ଟ୍ରକ୍ ପଛରେ ପିଟି ହେଲା ଶବାନାଙ୍କ କାର୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶବାନା ଆଜମୀ ଆଜି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ତାଙ୍କୁ ପନବେଲ୍‌ର ଏମ୍‌ଜିଏମ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୁମ୍ବାଇ-ପୁନେ ଏକ୍ସପ୍ରେସ୍‌ୱେର ଖାଲାପୁର ଟୋଲ୍‌ ପ୍ଲାଜା ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ କାର୍‌ ଏକ ଟ୍ରକ୍ ପଛରେ ଜୋରରେ ପିଟି ହୋଇଯାଇଥିଲା। ଶବାନାଙ୍କ ସହିତ କାର୍‌ ଡ୍ରାଇଭରଙ୍କ ଅବସ୍ଥା […]

sabana

Jitendra Garnayak
  • Published: Saturday, 18 January 2020
  • , Updated: 18 January 2020, 06:11 PM IST

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶବାନା ଆଜମୀ ଆଜି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ତାଙ୍କୁ ପନବେଲ୍‌ର ଏମ୍‌ଜିଏମ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ମୁମ୍ବାଇ-ପୁନେ ଏକ୍ସପ୍ରେସ୍‌ୱେର ଖାଲାପୁର ଟୋଲ୍‌ ପ୍ଲାଜା ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ କାର୍‌ ଏକ ଟ୍ରକ୍ ପଛରେ ଜୋରରେ ପିଟି ହୋଇଯାଇଥିଲା। ଶବାନାଙ୍କ ସହିତ କାର୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବି ଏମ୍‌ଜିଏମ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

କାର୍‌ରେ ଶବାନାଙ୍କ ସହିତ ତାଙ୍କ ସ୍ୱାମୀ ତଥା ପ୍ରସିଦ୍ଧ ଗୀତିକାର ଓ କବି ଜାଭେଦ ଅଖତର ମଧ୍ୟ ଥିଲେ। ତେବେ ତାଙ୍କର କିଛି ହୋଇନାହିଁ। ଦୁହେଁ ସେମାନଙ୍କ ଟାଟା ସଫାରୀ କାର୍‌ରେ ପୁନେରୁ ମୁମ୍ବାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାଯୋଗ୍ୟ, ଗତକାଲି ଜାଭେଦ ତାଙ୍କର ୭୫ତମ ଜନ୍ମଦିନ ପାଳନ କରିଥିଲେ। ଏଥିରେ ବଲିଉଡ୍ ଓ ବ୍ୟବସାୟ ଜଗତର ବହୁତ ବଡ଼ ବଡ଼ ଲୋକ ଯୋଗ ଦେଇଥିଲେ।

Related story