ଟକ୍‌ ଟକ୍‌ ତାତିରେ କେମିତି ଦେଖା ଯାଆନ୍ତି ଚକ୍‌ ଚକ୍‌; ବଲିଉଡ୍‌ ବିୟୁଟିଙ୍କ ସମର୍‌ ସିକ୍ରେଟ୍‌

ମୁମ୍ବାଇ: ସବୁଋତୁ ଭଳି ବଲିଉଡ୍‌ ହିରୋଇନ୍‌ମାନେ ଖରା ଦିନରେ ମଧ୍ୟ  ଚମକିଥାନ୍ତି।  କୌଣସି ଋତୁରେ ମଧ୍ୟ ତାଙ୍କ ତ୍ୱଚାର ଚମକ କମ୍‌ ହୋଇ ନ ଥାଏ। ଆପଣ ତାଙ୍କ ଆଗରେ ମେକଅପ ନେଲେ ମଧ୍ୟ ଫିକା ପଡ଼ିଯାଇଥାନ୍ତି। ଆସନ୍ତୁ ଜାଣିବା  ଖରା ଦିନରେ ଏହି  ବଲିଉଡ ଅଭିନେତ୍ରୀମାନେ କ’ଣ  ଖାଆନ୍ତି, ଯାହାଫଳରେ ସେମାନେ ଏତେ  ସୁନ୍ଦର ଦେଖାଯାଇଥାନ୍ତି। କଟ୍ରିନା କୈଫ: ଖରାଦିନରେ ଅଧିକ ପାଣି ପିଅନ୍ତି ଓ ଫଳ ଖାଆନ୍ତି। କାଟ୍ରିନା କୁହନ୍ତି, ମୁଁ ଗରମ ଦିନରେ  […]

photo

Rakesh Mallick
  • Published: Saturday, 15 April 2017
  • , Updated: 01 May 2017, 08:22 PM IST

ମୁମ୍ବାଇ: ସବୁଋତୁ ଭଳି ବଲିଉଡ୍‌ ହିରୋଇନ୍‌ମାନେ ଖରା ଦିନରେ ମଧ୍ୟ  ଚମକିଥାନ୍ତି।  କୌଣସି ଋତୁରେ ମଧ୍ୟ ତାଙ୍କ ତ୍ୱଚାର ଚମକ କମ୍‌ ହୋଇ ନ ଥାଏ। ଆପଣ ତାଙ୍କ ଆଗରେ ମେକଅପ ନେଲେ ମଧ୍ୟ ଫିକା ପଡ଼ିଯାଇଥାନ୍ତି। ଆସନ୍ତୁ ଜାଣିବା  ଖରା ଦିନରେ ଏହି  ବଲିଉଡ ଅଭିନେତ୍ରୀମାନେ କ’ଣ  ଖାଆନ୍ତି, ଯାହାଫଳରେ ସେମାନେ ଏତେ  ସୁନ୍ଦର ଦେଖାଯାଇଥାନ୍ତି।

କଟ୍ରିନା କୈଫ: ଖରାଦିନରେ ଅଧିକ ପାଣି ପିଅନ୍ତି ଓ ଫଳ ଖାଆନ୍ତି। କାଟ୍ରିନା କୁହନ୍ତି, ମୁଁ ଗରମ ଦିନରେ  ଫଳ ଓ  କମ୍‌ ମସଲା ଯୁକ୍ତ  ଖାଦ୍ୟ ଖାଇବା ପାଇଁ  ପସନ୍ଦ କରିଥାଏ। ଆପଣ ବି  ତାହା ଖାଆନ୍ତୁ।

ଜାକଲିନ୍‌ ଫର୍ଣ୍ଣାଡିଜ୍: ହିନ୍ଦୁସ୍ଥାନରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା  ଜାକଲିନ୍‌ ଗରମ ଦିନରେ ସାଲାଡ୍‌ ଖାଇବାକୁ ପସନ୍ଦ କରିଥାନ୍ତି।  ତାଙ୍କର ଦିନ ଅମୃତଫଣ୍ଡା ଖାଇବାରୁ ଆରମ୍ଭ ହୋଇଥାଏ। ସେଥିପାଇଁ  ହଟ୍‌ ସିଜନରେ ତାଙ୍କର ହଟ୍‌ ଆନ୍ଦାଜ ଦେଖିବାକୁ ମିଳିଥାଏ।

ବିପାଶା ବସୁ: ବ୍ଲାକ୍ ବିୟୁଟି ବିପାଶା ବସୁ ଗରମ ଦିନରେ  ଲେମ୍ବୁ ଓ କମଳା ଜାତୀୟ ଖାଦ୍ୟ ଖାଇବାକୁ ଭଲପାଆନ୍ତି ନାହିଁ। ଗରମରେ ସେ ତରଭୁଜ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ସହ ଅଧିକ ପାଣି ପିଇଥାନ୍ତି।

ୟାମୀ ଗୌତମ: ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା  ଅଭିନେତ୍ରୀ ୟାମୀ ଗୌତମ  ଖରା ଦିନରେ ତରଭୁଜ ଓ ସାଲାଡ୍ ଖାଇବା ପାଇଁ ପସନ୍ଦ କରିଥାନ୍ତି, ଅଧିକ ପାଣି ପିଇଥାନ୍ତି।  ସେ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଉଥିଲେ ମଧ୍ୟ ସବୁବେଳେ ସୁନ୍ଦର ଦେଖା ଯାଇଥାନ୍ତି।

Related story