକୁ ମିଳିବ ଏକ ଭିନ୍ନ ଅବତାରରେ। ଫିଲ୍ମ ’ଇସ୍କ ଫରଏଭର’ରେ ଜଣେ ସିକ୍ରେଟ୍ ଏଜେଣ୍ଟ ଭାବେ ରୋଲ ପ୍ଲେ କରିଛନ୍ତି ଲିସା। ସେ ଏହି ଚରିତ୍ରକୁ ନେଇ ବେଶ ଏକ୍ସସାଇଟେଡ୍ ଅଛନ୍ତି। କାରଣ ତାଙ୍କୁ କରିବାକୁ ପଡ଼ିଛି ଅନେକ ଷ୍ଟଣ୍ଟ। ସେଇଥି ପାଇଁ ତାଙ୍କୁ କିଛି ମାସ ନେବାକୁ ପଡ଼ିଛି କଡ଼ା ତାଲିମ। ମାଷ୍ଟର ସିଫୁଜିଙ୍କ ପାଖରେ ଚାଲିଛି ତାଙ୍କର ତାଲିମ୍। ନୂଆ ଧରଣର ଷ୍ଟଣ୍ଟସ୍ ସାଙ୍ଗକୁ ଲିସା ନିଜ ଆକଟିଂକୁ ନେଇ ବେଶ ଆଶାବାଦୀ ଅଛନ୍ତି। ଚଳିତ ବର୍ଷ ନଭେମ୍ବରରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ଦେଶବିଦେଶରେ ସୁଟିଂ ହେବା ସହ କେପଟାଉନ୍ ଓ ଦକ୍ଷିଣ ଆଫ୍ରିକାର ଲୋକେସନକୁ ବେଶୀ ଗୁରୁତ୍ବ ଦିଆଯାଇଛି। ଏହି ଫିଲ୍ମର ପ୍ରଯୋଜନା ଭାର ଅଜୟ ଶାହ, ହାରି ଗାନ୍ଧୀ ଓ ସବୀର ବକ୍ସୱାଲା ସମ୍ଭାଳିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି ସଞ୍ଜୟ ଡାଏମା।

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କ ଏଭଳି ଭିଡିଓ ଶେୟାର କଲେ ଫ୍ୟାନ୍, ଅଙ୍କିତା କହିଲେ ଡିଲିଟ୍ କର

ହିରୋଇନଙ୍କ ପରେ ଏବେ ହିରୋଙ୍କ ପାଳି!

ଅନୁରାଗଙ୍କ ଅଡ଼ୁଆ ବଢ଼ିଲା, ପାୟଲଙ୍କୁ ମିଳିଲା କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ

ଜେରା କରିବା ପରେ ଦସ୍ତଖତ ରଖିବାକୁ ଭୁଲିଗଲା ଏନସିବି

ଜାଭେଦ ଅଖତରଙ୍କୁ ଜବାବ ଦେଲେ କଙ୍ଗନା

ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା

ଲତାଙ୍କୁ ମାରିବାକୁ ବିଷ ଦିଆଯାଇଥିଲା

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ…

ସୁଶାନ୍ତଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ, ଡିସେମ୍ବରରେ ହେବ ରିଲିଜ୍

ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଶକ୍ତି ହେଲେ ଏନସିବି ଅଫିସର, ଏପଟେ ଶ୍ରଦ୍ଧାଙ୍କୁ ଜେରା

୬ ଘଣ୍ଟାର ଜେରା ପରେ ଘରକୁ ଫେରିଲେ ଦୀପିକା ପାଦୁକୋଣ, ସାରା ସିଗାରେଟ ଟାଣୁଥିବା କଥା ସ୍ୱୀକାର କଲେ

କୁନିଙ୍କୁ ସାହା ହେଲେ ସବ୍ୟସାଚୀ, ଏମ୍‌ସରେ ଆରମ୍ଭ ହେଲା ଚିକିତ୍ସା