ସେଲିବ୍ରିଟିଙ୍କର ଭୟଙ୍କର ଫଟୋ: ଦେଖିଲେ ହସି ହସି ଗଡ଼ିଯିବେ

ମୁମ୍ୱାଇ: ବଲିଉଡର ଅଭିନେତ୍ରୀମାନେ ସେମାନଙ୍କର ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ସେମାନଙ୍କ ସୁନ୍ଦର ଚେହେରାକୁ କଏଦ କରିବା ପାଇଁ ଆମ କ୍ୟାମେରା ମ୍ୟାନ୍‌ମାନେ ମଧ୍ୟ ସବୁବେଳେ ସଜାଗ ରହିଥା’ନ୍ତି। ଆୱାର୍ଡ ଫଙ୍କସନ୍ ଆସିଲେ ସେଲିବ୍ରିଟିମାନଙ୍କର ଢେର ସାରା ଫଟୋ ଉଠାଯାଏ ଓ ସେହି  ଫଟୋ ଗୁଡ଼ିକ ଅନେକ ସମୟରେ ସୋସିଆଲ ମିଡିଆରେ ସୃଷ୍ଟି କରେ ଝଡ଼। କେବଳ ଯେ ସୁନ୍ଦର ଫଟୋ ତାହା ନୁହେଁ, ଷ୍ଟାରଙ୍କ ଅଜଣାତରେ କ୍ୟାମେରାମ୍ୟାନ ଉଠାଇଥିବା କିଛି ଫଟୋକୁ ନେଇ ମଧ୍ୟ […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 09:15 PM IST

ମୁମ୍ୱାଇ: ବଲିଉଡର ଅଭିନେତ୍ରୀମାନେ ସେମାନଙ୍କର ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ସେମାନଙ୍କ ସୁନ୍ଦର ଚେହେରାକୁ କଏଦ କରିବା ପାଇଁ ଆମ କ୍ୟାମେରା ମ୍ୟାନ୍‌ମାନେ ମଧ୍ୟ ସବୁବେଳେ ସଜାଗ ରହିଥା’ନ୍ତି। ଆୱାର୍ଡ ଫଙ୍କସନ୍ ଆସିଲେ ସେଲିବ୍ରିଟିମାନଙ୍କର ଢେର ସାରା ଫଟୋ ଉଠାଯାଏ ଓ ସେହି  ଫଟୋ ଗୁଡ଼ିକ ଅନେକ ସମୟରେ ସୋସିଆଲ ମିଡିଆରେ ସୃଷ୍ଟି କରେ ଝଡ଼। କେବଳ ଯେ ସୁନ୍ଦର ଫଟୋ ତାହା ନୁହେଁ, ଷ୍ଟାରଙ୍କ ଅଜଣାତରେ କ୍ୟାମେରାମ୍ୟାନ ଉଠାଇଥିବା କିଛି ଫଟୋକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହୁଏ। ଏବେ ନଜର ପକାନ୍ତୁ ସେଲିବ୍ରେଟି ମାନଙ୍କର କିଛି କ୍ୟାଣ୍ଡିଡ୍ ଫଟୋ, ଯାହାକୁ ଦେଖିବା ପରେ ଆପଣବି ନିଜ ହସ ଉପରେ ନିୟନ୍ତ୍ରଣ କରିପାରିବେ ନାହିଁ।

ଦୀପିକା ପାଦୁକୋନ ଓ ଜ୍ୟାକଲିନ୍

ନିଜ ଷ୍ଟାଇଲ୍‌ ପାଇଁ ଏହି ଦୁଇ ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ବିଭିନ୍ନ ସୋରେ ସୋ ଷ୍ଟପର ହୋଇଥିବା ଏହି ଅଭିନେତ୍ରୀ ଦ୍ୱୟଙ୍କର ଏମିତି ଫଟୋ ଆପଣ ବୋଧେ କମ୍ ଦେଖିଥିବେ।

କାଜଲ

ନିଜର ଶ୍ୟାମଳ ବର୍ଣ୍ଣ ସତ୍ତ୍ୱେ କାଜଲଙ୍କ ବଲିଉଡ ଯାତ୍ରା ବହୁତ ସଫଳ ଥିଲା। ଏବେ ସେ ପୂର୍ବ ପରି ଆଉ ଶ୍ୟାମଳ ନାହାଁନ୍ତି।  ବିଭିନ୍ନ ବିଜ୍ଞାପନରେ ଓ ଫିଲ୍ମରେ ସୌନ୍ଦର୍ଯ୍ୟର ଝଲକ୍ ଦେଖାଉଥିବା କାଜଲଙ୍କର ଏମିତି ଫଟୋ ଆପଣ କମ୍ ଦେଖିଥିବେ।

ଶିଳ୍ପା ସେଟ୍ଟୀ

ନିଜର ଫିଗର ଓ ସ୍ମାଇଲ ପାଇଁ ଜଣାଶୁଣା ଶିଳ୍ପାଙ୍କର ଏହି ଫଟୋ ଉପରେ ଟିକେ ନଜର ପକାନ୍ତୁ ହସି ହସି ଗଡ଼ିଯିବେ।

ସୋନମ୍ କପୁର

ଷ୍ଟାଇଲର କଥା ଉଠିଲେ ସୋନମ୍‌ଙ୍କ କଥା ନିଶ୍ଚିତ ଉଠେ। ନିଜର ଭିନ୍ନ ଷ୍ଟାଇଲ୍‌ ପାଇଁ ଭିନ୍ନ ପରିଚୟ ହାସଲ କରିଥିବା ସୋନମ୍‌ଙ୍କର ଏହି ଫଟୋକୁ ଟିକେ ଦେଖନ୍ତୁ, ଚିହ୍ନି ପାରିବେନି।

ପରିଣୀତି ଚେପ୍ରା

କ୍ୟୁଟ୍ ପରିଣୀତିଙ୍କର ଏମିତି ରାଗ ମୁହଁ ଆଗରୁ କେବେ ଦେଖିଥିଲେ?

ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ଶାନ୍ତ ରହୁଥିବା ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କର ଏମିତି ବ୍ୟବହାର କାହିଁକି ? ଆଜ୍ଞା ସେମିତି କିଛି ନାହିଁ, ଏ ହେଉଛି କ୍ୟାମେରା ମ୍ୟାନ୍‌ ତାଙ୍କ ଅଜାଣତରେ ଉଠାଇଥିବା ଫଟୋ।

Related story