ସନ୍ନି ଲିଓନିଙ୍କୁ ଘରୁ ବାହାର କରିଦେଲେ ସେଲିନା

ମୁମ୍ବାଇ: ବଲିଉଡର ହଟ୍‌ ଗାର୍ଲ ସନ୍ନି ଲିଓନି। ସବୁବେଳେ କିଛି ନା କିଛି କଥାକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ବଲିଉଡ ଏଣ୍ଟ୍ରି ହେଉ କି ଅତୀତ ଜୀବନ ସନ୍ନି ଯେଉଁଠି ଚର୍ଚ୍ଚା ସେଠି। ତେବେ ଦିନେ ସନ୍ନିଙ୍କୁ ସେଲିନା ଜେଟଲୀ ଘରୁ ବାହାର କରିଦେଇଥିଲେ। ଯାହା ବହୁତ କମ ଜାଣିଛନ୍ତି। ତେବେ କୌଣସି କଳି ଝଗଡ଼ା କି ସନ୍ନିଙ୍କ ପୁରୁଣା ସମ୍ପର୍କ ନୁହେଁ ଘର ମଇଳା କରୁଥିବାରୁ ସେଲିନା ତାଙ୍କୁ ଘରୁ ବାହାର କରିଦେଇଥିଲେ। ପ୍ରକୃତ କଥା […]

sunny

Rakesh Mallick
  • Published: Tuesday, 11 April 2017
  • , Updated: 11 April 2017, 10:25 AM IST

ମୁମ୍ବାଇ: ବଲିଉଡର ହଟ୍‌ ଗାର୍ଲ ସନ୍ନି ଲିଓନି। ସବୁବେଳେ କିଛି ନା କିଛି କଥାକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ବଲିଉଡ ଏଣ୍ଟ୍ରି ହେଉ କି ଅତୀତ ଜୀବନ ସନ୍ନି ଯେଉଁଠି ଚର୍ଚ୍ଚା ସେଠି। ତେବେ ଦିନେ ସନ୍ନିଙ୍କୁ ସେଲିନା ଜେଟଲୀ ଘରୁ ବାହାର କରିଦେଇଥିଲେ। ଯାହା ବହୁତ କମ ଜାଣିଛନ୍ତି।

ତେବେ କୌଣସି କଳି ଝଗଡ଼ା କି ସନ୍ନିଙ୍କ ପୁରୁଣା ସମ୍ପର୍କ ନୁହେଁ ଘର ମଇଳା କରୁଥିବାରୁ ସେଲିନା ତାଙ୍କୁ ଘରୁ ବାହାର କରିଦେଇଥିଲେ।

ପ୍ରକୃତ କଥା ହେଲା ସନ୍ନି ଯେତେବେଳେ ବଲିଉଡ ଏଣ୍ଟ୍ରି ପାଇଁ ଷ୍ଟ୍ରଗଲ କରୁଥିଲେ ସେଲିନାଙ୍କ ଘରେ ଭଡାରେ ରହୁଥିଲେ। ହେଲେ ସନ୍ନି ଘର ସଫାସୁତରା ରଖୁ ନ ଥିବା ଓ ଏହାକୁ ଡଷ୍ଟପିନ୍‌ ଭଳି ବ୍ୟବହାର କରୁଥିବା ଅଭିଯୋଗ କରି ସେଲିନା ତାଙ୍କୁ ଘର ଛାଡିବାକୁ କହି ଦେଇଥିଲେ।

ସେତେବେଳେ ଆଉ କେଉଁଠି ଘର ନ ମିଳିବାରୁ ସନ୍ନି ନିଜ ପତିଙ୍କ ସହ ହୋଟେଲରେ ରହୁଥିଲେ।

Related story