କୌଣସି ହିରୋଇନ୍‌ଙ୍କଠାରୁ କମ୍ ନୁହଁନ୍ତି ସଞ୍ଜୟଙ୍କ ଝିଅ, ଦେଖନ୍ତୁ ତାଙ୍କର କିଛି ଫଟୋ

ନୂଆଦିଲ୍ଲୀ: କିଛି ଦିନ ତଳେ ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଳା ତାଙ୍କ ଇନ୍‌ଷ୍ଟାଗ୍ରାମ ଏକାଉଣ୍ଟରେ ଗୋଟିଏ ଫଟୋ ସେୟାର କରିଥିଲେ। ଏହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ତାଙ୍କର ଏହି ଫଟୋକୁ ୧୨ ହଜାରରୁ ଅଧିକ ଲାଇକ୍ ମିଳିଥିଲା। ପୂର୍ବରୁ ତ୍ରିଶଳା ଖୁବ୍ ମୋଟା ଥିଲେ। କିନ୍ତୁ ଏଭିତରେ ସେ ୩୦ କେଜି ଓଜନ କମାଇ ଦେଇଥିବା କୁହାଯାଉଛି। ଏବେ ସେ ପୂରା ଫିଟ୍ ଦେଖାଯାଉଛନ୍ତି। ସେ ଗ୍ଲାମରସ୍ ବି ଦେଖାଯାଉଛନ୍ତି। ତ୍ରିଶଳା ହେଉଛନ୍ତି ସଞ୍ଜୟଙ୍କ […]

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 10:47 AM IST

ନୂଆଦିଲ୍ଲୀ: କିଛି ଦିନ ତଳେ ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଳା ତାଙ୍କ ଇନ୍‌ଷ୍ଟାଗ୍ରାମ ଏକାଉଣ୍ଟରେ ଗୋଟିଏ ଫଟୋ ସେୟାର କରିଥିଲେ। ଏହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ତାଙ୍କର ଏହି ଫଟୋକୁ ୧୨ ହଜାରରୁ ଅଧିକ ଲାଇକ୍ ମିଳିଥିଲା।

ପୂର୍ବରୁ ତ୍ରିଶଳା ଖୁବ୍ ମୋଟା ଥିଲେ। କିନ୍ତୁ ଏଭିତରେ ସେ ୩୦ କେଜି ଓଜନ କମାଇ ଦେଇଥିବା କୁହାଯାଉଛି। ଏବେ ସେ ପୂରା ଫିଟ୍ ଦେଖାଯାଉଛନ୍ତି। ସେ ଗ୍ଲାମରସ୍ ବି ଦେଖାଯାଉଛନ୍ତି।

ତ୍ରିଶଳା ହେଉଛନ୍ତି ସଞ୍ଜୟଙ୍କ ପ୍ରଥମ ପତ୍ନୀ ରିଚା ଶର୍ମାଙ୍କ ଝିଅ। ୧୯୯୬ରେ ଟ୍ୟୁମରରେ ରିଚାଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ତ୍ରିଶଳା ଖୁବ୍ ଛୋଟ ଥିଲେ।

ମା’ଙ୍କ ମୃତ୍ୟୁ ପରେ ତ୍ରିଶଳା ତାଙ୍କ ଆଈଙ୍କ ପାଖକୁ ଆମେରିକା ଚାଲି ଯାଇଥିଲେ। ତେବେ ସଞ୍ଜୟ ସବୁବେଳେ ତାଙ୍କୁ ଭେଟିବାକୁ ଯାଉଥିଲେ।

ତ୍ରିଶଳା ଏବେ ତାଙ୍କ ବାପାଙ୍କୁ ଭେଟିବାକୁ ଭାରତ ଆସନ୍ତି। ସେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଚାହୁଁଥିବା ଖବର ବରାବର ଗଣମାଧ୍ୟମରେ ଆସୁଛି।

ସଞ୍ଜୟ ମାନ୍ୟତାଙ୍କୁ ତୃତୀୟ ବିବାହ କରିବା ବେଳେ ତ୍ରିଶଳା ଅସନ୍ତୁଷ୍ଟ ଥିଲେ। ତେବେ ଏବେ ଉଭୟଙ୍କ ମଧ୍ୟରେ ସବୁ ଠିକ୍‌ଠାକ୍ ହୋଇଯାଇଥିବା ଜଣାପଡ଼ିଛି।

ସୌଜନ୍ୟ- ଆଜ୍‌ତକ୍‌

Related story